ବିବାହ ପୂର୍ବରୁ ଗର୍ଭବତୀ ଥିଲେ ଏହି ବଲିଉଡ୍ ଅଭିନେତ୍ରୀ, ହେଲେ କୁଆଁରୀ ମା

ଯେତେବେଳେ ଜଣେ ଝିଅ ମା’ ହୋଇଥାଏ ସେତେବେଳେ ତାଙ୍କୁ ଦୁନିଆର ସବୁଠାରୁ ବଡ ଖୁସି ମିଳିଥାଏ । କିନ୍ତୁ କେହି ଝିଅ ଯଦି ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଆନ୍ତି ତେବେ ତାଙ୍କର ଏହି ସୁଖ ଅଭିଶାପରେ ପରିବର୍ତ୍ତିତ ହୋଇଯାଇଥାଏ । କାରଣ ଆଜି ବି କିଛି ଲୋକ ପୁରୁଣା ଚିନ୍ତାଧାରକୁ ନେଇ ବଞ୍ଚୁଛନ୍ତି । ସେମାନଙ୍କ ଅନୁସାରେ ବିବାହ ପୂର୍ବରୁ ମା’ ହେବା ପାପ । ସାଧାରଣ ଜୀବନଶୈଳରେ ଏହା ବହୁତ କମ ଦେଖିବାକୁ ମିଳିଥାଏ କିନ୍ତୁ ବହୁ ପୁରାତନ ଯୁଗରୁ ଚାଲିଆସୁଥିବା ଏହି ପ୍ରଥାକୁ ଅନେକ ବଲିଉଡ୍ ଅଭିନେତ୍ରୀ ଭାଙ୍ଗିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଜଣାଇବୁ, ଯିଏ ବିବାହ ପୂର୍ବରୁ ମା ହେବା ପାଇଁ ସ୍ଥିର କରିଥିଲେ । ତେବେ ଆସନ୍ତୁ ଜାଣିବା ସେମାନେ କିଏ?
-ବିବାହ ପୂର୍ବରୁ ମା ହେବା କଥା ଉଠିଲେ ପ୍ରଥମେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ କଥା ମନକୁ ଆସେ । ବଲିଉଡର ଚାନ୍ଦନୀ ଅର୍ଥାତ୍ ଶ୍ରୀଦେବୀ ବିବାହ ପୂର୍ବରୁ ଗର୍ଭବତୀ ଥିଲେ । ସେ ନିଜେ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ । ଯେତେବେଳେ ସେ ବୋନି କପୁରଙ୍କୁ ବିବାହ କରିଥିଲେ ସେତେବେଳେ ସେ ୭ ମାସର ଗର୍ଭବତୀ ଥିଲେ । ବିବାହର କିଛି ମାସ ପରେ ତାଙ୍କ ବଡ଼ ଝିଅ ଜାହ୍ନବୀ ଜନ୍ମ ହୋଇଥିଲେ ।
-ବଲିଉଡର ଆଗ ଧାଡିର ନାୟିକା ଇଲିଆନା ଡିକ୍ରୁଜ ମଧ୍ୟ ବିବାହ ପୂର୍ବରୁ ମା ହୋଇଛନ୍ତି । କିଛି ବର୍ଷ ତଳେ ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜ ପ୍ରେଗ୍ନେସି ଖବର ଶେୟାର କରି ଫ୍ୟାନ୍ସଙ୍କୁ ଚକିତ କରି ଦେଇଥିଲେ । ଯାହା ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସେ ଆଜି ପର୍ଯ୍ୟନ୍ତ ବି ତାଙ୍କ ସନ୍ତାନର ବାପାଙ୍କ ଗୁପ୍ତ ଭାବରେ ରଖିଛନ୍ତି । ଫ୍ୟାନ୍ସମାନେ ମଧ୍ୟ ତାଙ୍କ ସନ୍ତାନର ବାପା କିଏ ଜାଣିବା ପାଇଁ ବେଶ ଆଗ୍ରହୀ ଅଛନ୍ତି ।
-ବଲିଉଡ୍ ଏବଂ ସାଉଥ ଷ୍ଟାର କମଲ ହାସନଙ୍କ ଦ୍ୱିତୀୟ ପତ୍ନୀ ସାରିକା ମଧ୍ୟ ବିବାହ ପୂର୍ବରୁ ଗର୍ଭବତୀ ଥିଲେ । କମଲ ଏବଂ ସାରିକାଙ୍କ ବିବାହ ପୂର୍ବରୁ ତାଙ୍କର ବଡ଼ ଝିଅ ଶ୍ରୁତି ହାସନ ଜନ୍ମ ନେଇଥିଲେ ।
-ବଲିଉଡ୍ ଅଭିନେତ୍ରୀ ନେହା ଧୂପିଆ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ଗର୍ଭବତୀ ହେବା ପରେ ସେ ଏକ ଗୁରୁଦ୍ୱାରରେ ଅଙ୍ଗଦ ବେଦୀଙ୍କୁ ବିବାହ କରିଥିଲେ । ବିବାହର ୬ ମାସ ପରେ ସେ ମାଆ ହୋଇଥିଲେ ।
