ବଲିଉଡର ଏହି ଖଳନାୟକଙ୍କୁ ଲୋକେ ହିରୋ ଠାରୁ ବି ଅଧିକ କରନ୍ତି ପସନ୍ଦ

ନୂଆଦିଲ୍ଲୀ : ସାଧାରଣତଃ ଭିଲେନ ବା ଖଳନାୟକ ରୋଲ କରୁଥିବା ଲୋକଙ୍କୁ ଲୋକେ କମ୍‌ ପସନ୍ଦ କରନ୍ତି । ହେଲେ ଆଜି ଆମେ ଏପରି ଖଳନାୟକଙ୍କ ବିଷୟରେ କହିବୁ ଯାହାଙ୍କୁ ଲୋକେ ହିରୋ ଠାରୁ ବି ଅଧିକ ପସନ୍ଦ କରିଥାନ୍ତି । ଫିଲ୍ମରେ ଭିଲେନ ଭୂମିକା ନେଗେଟିଭ ହେଲେ ମଧ୍ୟ ଏମାନଙ୍କ ବିନା କାହାଣୀ ଅଧୂରା ହୋଇଥାଏ । ବହୁତ ଲୋକଙ୍କୁ ଭିଲେନ ରୋଲ ପସନ୍ଦ ଆସିନଥାଏ । ହେଲେ କୌଣସି ଫିଲ୍ମରେ ଭିଲେନ ନଥିଲେ କାହାଣୀ ରୋମାଞ୍ଚକର ହୋଇନଥାଏ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବଲିଉଡରେ ଏମିତି କିଛି ଭିଲେନ ଅଛନ୍ତି ଯେଉଁମାନଙ୍କୁ ଲୋକେ ବହୁତ ପସନ୍ଦ କରିଥାନ୍ତି । ଆସନ୍ତୁ ଜାଣିବା ଏହି ଭିଲେନଙ୍କ ବିଷୟରେ ।

ଡାୟନ : ଫିଲ୍ମ ଏକ ଥି ଡାୟନ ରେ କୋଙ୍କଣ ସେନ୍‌ ଡାୟନ ଭୂମିକାରେ ଥିଲେ । ଏହାକୁ ଦେଖି ଲୋକେ ଏତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ଶେଷରେ ଜଣାପଡ଼ିଥିଲା ଯେ କୋଙ୍କନ ହି ଁ ପ୍ରକୃତ ଡାୟନ ବୋଲି ।

dayan
p.c :patrika.com

ସୁଲତାନ ଅଲ୍ଲା ଉଦ୍ଦୀନ ଖିଲୀଜ : ରଣବୀର ସିଂହ ଫିଲ୍ମ ପଦ୍ମାବତ ରେ ସୁଲତାନ ଅଲ୍ଲା ଉଦ୍ଦୀନ ଖିଲୀଜ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କର ଅଭିନୟକୁ ଯେତେ ବି ପ୍ରସଂଶା କଲେ କମ୍‌ ହେବ । ଲୋକେ ତାଙ୍କ ଭିଲେନ ରୋଲ୍‌କୁ ବହୁତ ପସନ୍ଦ କରିଛନ୍ତି ।

ମୁନା ତ୍ରିପାଠୀ : ଏହି ଅଭିନେତା ମିର୍ଜାପୁର ରେ ନେଗେଟିଭ ରୋଲ କରିଛନ୍ତି । ଖଳନାୟକ ହେଲେ ମଧ୍ୟ ତାଙ୍କର ଅଭିନୟକୁ ବହୁତ ପସନ୍ଦ କିରଛନ୍ତି ଲୋକେ । ମୁନ୍ନା ତ୍ରିପାଠୀଙ୍କ ପ୍ରକୃତ ନାମ ଦିବ୍ୟେନ୍ଦୁ ଶର୍ମା । ଲୋକେ ତାଙ୍କର ପ୍ରକୃତ ନାମ ଅପେକ୍ଷା ମୁନ୍ନା ଭାଇୟା ନାମରେ ବେଶୀ ଜାଣନ୍ତି ।

tabu
p.c :patrika.com

ସିମୀ : ଅନ୍ଧାଧୂନ ରେ ଖଳ ନାୟକ ଭୂମିକାରେ ଅଭିନୟ କରିଥିଲେ ତବ୍ଦୁ । ଫିଲ୍ମରେ ତାଙ୍କର ନାମ ଥିଲା ସିମୀ । ସିମୀ ସର୍ବଦା ଚାହୁଁଥିଲେ ଯେ ତାଙ୍କର ସତ୍ୟତା କେବେ ବି ବାହାରକୁ ନଆସୁ । ତବ୍ଦୁ ସିମୀ ଭୂମିକାରେ ବହୁତ ଭଲ ଅଭିନୟ କରିଥିଲେ ।

Leave A Reply

Your email address will not be published.