ଫିଲ୍ମ ‘କବୀର ସିଂ’ର ଏହି ଲୋକପ୍ରିୟ ଅଭିନେତ୍ରୀ କରାଇଲେ ନିଜର ନ୍ୟୁଡ ଫଟୋଶୁଟ, ଦେଲେ ଏହି ଖାସ ମେସେଜ

ଶାହିଦ କପୁର ଓ କିଆରା ଆଡଭାନୀଙ୍କ ଫିଲ୍ମ ‘କବୀର ସିଂ’ ବହୁତ ପପୁଲାର ହୋଇଥିଲା। ତେଲୁଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ଏହି ରିମେକ ବକ୍ସ ଅଫିସରେ ପାଖାପାଖି ୨୫୦ କୋଟିର ବିଜିନେସ କରିଥିଲା। ଏହି ଫିଲ୍ମର ଏକ ସିନ ଦର୍ଶକଙ୍କୁ ଏତେ ପସନ୍ଦ ଆସିଥିଲା କି, ଏ ପର୍ଯ୍ୟନ୍ତ ଏହି ସିନ ଉପରେ ଅନେକ କାର୍ଟୁନ ଏବଂ ମିମ୍ସ ବନା ଯାଇସାରିଲାଣି। ଆମେ କହୁଛୁ, କବୀର ସିଂ ଓ ତାଙ୍କ ହାଉସ ହେଲପରଙ୍କ ମଧ୍ୟରେ ଥିବା ଏକ ସିନ ବିଷୟରେ।

vanita2

ଫିଲ୍ମରେ ହାଉସ ହେଲପର ଭୂମିକା ନିଭାଇଥିବା ଅଭିନେତ୍ରୀ ବନିତା ଖରାତ ନିକଟରେ ଏକ ଫଟୋଶୁଟ କରାଇଛନ୍ତି, ଯାହାକି ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛି। ବନିତା ଏକ ନ୍ୟୁଡ ଫଟୋଶୁଟ କରାଇଛନ୍ତି। ନୂଆ ବର୍ଷ ଅବସରରେ ସେ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ନିଜର ନ୍ୟୁଡ ଫଟୋ ସେୟାର କରି ହଇଚଇ ସୃଷ୍ଟି କରିଛନ୍ତି।

vanita

ବାସ୍ତବରେ, ବନିତା ଏହି ନ୍ୟୁଡ ଫଟୋଶୁଟ ‘ବଡି ପଜିଟିଭିଟି’ ପାଇଁ କରାଇଛନ୍ତି, ଯେଉଁଥିରେ ସେ ଏକ ଗୁଡ଼ି ପଛରେ ନିଜକୁ ଲୁଚାଇଛନ୍ତି। ବନିତା ଏହି ଫଟୋର କ୍ୟାପସନ ଦେଇଛନ୍ତି, ‘ମୋତେ ମୋ ଟ୍ୟାଲେଣ୍ଟ, ପ୍ୟାସନ, କନଫିଡେନ୍ସ ଏବଂ ଶରୀର ଉପରେ ଗର୍ବ ଅଛି’। ଇଣ୍ଟରନେଟରେ ଆଜିକାଲି ଚାଲୁଥିବା ବଡି ଶେମିଙ୍ଗ ଏବଂ ଟ୍ରୋଲର୍ସଙ୍କୁ ବନିତା ନିଜର ଏହି ଫଟୋ ଜରିଆରେ କଡ଼ା ଜବାବ ଦେଇଛନ୍ତି। ସୂଚନାଥାଉ କି, ‘କବୀର ସିଂ’ ଫିଲ୍ମରେ କାମ କରିଥିବା ବନିତା ଖରାତ ଜଣେ ମରାଠୀ ଅଭିନେତ୍ରୀ।

You might also like