-ଅଭିନେତ୍ରୀ ମହିମା ଚୌଧୁରୀ ମଧ୍ୟ ବିବାହ ପୂର୍ବରୁ ଗର୍ଭବତୀ ହେବା ବିଷୟରେ ଖବର ଆସିଥିଲା । ସେ ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ ଯାହାଙ୍କୁ ସେ ବିବାହ ପୂର୍ବରୁ ଡେଟ୍ କରୁଥିଲେ ।
-ଅଭିନେତ୍ରୀ କୋଙ୍କଣା ସେନ ଶର୍ମା ରଣବୀର ଶୋରେଙ୍କୁ ବିବାହ କରିଥିଲେ । ଦୁହେଁ ବହୁତ ଶୀଘ୍ର ବିବାହ କରିଥିଲେ ଏବଂ ବିବାହର କିଛି ସମୟ ପରେ କୋଙ୍କଣା ମା’ ହୋଇଥିଲେ । ପିଲାଟିକୁ ଜନ୍ମ ଦେବା ପରେ ଅଭିନେତ୍ରୀ ସ୍ପଷ୍ଟ ଭାବରେ କହିଥିଲେ ଯେ ସେ ବିବାହ ପୂର୍ବରୁ ଗର୍ଭବତୀ ଥିଲେ ।
-ବଲିଉଡ୍ ଅଭିନେତ୍ରୀ ଅମ୍ରିତା ମଧ୍ୟ ହଠାତ୍ ବିବାହ କରି ଗଣମାଧ୍ୟମକୁ ଆଶ୍ଚର୍ଯ୍ୟ କରିଦେଇଥିଲେ । କିନ୍ତୁ ପରେ ଜଣାପଡିଲା ଯେ ତାଙ୍କ ତୁରନ୍ତ ବିବାହ କରିବାର କାରଣ ତାଙ୍କର ଗର୍ଭଧାରଣ ଥିଲା । କିନ୍ତୁ ବିବାହର ମାତ୍ର କିଛି ମାସ ପରେ ଅମ୍ରିତା ଆରୋରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।
-ମିସ୍ ଇଣ୍ଡିଆ ୟୁନିଭର୍ସ ସେଲିନା ଜେଟଲି ତାଙ୍କ ସ୍ୱାମୀଙ୍କୁ ବହୁତ ଦିନ ଧରି ଡେଟ୍ କରିଥିଲେ, ଯିଏ ଦୁବାଇ ସ୍ଥିତ ଏକ ହୋଟେଲର ମାଲିକ । ଗଣମାଧ୍ୟମରେ ଖବର ଆସିଥିଲା ଯେ ସେଲେନା ହଠାତ୍ ଜୁଲାଇ ୨୦୧୧ରେ ବିବାହ କରିଥିଲେ । ବିବାହର କିଛି ସମୟ ପରେ ସେଲିନା ତାଙ୍କ ଗର୍ଭଧାରଣ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଏବଂ ଯାଆଁଳା ପୁଅକୁ ଜନ୍ମ ଦେଇଥିଲେ ।
-ସେହିଭଳି ନବେ ଦଶକର ଲୋକପ୍ରିୟ ଅଭିନେତ୍ରୀ ନୀନା ଗୁପ୍ତା ହଠାତ୍ ଗର୍ଭବତୀ ଥିବା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ସେହି ସମୟରେ ସେ ପିଲାର ବାପାଙ୍କ ନାମ ମଧ୍ୟ ପ୍ରକାଶ କରିନଥିଲେ । କିନ୍ତୁ ପରେ ଜଣାପଡିଥିଲା ଯେ କ୍ରିକେଟର ଭିଭିଆନ ରିଚାର୍ଡସ ହେଉଛନ୍ତି ତାଙ୍କ ସନ୍ତାନର ବାପା ।
-ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ଅର୍ଥାତ ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାଙ୍କୋଭିକ୍ ମଧ୍ୟ ନିଜ ଗର୍ଭବତୀ ଥିବା ଖବର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଏହି କାରଣରୁ ଲକଡାଉନ୍ ସମୟରେ ଦୁହେଁ ଶୀଘ୍ର ବିବାହ କରିଥିଲେ । ଯାହାପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।
ତେବେ ଦର୍ଶକବନ୍ଧୁ ଏମାନେ ମହିଳା ସଶକ୍ତିକରଣର ନୂଆ ଉଦାହରଣ ନିଶ୍ଚୟ କିନ୍ତୁ ଭାରତୀୟ ସଂସ୍କୃତିକୁ ଭାଙ୍ଗିରୁଜି ପାଶ୍ଚାତ୍ୟ ଶୈଳୀକୁ ଆପଣାଇଛନ୍ତି । ଯାହା ଏବେ ଲୋକଙ୍କର ବି ଦେହସୁହା ହୋଇଗଲାଣି ।