କୋଟି କୋଟି ଟଙ୍କା ରୋଜଗାର କରୁଥିବା ଏହି ବଲିଉଡ଼ ଅଭିନେତ୍ରୀଙ୍କର ଘର ନାହିଁ ମୁମ୍ବାଇରେ

ନୂଆଦିଲ୍ଲୀ : ବଲିଉଡର ଅଭିନେତ୍ରୀମାନେ ଫିଲ୍ମରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଏମାନଙ୍କ ଲାଇଫ ଷ୍ଟାଇଲ ମଧ୍ୟ ସେପରି ବିଳାସପୂର୍ଣ୍ଣ ହୋଇଥାଏ । ଏମାନଙ୍କ ପାଖରେ ବଡ଼ ଘର ଓ ଗାଡିର ଅଭାବ ନଥାଏ । ହେଲେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କର ଘର ନାହିଁ ମୁମ୍ବାଇରେ । ସେମାନେ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ମଧ୍ୟ ଭଡ଼ା ଘରେ ରୁହନ୍ତି । ଆଜି ଜାଣିବା ସେହି ଅଭିନେତ୍ରୀମାନଙ୍କ ବିଷୟରେ ।

କଟରୀନା କୈଫ୍‌

ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀଙ୍କ ତାଲିକାରେ କଟରୀନା କୈଫ୍‌ଙ୍କ ନାମ ଆସିଥାଏ । ଦୀର୍ଘ ବର୍ଷ ଧରି ସେ ବଲିଉଡରେ ରାଜ କରି ଆସିଛନ୍ତି । ଫିଲ୍ମରୁ କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରିଛନ୍ତି । କଟରୀନା ଗତ ୧୭ ବର୍ଷ ଧରି ମୁମ୍ବାଇରେ ରହିଆସୁଛନ୍ତି । ହେଲେ ଆଜି ଯାଏ ସେ ନିଜର ଘରଟିଏ କିଣି ନାହାଁନ୍ତି । ସେ ଅନ୍ଧେରୀ େଓ୍ଵଷ୍ଟରେ ନିଜ ଭଉଣୀ ଇସାବେଲ୍‌ଙ୍କ ସହ ଭଡ଼ା ଘରେ ରୁହନ୍ତି । ସୂଚନା ଅନୁଯାୟୀ ସେ ଘର ଭଡ଼ା ବାବଦକୁ ୧୫ ଲକ୍ଷ ଟଙ୍କା ଦିଅନ୍ତି ।

jaquline
photo credit: Hindustan Times

ଜୈକ୍‌ଲିନ୍‌ ଫର୍ଣ୍ଣାଡିଜ୍‌

ଅଭିନେତ୍ରୀ ଜୈକ୍‌ଲିନ ଫର୍ଣ୍ଣାଡିଜ୍‌ ଗତ କିଛି ବର୍ଷ ଧରି ମୁମ୍ବାଇ ବାନ୍ଦ୍ରା ଇଲାକାରେ ଭଡ଼ାରେ ରହିଆସୁଥିଲେ । ନିକଟରେ ସେ ପ୍ରିୟଙ୍କା ଚୋପଡ଼ାଙ୍କ ଜୁହୁରେ ଥିବା ଫ୍ଲାଟ୍‌କୁ ଭଡ଼ାରେ ନେଇଛନ୍ତି । ଜୈକ୍‌ଲିନ୍‌ ପ୍ରତି ମାସ ୬.୭୮ ଲକ୍ଷ ଟଙ୍କା ଘର ଭଡ଼ା ଦେଇଥାନ୍ତି ।

sunny leoni
photo credit: DNA India

ସନି ଲିୟୋନି

ଅଭିନେତ୍ରୀ ସନି ଲିୟୋନି ମଧ୍ୟ ଘର ଭଡ଼ା ଦେଇ ମୁମ୍ବାଇରେ ରୁହନ୍ତି । ଦୀର୍ଘ ଦିନ ଧରି ଭଡ଼ାରେ ରହିବା ପରେ ଏବେ ୧୬ କୋଟି ଟଙ୍କାରେ ୪,୩୬୫ ବର୍ଗ ଫୁଟର ଏକ ଆପାଟ୍‌ମେଣ୍ଟ୍‌ କିଣିଛନ୍ତି । ତାଙ୍କ ଘର ପାଖରେ ଅମିତାଭ ବଚ୍ଚନ ମଧ୍ୟ ଘର କିଣିଛନ୍ତି । ଏବେ ଦୁହେଁ ପଡୋଶୀ ।

Leave A Reply

Your email address will not be published.