ଅନୁଷ୍କା ଓ ପ୍ରିୟଙ୍କାଙ୍କ ବ୍ୟତୀତ ବଲିଉଡର ଏହି ଅଭିନେତ୍ରୀମାନେ ମଧ୍ୟ ARMY ଏବଂ NAVY ଅଫିସରଙ୍କ ଝିଅ

ବଲିଉଡ ଫିଲ୍ମ ଜରିଆରେ ଆପଣ ବହୁତ କଳାକାରଙ୍କୁ ରୂପେଲୀ ପରଦାରେ ଦେଖିଛନ୍ତି। ଏମାନଙ୍କ ମଧ୍ୟରୁ ଅକ୍ଷୟ କୁମାର, ବିକତ କୌଶଲ,ଜନ ଆବ୍ରାହମଙ୍କ ଭଳି ଅନେକ କଳାକାରଙ୍କୁ ଆପଣ ପରଦାରେ ଜଣେ ସୈନିକ ଭୂମିକାରରେ ଦେଖିଛନ୍ତି। ସେହିଭଳି ବଲିଉଡରେ ଏମିତି ଅନେକ ଷ୍ଟାର୍ସ ଅଛନ୍ତି ଯେଉଁମାନେ ଯେଉଁମାନେ ଆର୍ମି ପରିବାରରୁ ଆସିଛନ୍ତି। ଏଠାରେ ଆମେ ଆପଣଙ୍କୁ ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ମଧ୍ୟରେ ଆକ୍ଟିଙ୍ଗ, ଡ୍ୟାନ୍ସିଂ ସହିତ ଆହୁରି ଅନେକ ଗୁଣ ରହିଛି। ଏହି ଅଭିନେତ୍ରୀ ମାନେ ନିଭ ଅଭିନୟ ମାଧ୍ୟମରେ ପରିଚିତ ହୋଇଛନ୍ତି ତ ଆଉ କେହି ମିସ୍ ୱାଲ୍ଡ ଏବଂ ମିସ ୟୁନିଭର୍ସ, ମିସ୍ ଇଣ୍ଡିଆ ଭଳି ପ୍ରତିଯୋଗିତାରେ ବିଜୟୀର ମୁକୁଟ ପିନ୍ଧିଛନ୍ତି। ଦେଶ ପ୍ରେମର ଭାବନା ସେମାନଙ୍କୁ ତାଙ୍କ ବାପାଙ୍କ ଠାରୁ ମିଳିଛି। ଜାଣନ୍ତୁ କେଉଁ କେଉଁ ଅଭିନେତ୍ରୀ ଆର୍ମି ଏବଂ ନେଭି ଅଫିସରଙ୍କ ଝିଅ ଅଟନ୍ତି।

Anushka Sharma ଅନୁଷ୍କା ଶର୍ମା : ବଲିଉଡର ଚାର୍ମିଙ୍ଗ୍ ଆକ୍ଟ୍ରେସ ଅନୁଷ୍କା ଶର୍ମା ଜଣେ ଆର୍ମି ଅଫିସରଙ୍କ ଝିଅ ଅଟନ୍ତି। ତାଙ୍କ ବାପା ଅଜୟ କୁମାର ଶର୍ମା ଆର୍ମିରେ କର୍ଣ୍ଣଲ ଅଟନ୍ତି। ଅନୁଷ୍କାଙ୍କ ଆଟିଚ୍ୟୁଡରୁ ଜଣା ପଡୁଛି ସେ ଅନୁଶାସନଶୀଳ ମାହୋଲରୁ ଆସିଛନ୍ତି।

