ରିଲିଜ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭୁଲ୍‌ ଭୁଲୈୟା-୩’ର ଟ୍ରେଲର୍, ନଜର ଆସିଲା କାର୍ତ୍ତିକ ଆର୍ଯ୍ୟନଙ୍କ ଦମଦାର ଆକ୍ସନ

ରିଲିଜ ହେଲା କାର୍ତ୍ତିକ ଆର୍ଯ୍ୟନ୍ ଏବଂ ତୃପ୍ତି ଡିମ୍ରିଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭୁଲ୍‌ ଭୁଲୈୟା-୩’ର ଟ୍ରେଲର ଯାହାକୁ ଦେଖି ଫ୍ୟାନ୍ସମାନେ ବହୁତ ଉତ୍ସାହିତ ଅଛନ୍ତି ​​। ଅନିସ୍ ବାଜମିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଭୂଷଣ କୁମାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ସିରିଜର ଲାଟେଷ୍ଟ ପାର୍ଟ ଏହି ଦିୱାଲୀକୁ ଏକ ଅବିସ୍ମରଣୀୟ ମୋଡ଼ ଦେବ ନିଶ୍ଚୟ । ଅନିସ୍ ବାଜମିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ପ୍ରୋଜେକ୍ଟ ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ । ଟ୍ରେଲରରେ କାର୍ତ୍ତିକ ଆର୍ଯ୍ୟନ ରୁହ୍ ବାବା ଭାବରେ ଫେରୁଥିବାର ଦେଖାଯାଇଛି, ତାଙ୍କ ମଜାଳିଆ ପର୍ସନାଲିଟି ଏବଂ କମେଡି ପାଇଁ ତାଙ୍କୁ ଖୁବ ପସନ୍ଦ କରାଯାଇଛି ।

ଏହି ଫିଲ୍ମରେ ପୁଣିଥରେ ମଞ୍ଜୁଲିକାଙ୍କ ପ୍ରସିଦ୍ଧ ଭୂମିକାରେ ବିଦ୍ୟା ବାଲାନ ନଜର ଆସିଛନ୍ତି । ବିଦ୍ୟା ବାଲାନଙ୍କ ରହସ୍ୟମୟ ଆତ୍ମାର ଚରିତ୍ର ଅନେକ ଲୋକଙ୍କୁ ଖୁବ ଭୟଭୀତ କରିଛି ​​। କିନ୍ତୁ ଏଥର, ଫ୍ରାଞ୍ଚାଇଜ୍ ଆହୁରି ଅଧିକ ଟ୍ୟୁଷ୍ଟ ଏବଂ ରୋମାଞ୍ଚକର ମୂହୁର୍ତ୍ତ ସହିତ ଫିଲ୍ମର କାହାଣୀକୁ ନୂଆ ରୂପ ଦେଇଛି । ଟ୍ରେଲରରେ ରୁହ୍ ବାବା ଏବଂ ମଞ୍ଜୁଲିକାଙ୍କ ମଧ୍ୟରେ ସଂଘର୍ଷର ଝଲକ ଦେଖାଯାଇଛି, ଯେଉଁଥିପାଇଁ ଫ୍ୟାନ୍ସମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ ।

ସ୍ମାର୍ଟ ରାଇଟିଙ୍ଗ, ଚମତ୍କାର ଭିଜୁଆଲ୍ ଏବଂ ଏକ ଆକର୍ଷଣୀୟ କାହାଣୀ ସହିତ ଭୁଲ୍‌ ଭୁଲୈୟା 3 ଦର୍ଶକଙ୍କୁ ସିନେମାହଲକୁ ଆକର୍ଷିତ କରିବ ଏବଂ ଏହି ଦିୱାଲୀକୁ ସ୍ମରଣୀୟ କରିବା ପାଇଁ ଲକ୍ଷ୍ୟ ରଖିଛି । ରୁହ ବାବାଙ୍କ ମଜାଳିଆ ଦୁଃସାହସିକ କାର୍ଯ୍ୟ ଏବଂ ମଞ୍ଜୁଲିକାର ଭୟଙ୍କର ଆତ୍ମା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଭୁଲ୍‌ ଭୁଲୈୟା ହେଉଛି ଭାରତର ଅନ୍ୟତମ ପ୍ରସିଦ୍ଧ ହରର-କମେଡି ଫ୍ରାଞ୍ଚାଇଜ୍ । ଏହା ସର୍ବଦା ଦର୍ଶକଙ୍କ ହୃଦୟରେ ରାଜ କରିଆସିଛି ।

ଏହା ବ୍ୟତୀତ, ଭୁଲ୍‌ ଭୁଲୈୟା 3 ରେ ଜବରଦସ୍ତ ଷ୍ଟାର୍ କାଷ୍ଟ୍ ମଧ୍ୟ ଅଛି । ଏଥିରେ ଆପଣ କାର୍ତ୍ତିକ ଆର୍ଯ୍ୟନ୍, ବିଦ୍ୟା ବାଲାନ୍, ମାଧୁରୀ ଦୀକ୍ଷିତ ଏବଂ ତୃପ୍ତି ଡିମ୍ରିଙ୍କୁ ଦେଖିବାକୁ ପାଇବେ । ଯେତେବେଳେ କି, ସପୋର୍ଟିଂ କାଷ୍ଟରେ ବିଜୟ ରାଜ୍, ରାଜପାଲ ଯାଦବ, ସଞ୍ଜୟ ମିଶ୍ର, ଅଶ୍ୱିନୀ କାଲସେକର ଆଦି ସାମିଲ ଅଛନ୍ତି । ଭୁଲ୍‌ ଭୁଲୈୟାର ଦମଦାର ଟ୍ରେଲର ଦର୍ଶକଙ୍କ ହୃଦୟ ଜିତିନେଇଛି । ଭୁଲ୍‌ ଭୁଲୈୟା 3 ନଭେମ୍ବର ୧, ୨୦୨୪ରେ ଚଳିତ ବର୍ଷର ଦିୱାଲୀରେ ଏକ ଗ୍ରାଣ୍ଡ୍ ରିଲିଜ୍ ପାଇଁ ପ୍ରସ୍ତୁତ ।

You might also like