ଏହି ପ୍ରତିଯୋଗୀ ହେଲେ ‘ସୁପରଷ୍ଟାର ସିଙ୍ଗର’ ଶୋ’ ର ପ୍ରଥମ ବିଜେତା, ଜିତିଲେ ଟ୍ରଫି ସହିତ ୧୫ ଲକ୍ଷ ଟଙ୍କା

ସୋନି ଟିଭିରେ ପ୍ରସାରିତ ହେଉଥିବା ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ସୁପରଷ୍ଟାର ସିଙ୍ଗର୍’ ର ବିଜେତା ହୋଇଛନ୍ତି ପଶ୍ଚିମବଙ୍ଗର ପ୍ରୀତି ଭଟ୍ଟାଚାର୍ଯ୍ୟ । ପୁରସ୍କାର ବାବଦକୁ ତାଙ୍କୁ ବିଜୟୀ ଟ୍ରଫି ସହିତ ୧୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।
ଶୋ’ର ଗ୍ରାଣ୍ଡ୍ ଫିନାଲେ ପର୍ଯ୍ୟାୟକୁ ୬ ଜଣ ପ୍ରତିଯୋଗୀ ପହଞ୍ଚିଥିଲେ। ପ୍ରୀତିଙ୍କ ସହିତ ଏଥିରେ ମୌଲୀ, ସ୍ନେହା ଶଙ୍କର, ହର୍ଷିତ୍ ନାଥ, ଅଙ୍କୋନା ମୁଖାର୍ଜୀ ଓ ନିଷ୍ଠା ଶର୍ମା ରହିଥିଲେ। ହେଲେ ସମସ୍ତଙ୍କୁ ପଛରେ ପକାଇ ପ୍ରୀତି ବାଜି ମାରି ନେଇଥିଲେ। ଶୋ’ର ପ୍ରାୟ ପ୍ରତ୍ୟେକ ଅଧ୍ୟାୟରେ ତାଙ୍କର ପ୍ରଦର୍ଶନ ବେଶ୍ ଭଲ`।
ଏହାସହ ପଢ଼ନ୍ତୁ ; ବିଗବସ 13: ୱିକେଣ୍ଡ ବାରରେ ସଲମାନଙ୍କ ସାମ୍ନାକୁ ଆସିଲା ଏକ୍ସ ଗାର୍ଲଫ୍ରେଣ୍ଡ ଐଶ୍ଵର୍ଯ୍ୟା ରାୟଙ୍କ କଥା
ଏହି ଶୋ’ରେ ଚାରି ଜଣ କ୍ୟାପଟେନ ରହିଥିଲେ। କ୍ୟାପଟେନଙ୍କ ମଧ୍ୟରେ ସମସ୍ତ ପ୍ରତିଯୋଗୀଙ୍କୁ ଭାଗ କରି ଦିଆଯାଇଥିଲା। ନିତିନ କୁମାର, ସଲମାନ୍ ଅଲି, ଜ୍ୟୋତିକା ତଙ୍ଗରୀ ଓ ସଚିନ କୁମାର ବାଲ୍ମୀକି ଶୋ’ରେ କ୍ୟାପଟେନ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ସେହିପରି ଶୋ’ରେ ହିମେଶ ରେଶମିଆ, ଅଲ୍କା ୟାଗ୍ନିକ୍ ଓ ଜାଭେଦ ଅଲି ଜଜ୍ ହୋଇଥିଲେ।