ଫିଲ୍ମ ସୁଟିଂ ସମୟରେ ବେକାବୁ ହେଲା ଟ୍ରକ୍! ଅଳ୍ପକେ ବର୍ତ୍ତିଲେ ହିରୋ…ଦେଖନ୍ତୁ ଛାତିଥରା ଦୃଶ୍ୟ
ଫିଲ୍ମର ସୁଟିଂ ଚାଲିଥିବା ବେଳେ ମାଡ଼ି ଆସିଲା ଟ୍ରକ୍। କେହି କିଛି ଭାବିବା ଆଗରୁ ସୁଟିଂ ସେଟ୍ ଉପରେ ଥିବା ଲୋକେ ଏଣେତେଣେ ଧାଁ ଦୌଡ଼ କରିଥିଲେ। ଏହି ଦୁର୍ଘଟଣାରେ ଫିଲ୍ମର ହିରୋ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଫିଲ୍ମର ସୁଟିଂ ସମୟରେ ଅନେକ ବାର ଭୟଙ୍କର ଦୁର୍ଘଟଣାମାନ ଘଟିଥାଏ। ଏବେ ତାମିଲ ସିନେମାର ଜଣାଶୁଣା ଅଭିନେତା ବିଶାଲଙ୍କ ଫିଲ୍ମର ସୁଟିଂ ସମୟରେ ବି ଏଭଳି କିଛି ଘଟିଛି। ତାଙ୍କ ଫିଲ୍ମ ‘ମାର୍କ ଏଣ୍ଟନି’ର ସୁଟିଂ ସେଟ୍ରୁ ଏକ ଛାତିଥରା ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଯିଏ କିଏ ବି ଆଶ୍ଚର୍ଯ୍ୟ ହୋଇଯିବ।
ଏହି ଭିଡିଓରେ ସ୍ପଷ୍ଟ ଭାବରେ ନଜର ଆସୁଛି ଯେ ସୁଟିଂ ସମୟରେ କିଭଳି ଭାବେ ଟ୍ରକ୍ ବେକାବୁ ହୋଇଯାଉଛି ଏବଂ ଆଦୌ ଅଟକୁ ନାହିଁ। ସେଟ୍ ଉପରେ ଲୋକମାନେ ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳୁଛି। ଯଦିଓ ଆଶ୍ୱସ୍ତିକର କଥା ଯେ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି।
ଭିଡିଓରୁ ଜଣାପଡ଼ୁଛି, ବିଶେଷ ଡିଜାଇନ୍ର ଏହି ଟ୍ରକ୍କୁ କାନ୍ଥ ଭାଙ୍ଗି ଭିତରକୁ ଆସିବାର ଥିଲା। କିନ୍ତୁ ଏହା ଅଟକି ନ ଥିଲା। କୌଣସି ତ୍ରୁଟି ଯୋଗୁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ, ଯାହାଫଳରେ ଟ୍ରକ୍ଟି ସିଧା ଆଗକୁ ବଢ଼ିଥିଲା ଏବଂ କାନ୍ଥରେ ଧକ୍କା ହୋଇ ଯାଇଥିଲା। ଏହି ଭିଡିଓରେ ଖୁବ୍ ହୋ ହଲ୍ଲା ଶୁଣିବାକୁ ମିଳୁଛି।
ସେପଟେ ବିଶାଲଙ୍କ ‘ମାର୍କ ଏଣ୍ଟନି’ ଫିଲ୍ମ ବିଷୟରେ କହିବା ତ ଏହି ଫିଲ୍ମକୁ ରବିଚନ୍ଦ୍ରନ୍ ନିର୍ଦ୍ଦେଶନା ଦେଉଛନ୍ତି। ଚଳିତ ବର୍ଷ ଫିଲ୍ମଟି ମୁକ୍ତିଲାଭ କରିବାକୁ ଯାଉଛି।
Jus missed my life in a matter of few seconds and few inches, Thanks to the Almighty
Numb to this incident back on my feet and back to shoot, GB pic.twitter.com/bL7sbc9dOu
— Vishal (@VishalKOfficial) February 22, 2023