ଫିଲ୍ମ ଦେଖିବାକୁ ଭଲ ପାଉଥିବା ଲୋକଙ୍କ ପାଇଁ ୨୦୨୬ ବର୍ଷ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି । ୨୦୨୬ରେ ବଲିଉଡର ଅନେକ ବଡ ବଡ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଜାନୁଆରୀ ମାସରୁ ହିଁ ଅନେକ ବଡ଼ ବଡ଼ ଏବଂ ଚମତ୍କାର ଫିଲ୍ମର ସିରିଜ୍ ଆରମ୍ଭ ହେବ । ଆଗାମୀ ବର୍ଷ ପାଇଁ ଅନେକ ବଡ ବଡ ଫିଲ୍ମର ଘୋଷଣା ମଧ୍ୟ କରାଯାଇଛି, ଯାହାକୁ ନେଇ ଫ୍ୟାନ୍ସମାନେ ବହୁତ ଉତ୍ସାହିତ ଅଛନ୍ତି । ଆସନ୍ତା ବର୍ଷ ଅନେକ ପାନ୍ ଇଣ୍ଡିଆ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଯାହା ବକ୍ସ ଅଫିସରେ ବଡ଼ ଧମାକା ସୃଷ୍ଟି କରିବାକୁ ଯାଉଛି । ତେବେ ଆଜି ଆମେ ଆପଣଙ୍କୁ ଜାନୁଆରୀ ୨୦୨୬ରେ ରିଲିଜ୍ ହେବାକୁ ଥିବା କିଛି ଧମାକାଦାର ଫିଲ୍ମ ବିଷୟରେ ଜଣାଇବୁ ଯାହାକୁ ଫ୍ୟାନ୍ସମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ।
ରାଜା ସାବ:
ଏହି ତାଲିକାରେ ପ୍ରଥମ ନାମ ହେଉଛି ପ୍ରଭାସଙ୍କ ଫିଲ୍ମ ‘ଦି ରାଜା ସାବ’ । ଏହା ଜାନୁଆରୀ ୯ରେ ରିଲିଜ ହେବାକୁ ଯାଉଛି । ଏହା ଏକ ହରର-କମେଡି ଫିଲ୍ମ । ଯାହାର ଟିଜର ରିଲିଜ୍ ହୋଇଛି । ପ୍ରଭାସଙ୍କ ‘ଦ ରାଜା ସାବ’କୁ ଲୋକେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ । ଏହି ଫିଲ୍ମରେ ସଞ୍ଜୟ ଦତ୍ତ ଖଳନାୟକ ଭୂମିକାରେ ନଜର ଆସିବେ ।
ବର୍ଡ଼ର୍ ୨:
ସାଧାରଣତନ୍ତ୍ର ଦିବସ ଅବସରରେ ସନ୍ନି ଦେଓଲ ଆପଣଙ୍କ ଭିତରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଏକ ୱାର-ଡ୍ରାମା ଆଣିଛନ୍ତି । ଏହି ଫିଲ୍ମର ନାଁ ହେଉଛି ବର୍ଡର ୨ । ବର୍ଡର-୨ରେ ସନ୍ନି ଦେଓଲଙ୍କ ସହ ଦିଲଜିତ ଦୋସାଞ୍ଜ, ଆହାନ ସେଟ୍ଟୀ, ବରୁଣ ଧାୱନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଚର୍ଚ୍ଚା ଚାଲିଛି ।
ହ୍ୟୁମାନ କୋକେନ୍:
ହ୍ୟୁମାନ କୋକେନ ନାମକ ଏହି ଫିଲ୍ମ ମଧ୍ୟ ଜାନୁଆରୀରେ ରିଲିଜ ହେବାକୁ ଯାଉଛି । ଫିଲ୍ମ ଜାନୁଆରୀ ୧୫ରେ ରିଲିଜ ହେବାର ଅଛି କିନ୍ତୁ ଏ ସମ୍ପର୍କରେ ଅଧିକ ତଥ୍ୟ ପ୍ରକାଶ କରାଯାଇ ନାହିଁ । ଫିଲ୍ମର ରିଲିଜ୍ ତାରିଖ ପ୍ରକାଶ ପାଇଛି କିନ୍ତୁ ଏ ସମ୍ପର୍କରେ ଅଧିକ ଅପଡେଟ ଆସିନାହିଁ ।
ଜନ ନାୟକନ:
ଥାଲାପାଥି ବିଜୟଙ୍କର ବହୁତ ଫ୍ୟାନ୍ସ ଅଛନ୍ତି । ଫ୍ୟାନ୍ସମାନେ ସେମାନଙ୍କ ପଛରେ ପାଗଳ । ଯେତେବେଳେ ଥାଲାପାଥି ବିଜୟ ତାଙ୍କର କୌଣସି ଫିଲ୍ମ ଘୋଷଣା କରନ୍ତି, ଦର୍ଶକମାନେ ଖୁସି ହୋଇଯାଆନ୍ତି । ଥାଲାପାଥି ବିଜୟଙ୍କ ଜନ ନାୟକନ ମଧ୍ୟ ଜାନୁଆରୀ ୯ରେ ରିଲିଜ ହେବାକୁ ଯାଉଛି । ଅର୍ଥାତ୍ ଏହିଦିନ ପ୍ରଭାସ ଓ ଥାଲାପାଥି ବିଜୟଙ୍କ ମଧ୍ୟରେ ମୁହାଁମୁହିଁ ହେବାକୁ ଯାଉଛି ।
Also read: ଛାଡପତ୍ର ୪ ବର୍ଷ ପରେ “ଦି ଫ୍ୟାମିଲି ମ୍ୟାନ୍”ର ନିର୍ଦ୍ଦେଶକଙ୍କୁ ବିବାହ କଲେ ଅଭିନେତ୍ରୀ ସାମନ୍ଥା ରୁଥ୍…