‘ବାହୁବଲି’ର ଚରିତ୍ର ଅଭିନେତାଙ୍କ ସ୍ତ୍ରୀ କଲେ ଆତ୍ମହତ୍ୟା, ଫୋନରେ କହିଥିଲେ ଏମିତି କଥା…
ନିର୍ଦ୍ଦେଶକ ରାଜାମୈଲିଙ୍କ ଫିଲ୍ମ ‘ବାହୁବଲି’ର ଚରିତ୍ର ଅଭିନେତା ତଥା ଟିଭି ଆକ୍ଟର ମଧୁ ପ୍ରକାଶଙ୍କ ସ୍ତ୍ରୀ ଭାରତୀ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତିରେ ଭାରତୀଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ପରିବାର ଲୋକଙ୍କୁ ପଚରାଉଚରା କରି ଘଟଣାର ତଦନ୍ତ ଚଳାଇଛି। ଭାରତୀ ଏକ ବେସରକାରୀ ସଂସ୍ଥାରେ ଚାକିରି କରୁଥିଲେ। ମଧୁ ପ୍ରକାଶ ଓ ଭାରତୀଙ୍କର ୨୦୧୫ରେ ବିବାହ ହୋଇଥିଲା। ଭାରତୀ ନିଜ ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କ ସହ ହାଇଦ୍ରାବାଦସ୍ଥିତ ପଞ୍ଚବଟୀ କଲୋନୀରେ ରହୁଥିଲେ।
ସୂଚନା ମୁତାବକ, ଭାରତୀ ମଧୁଙ୍କ ପ୍ରଫେସନ ଯୋଗୁ ସବୁବେଳେ ଚିନ୍ତିତ ରହୁଥିଲେ। କାରଣ, ମଧୁ କାମ କରି ପ୍ରାୟ ସମୟ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବହୁତ ଝଗଡ଼ା ହେଉଥିଲା। ମଧୁ କହିଛନ୍ତି, ‘ମଙ୍ଗଳବାର ସନ୍ଧ୍ୟାରେ ସେ ଜିମରେ ଥିଲେ। ଏହି ସମୟରେ ଭାରତୀଙ୍କ ଫୋନ୍ କଲ ଆସିଥିଲା ଏବଂ ଆମ ଭିତରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଭାରତୀ ମୋତେ ଶୀଘ୍ର ଘରକୁ ଆସିବାକୁ କହିଥିଲେ। ଏପରି ନ କଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। କିନ୍ତୁ ମୁଁ ତାଙ୍କ କଥାକୁ ଧ୍ୟାନ ଦେଇ ନ ଥିଲି। ଯେତେବେଳେ ମୁଁ ରାତି ସାଢ଼େ ୭ଟାରେ ଘରେ ପହଞ୍ଚିଥିଲି, ସେତେବେଳେ ଭାରତୀ ଫ୍ୟାନରେ ରଶି ଦେଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ପାଇଥିଲି।’
ଏହାସହ ପଢ଼ନ୍ତୁ: ‘ଟାଇଗର ଜିନ୍ଦା ହୈ’ରେ ଅସଲି ହିରୋ ସଲମାନ ନୁହେଁ, ସୁଷମା ଥିଲେ, ଜାଣନ୍ତୁ କିପରି ଥିଲା ସଂଯୋଗ
ଭାରତୀଙ୍କ ମୃତଦେହ ଦେଖି ମଧୁ ପୋଲିସକୁ ଖବର ଦେଇଥିଲେ। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୋଲିସ କହିଛି। ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।