ନିଜ ଗହଣା ବିକି ଘର ଚଳାଉଛନ୍ତି ଟେଲିଜଗତର ଏହି ଖ୍ୟାତନାମା ଅଭିନେତ୍ରୀ, ଜାଣନ୍ତୁ ଏହା ପଛର କାରଣ

ଟିଭି ପରଦାରେ ଆପଣ ନିଶ୍ଚିତ ରୂପେ ଏହି ଅଭିନେତ୍ରୀ ଜଣଙ୍କୁ ଦେଖିଥିବେ । ଏ ହେଉଛନ୍ତି ନୁପୁର ଅଳଙ୍କାର । ସେ ଅଗଲେ ଜନମ ମୋହେ ବିଟିଆ କିଜୋ, ଘର କି ଲକ୍ଷ୍ମୀ ବେଟିୟା, ଫୁଲବା, ସ୍ଵରାଗିଣି ପରି ଲୋକ ପ୍ରିୟ ସିରିଏଲ ଗୁଡିକରେ ଜବରଦସ୍ତ ଅଭିନୟର ଯାଦୁ ଦେଖେଇସାରିଛନ୍ତି । କିନ୍ତୁ ଆପଣ ଜାଣନ୍ତିକି  କିଛି ଦିନ ହେବ  ଏହି ଅଭନେତ୍ରୀ ଜଣକ ଘୋର ଆର୍ଥିକ ପରିସ୍ଥିତିର ସାମ୍ନା କରୁଛନ୍ତି । ଏମିତିକି ତାଙ୍କ ପାଖରେ  ନିଜ ଦୈନନ୍ଦିନ ଖର୍ଚ୍ଚ ତୁଲାଇବା ପାଇଁ ମଧ୍ୟ ପଇସା ନାହିଁ । ନିଜେ ନୁପୁର ଏକ ସମ୍ବାଦ ପତ୍ରକୁ ଦେଇଥିବା ସାକ୍ଷାତକାର ସମୟରେ ହିଁ ଏହି ବିଷୟରେ କହିଥିଲେ ।

nupur

ତାଙ୍କ କହିବା ଅନୁଯାୟୀ ପିଏମସି ବ୍ୟାଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ହେଉଛି ନୁପୁରଙ୍କର ଏପରି ପରିସ୍ଥିତିର ମୂଳ କାରଣ । ନିକଟରେ ସେପ୍ଟେମ୍ବର ୨୪ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରାଟିଭ ବ୍ୟାଙ୍କକୁ ଏକ ନୋଟିସ ଜାରି କରିଥିଲେ । ଏଥିରେ ଆରବିଆଇ ୬ ମାସ ପାଇଁ ଏହି ବ୍ୟାଙ୍କର ନେଣଦେଣ ଉପରେ ରୋକ ଲଗାଇଛନ୍ତି । ସେଣ୍ଟ୍ରାଲ ବ୍ୟାଙ୍କର ନିର୍ଦ୍ଦେଶ ମୁତାବକ କୌଣସି ଗ୍ରାହକ ଏହି ବ୍ୟାଙ୍କ ଆକାଉଣ୍ଟରୁ ୨୫,୦୦୦ରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ । ନୁପୁରଙ୍କ ଆକାଉଣ୍ଟ ଏହି ବ୍ୟାଙ୍କରେ ଥିବାରୁ ହିଁ ତାଙ୍କୁ ଏହିପରି ଆର୍ଥିକ ସଙ୍କଟର ସମ୍ମୁଖୀନ  ହେବାକୁ ପଡିଛି । ଏମିତିକି ତାଙ୍କୁ ନିଜର ଗହଣାକୁ ମଧ୍ୟ ବିକିବାକୁ ପଡିଛି ।

ଏହା ସହ ପଢନ୍ତୁ: ଦୀପିକାଙ୍କ ଡ୍ରେସ ପିନ୍ଧିବାକୁ ଚାହୁଁଛନ୍ତି କି? ତେବେ ଏହି ୱେବସାଇଟରୁ କିଣିପାରିବେ ନିଜ ପ୍ରିୟ ଷ୍ଟାରଙ୍କ ପୋଷାକ

ଘରେ ଜମା ପଇସା ନଥିବା କାରଣରୁ ଓ ବ୍ୟାଙ୍କର ଖରାପ ପରିସ୍ଥିତି ଯୋଗୁଁ ବାଧ୍ୟ ହୋଇ ତାଙ୍କୁ  ଏପରି ଏକ ପଦକ୍ଷେପ ନେବାକୁ ପଡିଛି  । ଏମିତିକି ସେ ନିଜ ଏକ ସାଙ୍ଗ ଠାରୁ ୩୦୦୦ ଟଙ୍କାର ଋଣ ମଧ୍ୟ ନେଇଛନ୍ତି । ଏମିତିକି ଏକ ଅଟୋରେ ଯିବା ପାଇଁ ତାଙ୍କୁ ଥରେ ୫୦୦ ଟଙ୍କା ଧାର କରିବାକୁ ପଡିଥିଲା । ଏପର୍ଯ୍ୟନ୍ତ ନିଜ ସାଙ୍ଗସାଥୀଙ୍କ ଠାରୁ ପ୍ରାୟ ୫୦,୦୦୦ ଟଙ୍କା ଋଣ ନେଇସାରିଛନ୍ତି । ନୁପୁର ନିଜ ସାକ୍ଷାତକାରରେ ଏହା ମଧ୍ୟ କହିଥିଲେ କି ପିସିସିଆଇ ବ୍ୟାଙ୍କ ଛଡା ଅନ୍ୟ ବ୍ୟାଙ୍କରେ ତାଙ୍କର ଆକାଉଣ୍ଟ ଥିଲେ ମଧ୍ୟ କିଛି ବର୍ଷ ପୂର୍ବେ ହିଁ ସେ ଏହି ଆକାଉଣ୍ଟ ଗୁଡିକୁ ପିଏମସି ବ୍ୟାଙ୍କକୁ ଟ୍ରାନ୍ସଫର କରିଦେଇଥିଲେ ।

ଅତି ଦୁଃଖର ସହ ସେ କହିଛନ୍ତି କି ତାଙ୍କର ଓ ତାଙ୍କ ପରିବାର ସଦସ୍ୟଙ୍କ ସମସ୍ତ ଜମା ପୁଞ୍ଜି ଏଥିଯୋଗୁଁ ଏକ ପ୍ରକାର ବ୍ଲକ ହୋଇରହିଛି । ଏମିତିକି ସେ ଏବେ କୌଣସି ବ୍ୟାଙ୍କରୁ ଲୋନ ପାଇବା ପାଇଁ ମଧ୍ୟ ଯୋଗ୍ୟ ନୁହନ୍ତି । ପିଏମସି ବ୍ୟାଙ୍କରେ ଆକାଉଣ୍ଟ ଥିବା କଥା ଶୁଣିବା କ୍ଷଣି ଲୋକେ ତାଙ୍କ ଫୋନ କାଟିଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.