ମାତ୍ର ୩ ମିନିଟର ଆଇଟମ ଗୀତ ପାଇଁ ଏହି ବଲିଉଡ୍‌ ସୁନ୍ଦରୀ ନେଲେ ୨ କୋଟି

ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କ୍ରିକେଟର ରିଷଭ୍‌ ପନ୍ତଙ୍କ ସହ ତାଙ୍କ ନାମକୁ ପ୍ରାୟତଃ ଯୋଡ଼ା ଯାଇଥାଏ ଏବଂ ଏହି କାରଣରୁ ସେ ଲାଇମ୍‌ଲାଇଟରେ ରୁହନ୍ତି। ହେଲେ ବର୍ତ୍ତମାନ ପୁଣି ଉର୍ବଶୀଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ହେଲେ ତାର କାରଣ ରିଷଭ୍‌ ନୁହଁନ୍ତି ବରଂ ଆଉ କିଛି।

ଘଟଣାଟି ହେଉଛି ଚଳିତଥର ଉର୍ବଶୀ ମୋଟାଅଙ୍କର ପାରିଶ୍ରମିକ ନେଇଛନ୍ତି। ମାତ୍ର ତିନି ମିନିଟର ଏକ ଆଇଟମ ଗୀତ ପାଇଁ ୨ କୋଟି ଟଙ୍କାର ପାରିଶ୍ରମିକ ନେଇଥିବା କୁହାଯାଉଛି। ଉର୍ବଶୀ ଦକ୍ଷିଣ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ଫିଲ୍ମ ‘ୱାଲଟେୟାର ଭିରାୟା’ରେ ଏକ ଆଇଟମ ଗୀତ ‘ବସ ପାର୍ଟି’ରେ ଧମାଲ କରୁଥିବା ନଜର ଆସିଛନ୍ତି। ତାଙ୍କର ଆଇଟମ ନୃତ୍ୟ ବେଶ ଆକର୍ଷଣୀୟ ରହିଛି। ଏହା ସିନେମା ଦେଖୁଥିବା ଦର୍ଶକଙ୍କୁ ବେଶ ମନୋରଞ୍ଜନ ଯୋଗାଇବ ବୋଲି ବି ଶୁଣିବାକୁ ମିଳୁଛି।

ଉର୍ବଶୀ ବଲିଉଡରେ ବ୍ଯତିତ କନ୍ନଡ ଏବଂ ତାମିଲ ସିନେମାରେ ମଧ୍ୟ କାମ କରୁଛନ୍ତି। ଗତ ବର୍ଷ ଉର୍ବଶୀ ତାମିଲ ସିନେମା ଜଗତରେ ଡେବ୍ୟୁ କରିଥିବା କଥା ଘୋଷଣା କରିଥିଲେ। ଏହି କ୍ରମରେ ସେ ଜେଡି ଜେରିଙ୍କ ସିନେମା ‘ଦି ଲିଜେଣ୍ଡ’ରେ ଅଭିନୟ କରିବାକୁ ଯାଉଛନ୍ତି ବୋଲି ଖବର ମିଳିଛି। ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ତାଙ୍କ ଗ୍ଲାମର ଏବଂ ଷ୍ଟାଇଲ ପାଇଁ ପ୍ରଶଂସକଙ୍କ ମଧ୍ୟରେ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି। ତେବେ ଏହି ପାରିଶ୍ରମିକ ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ପ୍ରକାଶ ରାଜଙ୍କ ଦେୟଠାରୁ ଅଧିକ ପାରିଶ୍ରମିକ ରହିଥିବା କୁହାଯାଉଛି। କାରଣ ପ୍ରକାଶ ରାଜ ‘ୱାଲଟେୟାର ଭିରାୟା’ ଫିଲ୍ମ ପାଇଁ ୧.୫ କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି।

ତେବେ ବଲିଉଡରେ ଯେତେ ଅଭିନେତ୍ରୀ ଅଛନ୍ତି, ସମସ୍ତଙ୍କ ଭିତରୁ ସବୁବେଳେ ଇଣ୍ଟରନେଟ୍‌ରେ ସେନ୍ସେସନ ବନୁଥିବା ଉର୍ବଶୀ ରୌତେଲା ଇଣ୍ଟରନେଟ୍‌ରେ ସର୍ବଦା ଛାଇ ହୋଇ ରହିଥାନ୍ତି । ସେ ଯେଉଁ ଅବତାରରେ ନଜର ଆସିଛନ୍ତି ଦର୍ଶକ ତାଙ୍କଠୁ ନଜର ହଟାଇ ପାରିନଥାନ୍ତି । ଉର୍ବଶୀ ନିଜର ଇନ୍‌ଷ୍ଟା ପ୍ରୋଫାଇଲରେ ତାଙ୍କର ବିଭିନ୍ନ ଲୁକ କୁ ସେୟାର କରିଥାନ୍ତି। ଯାହା ଇଣ୍ଟରନେଟ୍‌ରେ ଭାଇରାଲ ହେବାସହ ଏହା ସମସ୍ତଙ୍କୁ ମତୁଆଲା କରିଥାଏ ।

ଆଶା କରୁଛୁ ଏହି ଭାଇରାଲ୍ ଭିଡିଓଟି ପସନ୍ଦ ଆସିଥିବ। ଯଦି ଆପଣଙ୍କୁ ଆମର ଏ ଭିଡିଓ ପସନ୍ଦ ଆସିଥାଏ ଏହାକୁ ଅନ୍ୟମାନଙ୍କ ସହ ବି ନିଶ୍ଚୟ ସେୟାର କରନ୍ତୁ । ଆଉ ଏପରି ଭିଡିଓ ଆଗକୁ ଦେଖିବା ପାଇଁ ଯୋଡି ହୋଇ ରୁହନ୍ତୁ ଆମ ଚ୍ୟାନେଲ କେନ୍ୟୁଜଓଡିଶା ସହ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.