ଆରମ୍ଭ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଭୂତ ବଙ୍ଗଲା’ର ସୁଟିଂ, ସେଟରୁ ଫଟୋ ସେୟାର କଲେ ତବୁ

ଆରମ୍ଭ ହେଲା ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭୂତ ବଙ୍ଗଲା’ର ସୁଟିଂ । ଯେତେବେଳେ କମେଡି କିଙ୍ଗ ନିର୍ଦ୍ଦେଶକ ପ୍ରିୟଦର୍ଶନ ଫିଲ୍ମ ‘ଭୂତ ବଙ୍ଗଲା’ ବିଷୟରେ ଘୋଷଣା କରିଥିଲେ, ଫ୍ୟାନ୍ସମାନେ ବହୁତ ଖୁସି ହୋଇଯାଇଥିଲେ । ‘ହେରା ଫେରି’ ଏବଂ ‘ଭୁଲ୍ ଭୁଲୈୟା’ ପରେ ଏବେ ପୁଣିଥରେ ପ୍ରିୟଦର୍ଶନ ଏବଂ ଅକ୍ଷୟ କୁମାରଙ୍କ ଯୋଡି ଦେଖିବାକୁ ମିଳିବ । ପ୍ରିୟଦର୍ଶନ ଫିଲ୍ମ ‘ଭୂତ ବଙ୍ଗଲା’ ନିର୍ମାଣ କରୁଛନ୍ତି ଯାହାର ଏବେ ସୁଟିଂ ଆରମ୍ଭ ହୋଇଛି । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ତବୁଙ୍କୁ ମଧ୍ୟ ଦେଖିବାକୁ ମିଳିବ ।
ନିକଟରେ ତବୁ ଫିଲ୍ମ ସେଟରୁ ସୁଟିଂର ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ତବୁ ଲେଖିଛନ୍ତି, ‘ଆମେ ଏଠାରେ ବନ୍ଦ ଅଛୁ । ସିନ୍ ନମ୍ବର ୮୩, ସଟ୍ ନମ୍ବର ୫ ଏବଂ ଟେକ୍ ନମ୍ବର ୧ । ଭୂତ ବଙ୍ଗଲା ଫିଲ୍ମ ଆସନ୍ତା ବର୍ଷ ଅର୍ଥାତ ୨୦୨୬ରେ ରିଲିଜ୍ ହୋଇପାରେ । ତେବେ ଏହି ଫିଲ୍ମର ରିଲିଜ୍ ଡେଟ୍ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ଏହି ଫିଲ୍ମଟି ପ୍ରିୟଦର୍ଶନଙ୍କ ଦ୍ୱାରା ନିର୍ମିତ, ଯିଏ କମେଡି ଜଗତରେ ଜଣେ ଲୋକପ୍ରିୟ ମଣିଷ ଏବଂ ସେ ଅନେକ ସୁପରହିଟ୍ ଫିଲ୍ମ ମଧ୍ୟ ଦେଇଛନ୍ତି ।
ପ୍ରିୟଦର୍ଶନଙ୍କ ଫିଲ୍ମ କେବଳ ବକ୍ସ ଅଫିସରେ ହିଟ୍ ହୋଇନଥାଏ ବରଂ ଏହା ସବୁବେଳେ ଲୋକଙ୍କ ହୃଦୟରେ ରାଜ କରେ । ଏହାପୂର୍ବରୁ ସେ ଭୁଲ୍ ଭୁଲୈୟା, ହେରା ଫେରି, ଚୁପ ଚୁପକେ ଏବଂ ମାଲାମାଲ ଭଳି ଅନେକ ଉତ୍କୃଷ୍ଟ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ଅକ୍ଷୟ କୁମାରଙ୍କ ସହ ପ୍ରିୟଦର୍ଶନଙ୍କ ଯୋଡି ସବୁବେଳେ ଚମତ୍କାର ପ୍ରମାଣିତ ହୋଇଛି । ଉଭୟ ଅଭିନେତା-ନିର୍ଦ୍ଦେଶକ ଏକାଠି ହୋଇ ଦର୍ଶକଙ୍କୁ ବହୁତ ହସାଇଛନ୍ତି । ଏବେ ପୁଣି ଥରେ ଅକ୍ଷୟ କୁମାରଙ୍କୁ ‘ଭୂତ ବଙ୍ଗଳା’ରେ ଦେଖିବାକୁ ମିଳିବ ।
ଫିଲ୍ମର କୌଣସି ରିଲିଜ୍ ଡେଟ୍ ଘୋଷଣା ହୋଇନାହିଁ । କିନ୍ତୁ କୁହାଯାଉଛି ଯେ ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ ହୋଇପାରେ । ତବୁ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ ହୋଇପାରନ୍ତି । ଆଇଏମଡିବି ଅନୁଯାୟୀ ତବୁଙ୍କ ବ୍ୟତୀତ ଭାମିକା ଗାବି ଏବଂ ରାଜପାଲ ଯାଦବ ଅକ୍ଷୟ କୁମାରଙ୍କ ସହ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏବେ ଏହା ଦେଖିବାକୁ ପଡ଼ିବ ଯେ ଏହି ଆଗାମୀ କେମଡି ଫିଲ୍ମରେ ଅକ୍ଷୟ କୁମାର ଦର୍ଶକମାନଙ୍କ ଉପରେ ନିଜର ଯାଦୁ ଦେଖାଇବାକୁ କେତେ ସକ୍ଷମ ହେଉଛନ୍ତି ।
View this post on Instagram