ଶାହାରୁଖ ଖାନ୍ଙ୍କ ଠାରୁ ଆରମ୍ଭ କରି ସନି ଲିଓନିଙ୍କ ପର୍ଯ୍ୟନ୍ତ, ଫିଲ୍ମରେ ଆସିବା ପୂର୍ବରୁ ବିବାହ କରିସାରିଥିଲେ ଏହି ଫିଲ୍ମ ଷ୍ଟାର

ଅନେକ ବଲିଉଡ୍ କଳାକାର ଫିଲ୍ମରେ ନାଁ କମାଇସାରିବା ପରେ ବିବାହ କରିଛନ୍ତି। କିନ୍ତୁ ଏମିତି ବି କଳାକାର ଅଛନ୍ତି ଯେଉଁମାନେ ଇଣ୍ଡଷ୍ଟ୍ରୀକୁ ଆସିବା ପୂର୍ବରୁ ହାତକୁ ଦି ହାତ ହୋଇସାରିଥିଲେ। ଆଜି ଆସନ୍ତୁ ଜାଣିବା ସେଭଳି କେତେକ ବଲିଉଡ୍ ଷ୍ଟାରଙ୍କ ବିଷୟରେ ଯେଉଁମାନେ ଆକ୍ଟିଂରେ କ୍ୟାରିୟର ଗଢ଼ିବା ପୂର୍ବରୁ ପରିବାର ବସାଇ ସାରିଥିଲେ।
ଶାହରୁଖ ଖାନ୍: ଫିଲ୍ମ ଦୁନିଆରେ ପାଦ ଥାପିବା ପୂର୍ବରୁ ଶାହାରୁଖ ଖାନ୍ ଗୌରୀ ଖାନ୍ଙ୍କୁ ବିବାହ କରିସାରିଥିଲେ। ଏବେ ବି ସେମାନେ ଏକାଠି ଅଛନ୍ତି।
ଚିତ୍ରାଙ୍ଗଦା ସିଂହ: ୨୦୦୫ରେ ଫିଲ୍ମ ଦୁନିଆରେ କ୍ୟାରିୟର ଗଢ଼ିଥିବା ଚିତ୍ରାଙ୍ଗଦା ସିଂହ ପୂର୍ବରୁ ବିବାହ କରିସାରିଥିଲେ। ସେ ୨୦୦୧ରେ ଭାରତୀୟ ଗଲ୍ଫର ଜ୍ୟୋତି ରନ୍ଧବାଙ୍କୁ ବିବାହ କରିଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇସାରିଛି।
ସୋନୁ ସୁଦ୍: ଖୁବ୍ କମ୍ ଲୋକ ଜାଣନ୍ତି ଯେ ଫିଲ୍ମରେ ଆକ୍ଟିଂ କରିବା ପୂର୍ବରୁ ସୋନୁ ସୁଦ୍ ବିବାହ କରିଛନ୍ତି। ସେ ୧୯୯୬ରେ ଗର୍ଲଫ୍ରେଣ୍ଡ ସୋନାଲି ସୁଦ୍ଙ୍କୁ ବିବାହ କରିଥିଲେ ଓ ୧୯୯୯ରେ ଦକ୍ଷିଣ ଭାରତୀୟ ଫିଲ୍ମରେ ଏଣ୍ଟ୍ରି କରିଥିଲେ।
ମଲ୍ଲିକା ଶେରାଓ୍ଵତ୍: ୧୯୯୭ ମସିହାରେ ମଲ୍ଲିକା ଶେରାଓ୍ଵତ୍ କରଣ ସିଂହ ଗିଲଙ୍କୁ ବିବାହ କରିଥିଲେ। ସେ ୨୦୦୩ରେ ଡେବ୍ୟୁ କରିଥିଲେ। ତେବେ ବର୍ତ୍ତମାନ ତାଙ୍କ ଛାଡ଼ପତ୍ର ହୋଇସାରିଛି।
ଆୟୁଷ୍ମାନ୍ ଖୁରାନା: ୨୦୧୨ରେ ବଲିଉଡ୍ରେ ପାଦ ରଖିଥିଲେ ଆୟୁଷ୍ମାନ୍। କିନ୍ତୁ ୨୦୦୮ରେ ସେ ଗର୍ଲଫ୍ରେଣ୍ଡ ତାହିରା କଶ୍ୟପଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ଟି ପିଲା ଅଛନ୍ତି।
ଅର୍ଜୁନ୍ ରାମପାଲ: ୧୯୯୮ରେ ଅର୍ଜୁନ୍ ସୁପରମଡେଲ ମେହର ଜେସିୟାଙ୍କୁ ବିବାହ କରିଥିଲେ। ୨୦୦୧ରେ ସେ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିଥିଲେ।
ସୁନୀଲ ସେଟ୍ଟୀ: ୧୯୯୧ ମସିହାରେ ସୁନୀଲ ମାନା ସେଟ୍ଟୀଙ୍କୁ ବିବାହ କରିଥିଲେ। ଏହାର ବର୍ଷେ ପରେ ସେ ଆକ୍ଟିଂ ଆରମ୍ଭ କରିଥିଲେ।
ସନି ଲିଓନି: ସନି ଲିଓନି ୨୦୧୧ରେ ପର୍ଣ୍ଣ ଷ୍ଟାର ଅଭିନେତା ଡେନିୟଲ ବେବରଙ୍କୁ ବିବାହ କରିଥିଲେ। ଏହାର ବର୍ଷେ ପରେ ସେ ଜିସ୍ମ ୨ ଜରିଆରେ ବଲିଉଡ୍ରେ ପାଦ ରଖିଥିଲେ।