ପ୍ରୀତି ଜିଣ୍ଟା : ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟାଙ୍କ ବାପା ଆର୍ମିରେ ମେଜର ଥିଲେ। ପ୍ରୀତି ଜିଣ୍ଟାଙ୍କ କହିବାନୁଯାୟୀ ତାଙ୍କ ମଧ୍ୟରେ ଅଲଗା ଅଲଗା ଅଭିନୟ କାରିବାର କ୍ଷମତା ତାଙ୍କ ବାପାଙ୍କ କାରଣରୁ ମିଳିଛି। ଆର୍ମି ପରିବାରରେ ହୋଇଥିବାରୁ ପ୍ରୀତି ଜିଣ୍ଟା ସବୁକୁ ମ୍ୟାନେଜ କରିବା ଜାଣିଛନ୍ତି। ପ୍ରୀତି ଜଣେ କେବଳ ଅଭିନେତ୍ରୀ ନୁହଁନ୍ତି ବରଂ ଜଣେ ଭଲ ବିଜନେସ ୱମେନ ମଧ୍ୟ ଅଟନ୍ତି।

sushmitaସୁସ୍ମିତା ସେନ : ଫିଲ୍ମରୁ ଅଧିକ ନିଜର ଫିଟନେସ ପାଇଁ ଚର୍ଚ୍ଚାରେ ଥିବା ଚର୍ଚ୍ଚିତ ସୁସ୍ମିତା ସେନଙ୍କ ଲାଳନ ପାଳନ କେଣ୍ଟ ଏରିଆରେ ହୋଇଛି। ସୁସ୍ମିତାଙ୍କ ବାପା ଆର୍ମିରେ ବିଗ୍ କମାଣ୍ଡର ଥିଲେ। ସୁସ୍ମିତା ୧୯୯୪ରେ ମିସ ୟୁନିଭର୍ସ ହୋଇଥିଲେ।

ଲାରା ଦତ୍ତ : ମିସ୍ ୟୁନିଭର୍ସ ମୁକୁଟ ଜିତିଥିବା ଲାରା ଦତ୍ତ ଏବେ ଫିଲ୍ମରେ ଜଗତରେ ସକ୍ରୀୟ ନାହାନ୍ତି। ଲାରାଙ୍କ ବାପା ଆର୍ମିରେ ରିଟାୟର ବିଗ୍ କମାଣ୍ଡର ଅଟନ୍ତି। ଅଭିନୟ ବ୍ୟତୀତ ଲାରା ନିଜ ଭିତରେ ବହୁତ ପ୍ରକାରର ଗୁଣ ରଖିଛନ୍ତି।

ନେହା ଧୂପିଆ : ନେହା ମଧ୍ୟ ଫୌଜ ପରିବାରର ଅଟନ୍ତି। ତାଙ୍କ ବାପା ପ୍ରଦୀପ ସିଂହ ଧୂପିଆ ଇଣ୍ଡିଆନ ନେଭିରେ କମାଣ୍ଡର ଥିଲେ। ନେହାଙ୍କ ସ୍କୁଲିଂ ନାଭାଲ ପବ୍ଲିକ ସ୍କୁଲରେ ହୋଇଥିଲା ଏବଂ ଏହା ପରେ ସେ ଆର୍ମି ପବ୍ଲିକ ସ୍କୁଲରେ ମଧ୍ୟ ଶିକ୍ଷା ପ୍ରାପ୍ତ କରିଥିଲେ।

aishଏୖଶ୍ବର‌୍ୟ୍ୟା ରାୟ : ମିସ୍ ୱାର୍ଲ୍ଡର ମୁକୁଟ ଜିତିଥିବା ଏୖଶ୍ବର‌୍ୟ୍ୟାଙ୍କ ବାପା ମଧ୍ୟ ଆର୍ମିରେ ଥିଲେ।

ପ୍ରିୟଙ୍କା ଚୋପ୍ରା : ମିସ୍ ଇଣ୍ଡିଆ ହୋଇସାରିଥିବା ପ୍ରିୟଙ୍କା ଚୋପ୍ରା ମଧ୍ୟ ଆର୍ମି ଅଫିସରଙ୍କ ଝିଅ ଅଟନ୍ତି। ତାଙ୍କ ବାପା ଆର୍ମିରେ ଡାକ୍ତର ଥିଲେ।