ମନୋରଂଜନ

ସାମ୍ନାକୁ ଆସିଲା ଫିଲ୍ମ ‘କଲ୍କି 2898 AD’ ଟ୍ରେଲରର ରିଲିଜ୍‌ ଡେଟ୍‌, ଭିନ୍ନ ଲୁକ୍‌ରେ ନଜର ଆସିଲେ ପ୍ରଭାସ

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି । ଫ୍ୟାନ୍ସମାନେ ପ୍ରଭାସଙ୍କ ଅଭିନୀତ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି କିଛି ଦିନ ପୂର୍ବରୁ ଫିଲ୍ମରୁ ଷ୍ଟାରମାନଙ୍କର ଅନେକ ଲୁକ୍ ମଧ୍ୟ ସେୟାର କରାଯାଇଛି, ଯାହା ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମ ଦେଖିବା ପାଇଁ ଉତ୍ସାହ ବଢାଇଦେଇଛି । ନିର୍ମାତାମାନେ ନିକଟରେ ଫିଲ୍ମର ଟ୍ରେଲରର ରିଲିଜ୍ ଡେଟ୍‌ ମଧ୍ୟ ଘୋଷଣା କରିଛନ୍ତି, ଏହା ପରେ ଲୋକଙ୍କ ମଧ୍ୟରେ କ୍ରେଜ୍ ଆହୁରି ବଢିବାରେ ଲାଗିଛି ।

ନିର୍ମାତାମାନେ ନିକଟରେ ପ୍ରଭାସଙ୍କ ଏକ ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ପର୍ବତ ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟର ସେୟାର କରିବାବେଳେ ନିର୍ମାତାମାନେ ଲେଖିଛନ୍ତି, ‘ଏକ ନୂଆ ଜଗତ ଅପେକ୍ଷା କରିଛି । ଏହା ସହ କଲ୍କି 2898 AD ର ଟ୍ରେଲର ଜୁନ୍ ୧୦ ରେ ରିଲିଜ୍‌ ହେବ । ବର୍ତ୍ତମାନ ନିର୍ମାତାଙ୍କ ଏହି ଘୋଷଣା ପରେ ପ୍ରଶଂସକମାନେ ବହୁତ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ସମସ୍ତେ ଜୁନ୍ ୧୦ କୁ ଅପେକ୍ଷା କରିବା ଆରମ୍ଭ କରିଛନ୍ତି । ତେବେ ଏହି ଫିଲ୍ମର ଟିଜର ଯେପରି ଦର୍ଶକଙ୍କ ହୃଦୟ ଜିତିଥିଲା । ସେହିଭଳି କଲ୍କିଙ୍କ ଟ୍ରେଲର ମଧ୍ୟ ଲୋକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିବାରେ ସଫଳ ହେବ ।

ଏହା ବ୍ୟତୀତ ଫିଲ୍ମ ‘କଲ୍କି 2898 AD’ ର ରିଲିଜ୍ ଡେଟ୍‌ ସମ୍ବନ୍ଧୀୟ ଖବର ଅନେକ ମାସ ଧରି ଚାଲିଆସୁଛି କିନ୍ତୁ ଏହାର ରିଲିଜ୍‌ ଡେଟ୍‌ ସାମ୍ନାକୁ ଆସିନାଥିଲା । କିନ୍ତୁ ନିର୍ମାତାମାନେ ଏକ ନୂଆ ପୋଷ୍ଟର ସହିତ ଫିଲ୍ମର ରିଲିଜ୍ ଡେଟ୍‌ ଘୋଷଣା କରିଥିଲେ ଏବଂ କହିଥିଲେ ଯେ ଏହି ଫିଲ୍ମ ଜୁନ୍ ୨୭ରେ ମୁକ୍ତିଲାଭ କରିବ ।

ତେବେ ନାଗ ଅଶ୍ୱିନ୍ ଫିଲ୍ମ ‘କଲ୍କି 2898 AD’କୁ ନିର୍ଦ୍ଦେଶନା ଦେଉଛନ୍ତି । ଏହି ଫିଲ୍ମର ଷ୍ଟୋରି ବିଷୟରେ କୁହାଯାଉଛି ଯେ ଏହା କଳିଯୁଗର ବିନାଶ ଉପରେ ଆଧାରିତ ହେବ କାରଣ ପୁରାଣ ଅନୁଯାୟୀ କଳିଯୁଗରେ ଧର୍ମ ପ୍ରତିଷ୍ଠା ପାଇଁ କଲ୍କି ନାମକ ଏକ ଅବତାର ଜନ୍ମ ହେବ ଏବଂ ଏହା ବିଶ୍ୱରେ ବ୍ୟାପିଥିବା ଅନ୍ୟାୟକୁ ଶେଷ କରିବ । ଏହି ଫିଲ୍ମ ବହୁତ ସମୟ ଧରି ଚର୍ଚ୍ଚାରେ ରହିଛି । କାରଣ ସାଉଥ୍‌ ଏବଂ ବଲିଉଡର ଅନେକ ବଡ ଷ୍ଟାର ଏଥିରେ ନଜର ଆସିବାକୁ ଯାଉଛନ୍ତି । ଯେଉଁଥିରେ ଦୀପିକା ପାଦୁକୋନ, କମଲ ହାସନ, ପ୍ରଭାସ, ଦିଶା ପାଟାନୀଙ୍କ ନାମ ଅନ୍ତର୍ଭୁକ୍ତ ରହିଛି । ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ଦ୍ରୋଣାଙ୍କ ପୁଅ ‘ଅଶ୍ୱତ୍ଥାମା’ର ଭୂମିକାରେ ଦେଖିବାକୁ ମିଳିବ । ତେବେ ପ୍ରଭାସ ଏହି ଫିଲ୍ମରେ ଭୈରବ ଭୂମିକାରେ ଅଭିନୟ କରିବେ, ଯାହାକୁ କଲ୍କିଙ୍କ ଏକ ରୂପ ବୋଲି ମଧ୍ୟ କୁହାଯାଏ । ଏପରି ଭାବେ ଏହି ଫିଲ୍ମ ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ।

D Sonali

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

21 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

29 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

2 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago