କଙ୍ଗନାଙ୍କ ବିରୋଧରେ ଥାନାରେ ରୁଜୁ ହେଲା ମାମଲା, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କ ଅସୁବିଧା ବଢ଼ିବାରେ ଲାଗିଛି । ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଡ୍ରଗ୍ସ କାରବାର ଉପରେ ଖୋଲା ମନ୍ତବ୍ୟ ଦେଇ ଅଡୁଆରେ ଛନ୍ଦି ହୋଇଛନ୍ତି କଙ୍ଗନା । ବିଶେଷ କରି ରିୟା ମାମଲାରେ ଉଦ୍ଧବ ଠାକ୍‌ରେଙ୍କ ସରକାର ବିବାଦ ମଧ୍ୟକୁ ଆସି ଯାଇଛନ୍ତି । ରିୟାଙ୍କ ଘଟଣାକୁ ନେଇ କଙ୍ଗନା ଓ ମୁଖ୍ୟମନ୍ତ୍ରୀ ଠାକ୍‌ରେଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି ।

ଗତକାଲି କଙ୍ଗନାଙ୍କ ଅଫିସକୁ ବିଏମ୍‌ସି ପକ୍ଷରୁ ଅବୈଧ ନିର୍ମାଣ ଦର୍ଶାଇ ଭାଙ୍ଗି ଦିଆଯିବା ପରେ କଙ୍ଗନା ସିଧା ସଳଖ ଭାବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଇଙ୍ଗିତ କରି କିଛି କହିଥିଲେ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମାନହାନୀ ହୋଇଛି ବୋଲି କୁହାଯାଇଛି । ଏହି ଅଭିଯୋଗରେ କଙ୍ଗନାଙ୍କ ନାମରେ ମୁମ୍ବାଇ ବିକ୍ରୋଲି ଥାନାରେ ମାମଲା ରୁଜୁ କରାଯାଇଛି ।

kangana-009

ପ୍ରକାଶଯୋଗ୍ୟ ଯେ କଙ୍ଗନାଙ୍କ ଅଫିସ ନ ଭାଙ୍ଗିବା ପାଇଁ ମୁମ୍ବାଇ ହାଇକୋର୍ଟ ମଧ୍ୟ ଆଇନର ଅପବ୍ୟବହାର ବୋଲି ଦର୍ଶାଇ ଥିଲେ । ଏହା ସତ୍ତ୍ୱେ କଙ୍ଗନାଙ୍କ ଅଫିସକୁ ବିଏମ୍‌ସି ବୁଲ୍‌ ଡୋଜାର ଲଗାଇ ଭାଙ୍ଗି ଦେଇଥିଲା । ଏହାକୁ ବିରୋଧ କରି ଆଜି ବିଭିନ୍ନ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ କୁଶ ପୁତ୍ତଳିକା ଦାହ ମଧ୍ୟ କରାଯାଇଛି ।

କଙ୍ଗନା ଓ ଶିବସେନା ବିବାଦ ମଧ୍ୟରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କିଶୋରି ହସ୍ତକ୍ଷେପ କରିଥିବା ଜଣାଯାଇଛି ।  ଏ ସମ୍ପର୍କରେ ରାଜ୍ୟପାଳ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ଦେବେ ବୋଲି ମଧ୍ୟ ଜଣାଯାଇଛି ।  ତେବେ କଙ୍ଗନା ଓ ଠାକ୍‌ରେଙ୍କ ବିବାଦ କେଉଁ ପରିସ୍ଥିତିକୁ ଯାଉଛି ତାହା ପରେ ଜଣାପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.