ଦୀପିକାଙ୍କ ପାଇଁ ଖାସ୍ ହେଉଛି ଜାନୁୟାରୀ ୨୫,ଏହି ଦିନରେ ରେକର୍ଡ ଭାଙ୍ଗିଥିଲା ୩ଟି ଫିଲ୍ମ

ବଲିଉଡ ଜଗତରେ ଦୀପିକା ପାଦୁକୋନଙ୍କ ନାମ ଓ କାମ ବେଶ ଲୋକପ୍ରିୟ । ସେ ନିଜର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ବଲିଉଡ ଜଗତରେ ସେ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ହିରୋଇନଙ୍କ ନାମ ଭିତରେ ତାଙ୍କ ନାମ ରହିଛି । ୨୦୦୭ ମସିହାରେ ସେ ବଲିଉଡର କିଙ୍ଗ ଖାନ ଶାହାରୁଖଙ୍କ ସହ ଏକ ଫିଲ୍ମର ଡେବ୍ୟୁ କରିଥିଲେ। ଯାହାର ନାମ ଥିଲା ଓମ ଶାନ୍ତି ଓମ୍ । ସବୁ ପ୍ରକାର ଅଭିନୟ କରି ଦୀପିକା ଦର୍ଶକଙ୍କ ହଦୟରେ ରାଜ କରୁଛନ୍ତି ।
ଫିଲ୍ମ ଜଗତରେ ଲୁକ ବହୁତ ଗୁରୁତ୍ବ ହୋଇଥାଏ । ଏମିତି ଅନେକ ଅଭିନେତା ଅଛନ୍ତି ଯେଉଁମାନଙ୍କ ପାଇଁ ମାସ, ସପ୍ତାହ ବହୁତ ଖାସ ହୋଇଥାଏ କାରଣ ସେହି ସମୟରେ ସେମାନଙ୍କ ଫିଲ୍ମ ରିଲିଜ ହେବାପରେ ବମ୍ପର ରୋଜଗାର କରିଥାଏ । ଯେମିତି କି ସଲମାନ ଓ ଶାହାରୁଖ ନିଜ ଫିଲ୍ମ ଗୁଡିକୁ ଇଦରେ ରିଲିଜ କରିଥାନ୍ତି । ଏହିପରି ଦୀପିକାଙ୍କ ପାଇଁ ରିପବ୍ଲିକ ଡେ ବହୁତ ଖାସ ହୋଇଥାଏ । ଯେମିତିକି ତାଙ୍କର କୈଣସି ଫିଲ୍ମ ଜାନୁୟାରୀରରେ ରିଲିଜ୍ ହୋଇଥାଏ ତାହା ବ୍ଲକ ବ୍ଲାଷ୍ଟର ହୋଇଥାଏ । ଦୀପିକାଙ୍କ ୨୫ ଜାନୁୟାରୀ ସହିତ ଏକ ଖାସ ସମ୍ପର୍କ ରହିଛି । ଏହି ତାରିଖରେ ତାଙ୍କ ୩ ଟି ଫିଲ୍ମ ରିଲିଜ ହୋଇଥିଲା । ଯାହା ବକ୍ସ ଅଫିସରେ ଖୁବ ଧମାଲ ସଷ୍ଟି କରିଥିଲା ।
୨୫ ଜାନୁୟାରୀ ୨୦୧୮ରେ ପଦ୍ମାବତ୍ ରିଲିଜ ହୋଇଥିଲା । ଦୀପିକା ରାଣୀ ପଦ୍ମାବତୀ ଙ୍କ ଅଭିନୟ କରୁଥିବା ନଜରରେ ଆସିଥିଲେ । ଶାହିଦ କପୁର ରାଜା ମହାରାୱଲ ରତନ ସିଂ ଏବଂ ରଣବୀର ସିଂ ଆଲ୍ଲାଉଦିନ ଖିଲିଜଙ୍କ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ବେଶ ଲୋକପ୍ରିୟ ହାସଲ କରିଥିଲା । ଏହି ଫିଲ୍ମକୁ ନେଇ ବିବାଦ ହୋଇଥିଲା ତାହା ସତ୍ବେ ବ୍ଲକ ବଷ୍ଟର ହୋଇଥିଲା ।
୨୫ ଜାନୁୟାରୀ ୨୦୨୩ରେ ରିଲିଜ ହୋଇଥିଲା ପଠାନ । ଯେଉଁଥିରେ ଦୀପିକା ରୁବିନା ମହସିନଙ୍କ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲା । ଯିଏକି ଜଣେ ଗୁପ୍ତଚର ଥିଲେ । ଦୀପିକା ଏହି ଫିଲ୍ମରେ ଖୁବ ସୁନ୍ଦର ଭାବରେ ଅଭିନୟ କରିଥିଲେ । ଯାହାଦ୍ବାରା ଦର୍ଶକ ଖୁବ ପ୍ରଶଂସା କରିଥିଲେ । ଶାହାରୁଖଙ୍କ ସହ ତାଙ୍କ ଅଭିନୟର ଜଲୱା ବେଶ ଲୋକଙ୍କ ହଦୟକୁ ଛୁଇଁ ପାରିଥିଲା । ଏବଂ ଏହି ଫିଲ୍ମରେ ଭିଲେନ ଭାବରେ ଜନ୍ ଆବ୍ରାହମଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ରିଲିଜ ହେବାପରେ ବକ୍ସ ଅଫିସରେ ହିଟ ହୋଇଥିଲା ଏହାର ଆୟ ବହୁତ ଫିଲ୍ମକୁ ପଛରେ ପକାଇ ସିନେମା ଜଗତରେ ଏକ ରେକର୍ଡ ସୁଷ୍ଟି କରିଥିଲା ।
୨୫ ଜାନୁୟାରୀ ୨୦୨୪ରେ ଦୀପିକାଙ୍କ ଫାଇଟର ରିଲିଜ ହୋଇଥିଲା । ଏହି ଫିଲ୍ମଟିରେ ଦୀପିକା ପାଦୁକୋନ ଏୟାରଫୋର୍ସ ଅଫିସର ଶକ୍ତି ସିଂ ଙ୍କ ଭୂମିକାରେ ନଜର ଆସିଥିଲେ । ଏଠାରେ ତାଙ୍କର ଦେଶଭକ୍ତି ର ଗଭୀରତା ଓ ଶକ୍ତି ଦେଖିବାକୁ ମିଳିଥିଲା । ରିତ୍ବିକ୍ ରୋଶନଙ୍କ ସହ ଦୀପିକାଙ୍କ ଅଭିନୟର ଯାଦୁ ସମସ୍ତଙ୍କୁ ଦିୱାନା କରିଦେଇଥିଲା । ଫିଲ୍ମ ବକ୍ସ ଅଫିସରେ ବେଶ ଆୟ କରିବାରେ ସଫଳ ହୋଇଥିଲା ।
Also read:ଦୀପିକା ପାଦୁକୋନଙ୍କ ୬ଟି ଦମଦାର ଫିଲ୍ମ, ବକ୍ସ ଅଫିସରେ କରିଥିଲା ଜବରଦସ୍ତ ଆୟ