ଆସିଗଲା ‘୮୩’ର ଟିଜର, ସେହି ଐତିହାସିକ ବିଜୟ ଦେଖିଲେ ଛଳଛଳ ହୋଇଯିବ ଆଖି; ଏହି ଦିନ ରିଲିଜ୍‌ ହେବ ଧମାକାଦାର ଟ୍ରେଲର

ଅପେକ୍ଷାର ଅନ୍ତ ଘଟିଛି। ରଣବୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ର ଟିଜରକୁ ରିଲିଜ୍‌ କରି ଦିଆଯାଇଛି। ତାଙ୍କର ଏହି ଅପକମିଙ୍ଗ୍‌ ଫିଲ୍ମ ୨୪ ଡିସେମ୍ବରରେ ସିନେମାଘରେ ରିଲିଜ୍‌ ହେବ। ଫିଲ୍ମର କାହାଣୀ ୧୯୮୩ରେ ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ଜିତିବା ଉପରେ ଆଧାରିତ ରହିଛି। ମହାନ କ୍ରିକେଟର ତଥା କ୍ୟାପଟେନ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ୍‌ ୧୯୮୩ରେ ଐତିହାସିକ ବିଜୟ ହାସଲ କରିଥିଲା।

ରଣବୀର ସିଂ ସେୟାର କଲେ ଟିଜର

ବର୍ଷ ସରିବା ଆଗରୁ ଅଭିନେତା ରଣବୀର ସିଂ ‘୮୩’ର ଟିଜର ରିଲିଜ କରି ତାଙ୍କ ଫ୍ୟାନ୍‌ମାନଙ୍କୁ ବଡ଼ ଉପହାର ଦେଇଛନ୍ତି। କପିଲ ଦେବଙ୍କ ଜୀବନୀ ଉପରେ ତିଆରି ଏହି ଫିଲ୍ମକୁ ହିନ୍ଦୀ, ତାମିଲ, କନ୍ନଡ଼, ତେଲୁଗୁ ଏବଂ ମାଲାୟାଲମ୍‌ ଭାଷାରେ ରିଲିଜ୍‌ କରାଯିବ। ରଣବୀର ସିଂ ଫିଲ୍ମରେ କପିଲ ଦେବଙ୍କ ଭୂମିକାରେ ନଜର ଆସିଛନ୍ତି। ସେପଟେ ଦୀପିକା ପାଦୁକୋନ ତାଙ୍କ ସ୍ତ୍ରୀଙ୍କ ଭୂମିକା ପ୍ଲେ କରିବେ।

୩୦ ନଭେମ୍ବରରେ ରିଲିଜ ହେବ ଟ୍ରେଲର

ମାତ୍ର କିଛି ହିଁ ସେକେଣ୍ଡର ଏହି ଟିଜର ଦେଖିବା ପରେ କ୍ରିକେଟ ପ୍ରେମୀଙ୍କ ହୃଦ ସ୍ପନ୍ଦନ ବଢ଼ି ପାରେ। ସେମାନଙ୍କ ଆଖି ଛଳଛଳ ହୋଇଯାଇ ପାରେ। ୧୯୮୩ରେ ତାହା କେମିତି ମାହୋଲ ଥିବ, ଯେବେ ଟିମ୍‌ ଇଣ୍ଡିଆ େଓ୍ଵଷ୍ଟଇଣ୍ଡିଜକୁ ହରାଇ ବିଶ୍ୱକପ୍‌ର ଟ୍ରଫି ନିଜ ନାମରେ କରି ନେଇଥିଲା। ବାସ୍‌ ସେହି ମୁହୂର୍ତ୍ତର ହାଲୁକା ଝଲକ୍‌ ଟିଜରରେ ରହିଛି, ଯାହାକୁ ଦେଖିବା ପରେ ଟ୍ରେଲରକୁ ନେଇ ଫ୍ୟାନମାନଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି। ଫ୍ୟାନ୍‌ଙ୍କ ଅପେକ୍ଷାକୁ ଅନ୍ତ କରି ରଣବୀର ସିଂ ଟ୍ରେଲରର ତାରିଖ ମଧ୍ୟ ଘୋଷଣା କରି ଦେଇଛନ୍ତି। ଆକ୍ଟରଙ୍କ ନୂଆ ଫିଲ୍ମର ଟ୍ରେଲର ୩୦ ନଭେମ୍ବରରେ ରିଲିଜ୍‌ ହେବ। ସୂଚନାଥାଉ କି, ଏହି ଫିଲ୍ମ ପାଇଁ ରଣବୀର ଖୁବ୍‌ କ୍ରିକେଟ ଅଭ୍ୟାସ କରିଥିଲେ ଏବଂ କପିଲ ଦେବଙ୍କ ଷ୍ଟାଇଲକୁ ବୁଝିଥିଲେ, ଯେପରି ସେ ନିଜର ବେଷ୍ଟ୍‍ ଦେଇ ପାରିବେ।

ଟିଜରର ଝଲକ ଦେଖିବା ପରେ ଐତିହାସିକ ବିଜୟର ସେହି ମୁହୂର୍ତ୍ତ ଫ୍ୟାନଙ୍କ ମନରେ ତାଜା ହୋଇ ଯାଇଛି। ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ବ୍ୟତୀତ ଫିଲ୍ମରେ ତାହିର ରାଜ ଭସୀନ, ସାକିବ ସଲୀମ, ଏମି ଓ୍ଵିର୍କ ଓ ପଙ୍କଜ ତ୍ରିପାଠୀଙ୍କ ଭଳି ବଡ଼ ବଡ଼ ଷ୍ଟାର୍‌ ମଧ୍ୟ ରହିଛନ୍ତି। ରିଲିଜ୍‌ ପୂର୍ବରୁ ହିଁ ଫିଲ୍ମ ଖୁବ୍‌ ଚର୍ଚ୍ଚାରେ ଅଛି। ତେବେ ପୂର୍ବରୁ ମଧ୍ୟ ଏହି ଫିଲ୍ମରେ ରଣବୀର ଓ ଦୀପିକାଙ୍କ ଲୁକ୍‌କୁ ନେଇ ଚର୍ଚ୍ଚା ଲାଗି ରହିଥିଲା, ଯେଉଁଥିରେ ରଣବୀର ସିଂ ପୂରାପୂରି କପିଲ ଦେବଙ୍କ ଭଳି ନଜର ଆସିଥିଲେ। ଅନେକ ଦିନରୁ ଫ୍ୟାନମାନେ ଅପେକ୍ଷା କରି ରହିଥିବା ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ କରିପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ବକ୍ସ ଅଫିସ୍‌ ବିଜନେସ୍‌ ବହୁତ ଭଲ ହେବ ବୋଲି ନିର୍ମାତା ଆଶା ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.