ରାକ୍ଷୀ ସାଓ୍ଵନ୍ତଙ୍କୁ କୌଣସି ପରିସ୍ଥିତିରେ ବାହା ହେବେ ନାହିଁ ଆଦିଲ ଦୁର୍ରାନୀ! ଏହି କାରଣରୁ ଟାଳିଲେ ବିବାହ; ଇଣ୍ଟରଭ୍ୟୁରେ ଖୁଲାସା…

ନିଜର ବୋଲ୍ଡନେସ୍‌ ଏବଂ କଥା ଚାତୁରୀ ପାଇଁ ରାକ୍ଷୀ ସାଓ୍ଵନ୍ତ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି। ଅନେକ ଲୋକ ରାକ୍ଷୀ ସାଓ୍ଵନ୍ତଙ୍କୁ ପସନ୍ଦ କରୁଥିବା ବେଳେ କିଛି ଲୋକଙ୍କୁ କିନ୍ତୁ ରାକ୍ଷୀ ବିଲ୍‌କୁଲ ବି ପସନ୍ଦ ଆସି ନ ଥାଆନ୍ତି। କହି ରଖୁଛୁ, ରାକ୍ଷୀ ସାଓ୍ଵନ୍ତ ଓ ତାଙ୍କ ବୟଫ୍ରେଣ୍ଡ ଆଦିଲ ଦୁର୍ରାନୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଅନେକ ଦିନରୁ ଦୁହେଁ ରିଲେସନଶିପ୍‌ରେ ଅଛନ୍ତି ଏବଂ ଆଦିଲ ରାକ୍ଷୀଙ୍କୁ ମହଙ୍ଗା ଉପହାର ସବୁ ଦେଇଛନ୍ତି। ବହୁତ ଜାଗାରେ ରାକ୍ଷୀ ଓ ଆଦିଲ ଉଭୟେ ଖୁସି ଥିବାର ନଜର ଆସି ଥାଆନ୍ତି। ସେମାନଙ୍କ ଭିଡିଓ ପ୍ରାୟତଃ ଭାଇରାଲ ମଧ୍ୟ ହୋଇଥାଏ। ଦୁହେଁ ଏକାଠି ମଜା, ମସ୍ତି କରନ୍ତି। କିନ୍ତୁ ଏ ସବୁ ଭିତରେ ଏବେ ଖବର ଆସୁଛି ଯେ ରାକ୍ଷୀ ଓ ଆଦିଲଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ତେବେ ଏଥି ପୂର୍ବରୁ ରାକ୍ଷୀଙ୍କୁ ଅନେକ ବାର ପ୍ରେମରେ ଧୋକା ମିଳି ସାରିଛି।

ସୂଚନା ମୁତାବକ, ରାକ୍ଷୀଙ୍କୁ ନେଇ ଆଦିଲଙ୍କ ପାଖରେ ଅନେକ ଅଭିଯୋଗ ରହିଛି। ଆଦିଲ ଦୁର୍ରାନୀ ରାକ୍ଷୀଙ୍କ ସହ ଏବେ ଖୁସି ନଜର ଆସୁ ନାହାନ୍ତି, ଯାହାର କାରଣ ସେ ନିଜେ ଖୁଲାସା କରିଛନ୍ତି। ଏତିକି ନୁହେଁ, ଆଦିଲ, ରାକ୍ଷୀଙ୍କୁ ବିବାହ କରିବାର ନିଷ୍ପତ୍ତି ସୁଦ୍ଧା ଟାଳି ଦେଇଛନ୍ତି। କିଛି ଦିନ ତଳେ ଆଦିଲ ଦୁର୍ରାନୀ ଖୁଲାସା କରିଥିଲେ କି, ତାଙ୍କ ପରିବାର ରାକ୍ଷୀ ଏବଂ ତାଙ୍କ ସମ୍ପର୍କକୁ ପସନ୍ଦ କରୁ ନାହାନ୍ତି, ଯାହାର କାରଣ ହେଉଛି ରାକ୍ଷୀଙ୍କ କପଡ଼ା। ରାକ୍ଷୀଙ୍କ କପଡ଼ା ପିନ୍ଧିବାର ଢଙ୍ଗ ସେମାନଙ୍କୁ ସାମାନ୍ୟ ବି ପସନ୍ଦ ଆସୁନାହିଁ।

ଏକ ଇଣ୍ଟରଭ୍ୟୁରେ ଆଦିଲ ଏହି ଖୁଲାସା କରିଥିଲେ। ଆଦିଲ କହିଥିଲେ ଯେ ରାକ୍ଷୀ ସାଓ୍ଵନ୍ତ ତାଙ୍କୁ ବହୁତ ସନ୍ଦେହ କରୁଛନ୍ତି। ରାକ୍ଷୀଙ୍କୁ ଲାଗୁଛି, ମୁଁ ଏବେ ବି ମୋ ପୂର୍ବତନ ପ୍ରେମିକାଙ୍କ ସହ କଥା ହେଉଛି ଏବଂ ତାଙ୍କ ପାଖକୁ ଯାଉଛି। ଆଦିଲ ଆହୁରି କହିଥିଲେ କି, ଯେତେବେଳେ ବି ମୁଁ ନିଜ ଘରକୁ ଯାଏ, ତ ରାକ୍ଷୀ ମୋତେ ସନ୍ଦେହ କରନ୍ତି। ରାକ୍ଷୀ ମୋ ବିଷୟରେ ପତ୍ତା ଲଗାଇବା ପାଇଁ କିଛି ଲୋକଙ୍କୁ ମଧ୍ୟ ପଛରେ ପଠାଇ ଦିଅନ୍ତି।

ଆଦିଲଙ୍କୁ ଲାଗୁଛି, ରାକ୍ଷୀ ନିଜକୁ ବହୁତ ଅସୁରକ୍ଷିତ ମନେ କରୁଛନ୍ତି। ଏମିତି ସ୍ଥିତିରେ ଯଦି ପରିବାର ଲୋକେ ସମ୍ପୃକ୍ତ ରହିବେ, ତା’ ହେଲେ ସମସ୍ୟା ସୃଷ୍ଟି ହେବ। ଆଦିଲଙ୍କ କହିବା ହେଲା, ସେ ରାକ୍ଷୀ ସାଓ୍ଵନ୍ତଙ୍କୁ ବିବାହ କରି ପାରିବେ ନାହିଁ, କାରଣ ରାକ୍ଷୀ ବହୁତ ଇନ୍‌ସିକ୍ୟୋର। ଏଥିପାଇଁ ସେ ବିବାହକୁ ଟାଳି ଦେଇଛନ୍ତି।

 

View this post on Instagram

 

A post shared by FilmyKalakar (@filmykalakar)

ସୂଚନାଥାଉ କି, ରାକ୍ଷୀ ସାଓ୍ଵନ୍ତ ସବୁବେଳେ ନିଜର ବିବାଦୀୟ ବୟାନ ଏବଂ ରିଲେସନଶିପ୍‌କୁ ନେଇ ଚର୍ଚ୍ଚାରେ ଥାଆନ୍ତି। ‘ବିଗ୍‌ ବସ୍‌ ୧୫’ରେ ସେ ନିଜ ସ୍ୱାମୀ ରିତେଶ ସିଂଙ୍କୁ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ। ଏହାପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ଶୋ’ ଶେଷ ହେବା ପରେ ସେ ସ୍ୱାମୀଙ୍କଠାରୁ ଅଲଗା ହୋଇ ଯାଇଥିଲେ। ଏ ନେଇ ସେ ନିଜେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.