Categories: ମନୋରଂଜନ

ଜାଣନ୍ତୁ ଏହି ୫ଟି ଭୂତ ସିନେମା ବିଷୟରେ, ଯାହକୁ ହଲରେ ଦେଖି ଅନେକ ଲୋକଙ୍କ ମୃତ୍ୟୁ ହୋଇଛି

ହଲିଉଡର ଏମିତି କିଛି କାଳ୍ପନିକ ସିନେମା ଅଛି ଯାହା ଅନେକ ଲୋକଙ୍କୁ ଭୟଭିତ କରିଛି। ଏମିତିକି କିଛି ଭୂତ ସିନେମା ଲୋକଙ୍କ ଜୀବନ ନେଇଥିବାର ମଧ୍ୟ ପ୍ରମାଣ ମିଳିଛି । ସେଗୁଡିକ ହେଲା

ଏନାବେଲ କମ୍ସ ହୋମ

ଏହି ସିନେମାକୁ ଦେଖି ୭୭ ବର୍ଷିୟ ବର୍ଣ୍ଣାର୍ଡ ଚେନିଙ୍ଗ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ବର୍ଣ୍ଣାର୍ଡ ବ୍ରିଟେନରେ ରହୁଥିଲ ଓ ଛୁଟି କାଟିବା ପାଇଁ ଥାଇଲାଣ୍ଡ ଆସିଥିଲେ। ସେ ଏହି ଭୁତ ସିନେମା ଦେଖିବା ପାଇଁ ସିନେମା ହଲକୁ ଯାଇଥିଲେ ସିନେମା ଶେଷ ହେବା ପରେ ଯେତେବେଳେ ହଲର ଲାଇଟି ଲାଗିଲା ସେତେବେଳେ ବର୍ଣ୍ଣାର୍ଡଙ୍କ ପାଖରେ ବସିଥିବା ମହିଳା ବର୍ଣ୍ଣାର୍ଡଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହା ପ୍ରଥମ ଘଟଣା ନୁହେଁ ଏହା ପୁର୍ବରୁ ମଧ୍ୟ ଭୁତ ସିନେମା ଦେଖୁଥିବା ସମୟରେ ଅନେକ ଦର୍ଶକଙ୍କ ମୃତ୍ୟୁ ହୋଇଛି।

ଦ କଞ୍ଜ୍ୟୁରିଙ୍ଗ-୨ (୨୦୧୬)

ତାମିଲନାଡୁର ତିରୁବନ୍ନାମଲାଇରେ ସିନେମା ଦେଖୁଥିବା ସମୟରେ ୬୫ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ସିନେମାଟି ଭୁତ ଧରୁଥିବା ଏଡ ବାରେନ ଓ ଲାଁରେନ ବାରେନଙ୍କ ଡାଏରୀ ଉପରେ ପର୍ଯ୍ୟବେସିତ ଥିଲା। କାହାଣି ଇଂଲଣ୍ଡର ଲଣ୍ଡନରେ ୧୯୭୭ରେ ହୋଇଥିବା ଏକ ଭୟଙ୍କର ଭୁତ ଘଟଣା ଉପରେ ଆଧାରିତ ଥିଲା, ଯେଉଁଥିରେ ପୈଗି ନାମକ ଜଣେ ମହିଳାଙ୍କ ଝିଅ ଉପରେ ଭୁତର ଛାୟା ରହୁଥାଏ।

ରାଜୁ ଗାରି ଗଦି (୨୦୧୫)

