ବଲିଉଡର ଏହି କଳାକାରମାନେ ଡିଭର୍ସ ପରେ ବି ରଖିଛନ୍ତି ଭଲ ସମ୍ପର୍କ
ବଲିଉଡରେ କଳାକାରଙ୍କ ସମ୍ପର୍କ ଠିକ୍ ଚଳଚ୍ଚିତ୍ରର ଚିତ୍ର ପରି । କେତେବେଳେ ବଦଳିବ ତା’ର କିଛି ସ୍ଥିରତା ନାହିଁ । ଏଠି ବିବାହ ଓ ବିଚ୍ଛେଦ ଏକ ପ୍ରହେଳିକା । କେତେବେଳେ କ’ଣ ହୁଏ କିଛି କହିହେବନି । ଆଜି ଆସନ୍ତୁ ଜାଣିବା ବଲିଉଡର ଏମିତି କଳାକାରମାନଙ୍କ ସମ୍ପର୍କରେ । ଯେଉଁମାନେ
ଡିଭର୍ସ ପରେ ବି ଭଲ ବନ୍ଧୁ ହୋଇ ରଖିଛନ୍ତି ସମ୍ପର୍କ ।
ଦୀପିକା ପାଦୁକୋନ୍ ଓ ରଣବୀର କପୁର :
ରିପୋର୍ଟ ଅନୁଯାୟୀ, ରଣବୀର କପୁର ଓ ଦୀପିକା ପାଦୁକୋନ ଉଭୟେ ଉଭୟଙ୍କୁ ବହୁତ ଭଲ ପାଉଥିଲେ । ଏପରିକି ଉଭୟେ ସିରିୟସ ରିଲେସନସିପରେ ମଧ୍ୟ ରହିଥିଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କ କଟି ଯାଇଥିଲେ ଉଭୟଙ୍କୁ କେତେକ ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲା । ଆଜି ବି ଦୀପିକା ଓ ରଣବୀର ଭଲ ବନ୍ଧୁ ।
ଅନୁଷ୍କା ଶର୍ମା ଓ ରଣବୀର ସିଂହ :
ରଣବୀର ସିଂହ ଓ ଅନୁଷ୍କା ଶର୍ମାଙ୍କ ସମ୍ପର୍କ ବେଶୀ ଦିନ ଯାଏ ତିଷ୍ଠି ନଥିଲା । ଉଭୟେ ଜୋୟା ଅଖତରଙ୍କ ଫିଲ୍ମରେ ଏକାଠି କାମ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଦୁହେଁ ବିବାହ କରିପାରିନଥିଲେ ମଧ୍ୟ ଆଜି ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି ।
କଟ୍ରିନା କୈଫ୍ ଓ ସଲ୍ମାନ ଖାନ୍ :
ସଲମାନ ଓ କଟ୍ରିନାଙ୍କ ସମ୍ପର୍କକୁ ନେଇ କାହାକୁ ଅଜଣା ନାହିଁ । ଉଭୟେ ଦୀର୍ଘ ୫ ବର୍ଷ ସିରିୟସ ରିଲେସନସିପ୍ରେ ଥାଇ ମଧ୍ୟ ଅଲଗା ହୋଇଯାଇଥିଲେ । ହେଲେ ଉଭୟେ ଏବେ ବି ଭଲ ବନ୍ଧୁ ଅଛନ୍ତି ।
ଶିଳ୍ପା ସେଟ୍ଟୀ ଓ ଅକ୍ଷୟ କୁମାର :
ଶିଳ୍ପା ସେଟ୍ଟୀ ଓ ଅକ୍ଷୟ କୁମାର ‘ ମେ ଖିଲାଡି ତୁ ଅନାଡ଼ି’ ରେ କାମ କରିବା ପରେ ବଲିଉଡରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଥିଲେ । ଏହି ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରି ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଥିଲା । ଉଭୟଙ୍କ ମଧ୍ୟରେ ବ୍ରେକ୍ ଅପ୍ ପରେ ଶିଳ୍ପା ଅକ୍ଷୟଙ୍କ ଉପରେ ବହୁତ ବର୍ଷିଥିଲେ । ହେଲେ ଆଜି ଉଭୟେ ଭଲ ବନ୍ଧୁ ।