ହାଇଦ୍ରାବଦରେ ବାସ କରୁଥିବା ଜଣେ ପ୍ରଇଭେଟ ଟ୍ୟୁଟର ସି ଅମରନାଥ ଭୂତ ସିନେମା ଦେଖୁଥିବା ସମୟରେ ମୃତ୍ୟୁ ମୁଖରେ ପଡିଥିଲେ। ଡାକ୍ତରୀ ରିପୋର୍ଟ ମୁତାବକ ତାଙ୍କ ମୃତ୍ୟୁ କାର୍ଡିୟକ ଆରେଷ୍ଟର କାରଣରୁ ହୋଇଥିଲା। ଫିଲ୍ମିରେ ଷ୍ଟୋରୀ ଲାଇନ ଏହା ଥିଲା ଯେ, ଏକ ଟେଲିଭିଜନ ଚ୍ୟାନେଲ ଭୂତ ବଙ୍ଗଳାରେ ରିୟଲିଟି ଶୋ ଆୟୋଜନ କରୁଥିଲା ଯାହା ଦ୍ବାରା ବଙ୍ଗଳାରେ ଘଟୁଥିବା ମୃତ୍ୟୁର ରହସ୍ୟ ଜଣାପଡିବ। ଏହା ପରେ ଶୋରେ ଅଂଶଗ୍ରହଣ କରୁଥିବା ଲୋକଙ୍କ ସହିତ ଭୟଙ୍କର ଦୁର୍ଘଟଣା ଘଟିବାକୁ ଲାଗୁଥିଲା ଓ ଗୋଟି ଗୋଟି କରି ଅଂଶଗ୍ରହଣକାରୀଙ୍କ ରହସ୍ୟମୟ ଭାବରେ ମୃତ୍ୟୁ ହେବାକୁ ଲାଗୁଥିଲା।

ଭୂତ (୨୦୦୩)

 

ରାମଗୋପାଳ ବର୍ମାଙ୍କ ଏହି ସିନେମା ଦେଖୁଥିବା ସମୟରେ ଦିଲ୍ଲୀରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ହୃଦସ୍ପନ୍ଦନ ବନ୍ଦ ହେବା କାରଣରୁ ମୃତ୍ୟୁ ହୋଇଥିଲ। ଏହି ସିନେମାଟିରେ ମଞ୍ଜିତ ନାମକ ଜଣେ ଝିଅର ଭୁତ କାହାଣୀ ଉପରେ ଆଧାରିତ ଥିଲା, ଯାହା ଉର୍ମିଲା ମାତେଣ୍ଡକରଙ୍କ ଶରୀରରେ ପ୍ରବେଶ କରିଥିଲା। ମଞ୍ଜିତର ମୃତ୍ୟୁ ସେହି ଫ୍ଲାଟରୁ ପଡି ହୋଇଥିଲା, ଯେଉଁ ଫ୍ଲାଟରେ ଉର୍ମିଲା ଓ ଅଜୟ ଦେବଗନ ରହିବାକୁ ଆସିଥିଲେ।

ଦ କ୍ରିପିଙ୍ଗ ଅନନୋନ

 

 

 

 

ଚିକାଗୋର ଥଏଟରରେ ସିନେମା ଦେଖୁଥିବା ସମୟରେ ଷ୍ଟୁଆର୍ଟ ନାମକ ଏକ ୯ ବର୍ଷର ବାଳକର ମୃତ୍ୟୁ ହୋଇଥିଲା। ତାଙ୍କ ବାପା ମାଙ୍କୁ ସିନେମା ସରିବା ପରେ ତାଙ୍କ ପୁଅର ମୃତ୍ୟୁ ହୋଇଥିବାର ଜାଣିବାକୁ ପାଇଥିଲେ। ଶିଶୁଟିର ମୃତ୍ୟୁ ହାର୍ଟ ଫେଲ୍ୟୁରୋ କାରଣରୁ ହେଇଥିଲା ବୋଲି ଜଣା ପଡିଥିଲା। ସିନେମାଟିର କାହାଣୀ ଜଣେ ମହାକାଶଚାରୀଙ୍କ ଉପରେ ଥିଲା ଯିଏ ମହାକାଶରୁ ଫେରିବା ପରେ ରାକ୍ଷାସ ହୋଇଯାଇଥିଲା।

ଦ ରାଇଡର୍ସ ଅଫ ସ୍କଲ୍ସ (୧୯୬୫)

ଟେକ୍ସାସର ରୟାଲ ଥିଏଟରରେ ସିନେମା ଦେଖୁଥିବା ସମୟରେ ଜଣେ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ସିନେମାଟିର କାହାଣୀ ଗଧିଆ ମଣିଷ, ପିଶାଚ ଓ ମୁଣ୍ଡ ବିହୀନ ହର୍ସମ୍ୟାନର ଉପରେ ଆଧାରିତ ଥିଲା। ଯିଏ ଲୋକଙ୍କ ଉପରେ ଆକ୍ରମଣ କରୁଥିଲା।

Sasmita

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

56 mins ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

3 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

3 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

5 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

6 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

6 hours ago