ବୟସ ଗଡ଼ିଲାଣି, ଜଓ୍ଵାନୀ ଯାଇନି; ୪୦ ବର୍ଷ ବୟସରେ ବି ବୟଫ୍ରେଣ୍ଡ ସହ ଲିଭ୍‌ ଇନ୍‌ରେ ମସ୍ତି କରୁଛନ୍ତି ବଲିଉଡ୍‌ ସୁନ୍ଦରୀ

ବଲିଉଡ୍‌ ହିରୋଇନ୍‌ମାନେ ପରଦାଠାରୁ ଅଲଗା ପ୍ରତ୍ୟେକ ମାମଲାରେ ଟ୍ରେଣ୍ଡ ସେଟ୍‌ କରିବା ପାଇଁ ଜଣାଯାଇ ଥାଆନ୍ତି। ଯେଉଁଠି ସୋସାଇଟିରେ ଛାଡ଼ପତ୍ର ଏକ ବହୁତ ବଡ଼ ପ୍ରସଙ୍ଗ ହୋଇଥାଏ, ସେଠି ବି ଟାଉନ୍‌ରେ ଏମିତି କିଛି ହିରୋଇନ ଅଛନ୍ତି, ଯେଉଁମାନେ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପରେ କିମ୍ବା ବିବାହ ନ କରି ପ୍ରେମ ବ୍ୟାପାରରେ ଢେର ଆଗରେ ଅଛନ୍ତି। ନିଜର ସଚ୍ଚା ପ୍ରେମ ଖୋଜିବାକୁ ଯାଇ ବୟଫ୍ରେଣ୍ଡଙ୍କ ସହିତ ଲିଭ୍‌ ଇନ୍‌ ରିଲେଶନରେ ଆରାମ ଅନୁଭବ କରୁଛନ୍ତି। ଆଜି ଆମେ ଆପଣଙ୍କୁ ବି ଟାଉନର ସେହି ହିରୋଇନମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ୪୦ ବର୍ଷ ପାର୍‌ କରି ଯାଇଥିଲେ ମଧ୍ୟ ନିଜ ପ୍ରେମିକମାନଙ୍କ ସହିତ ଲିଭ୍‌ ଇନ୍‌ ରିଲେଶନ ଏନଜୟ କରୁଛନ୍ତି। କିଏ ସ୍ୱାମୀକୁ ଛାଡ଼ପତ୍ର ଦେବା ପରେ ପ୍ରେମକୁ ଆଉ ଏକ ମଉକା ଦେଇଛି ତ ଆଉ କିଏ ବିନା ବିବାହରେ ସନ୍ତାନ ମଧ୍ୟ ଜନ୍ମ କରିଛି। ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ।

ମଲାଇକା-ଅର୍ଜୁନ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ଏବେ ୪୮ ବର୍ଷ ବୟସ। ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ମଲାଇକା, ସ୍ୱାମୀ ଅରବାଜ ଖାନଙ୍କଠାରୁ ଛାଡ଼ପତ୍ର ନେବା ପରେ ଅର୍ଜୁନ କପୁରଙ୍କ ସହିତ ରିଲେଶନରେ ଅଛନ୍ତି। ଦୁହେଁ ଏକାଠି ରହୁଛନ୍ତି। ଅର୍ଜୁନ, ମଲାଇକାଙ୍କଠାରୁ ୧୧ ବର୍ଷ ସାନ। କହି ରଖୁଛୁ, ମଲାଇକା ଓ ଅରବାଜଙ୍କର ଏକମାତ୍ର ପୁଅ ଅରହାନ ଖାନ ବର୍ତ୍ତମାନ ବିଦେଶରେ ରହି ପାଠ ପଢ଼ୁଛନ୍ତି।

କିମ୍‌-ଲିଆଣ୍ଡର: ‘ମହୋବତେ’ ଫେମ୍‌ କିମ୍‌ ଶର୍ମା ୪୧ ବର୍ଷର ଏବଂ ସେ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି। କିମ୍‌ ଶର୍ମା କିଛିଦିନ ପୂର୍ବେ ଟେନିସ୍‌ ତାରକା ଲିଆଣ୍ଡର ପେସ୍‌ଙ୍କ ସହିତ ନିଜର ରିଲେଶନକୁ ଅଫିସିଆଲ କରିଛନ୍ତି। କିମ୍‌ ଓ ଲିଆଣ୍ଡର ବର୍ତ୍ତମାନ ଜଣେ ଜଣଙ୍କ ସହିତ ଗୁଡ୍‌ ଟାଇମ୍‌ ଏବଂ ଭ୍ୟାକେଶନ ଏନଜୟ କରୁଛନ୍ତି।

ସୁସ୍ମିତା-ରୋହମନ: ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନ ଅନେକ ଦିନ ଆଗରୁ ବୟଫ୍ରେଣ୍ଡ ରୋହମନ ଶଲ୍‌ଙ୍କ ସହିତ ନିଜର ରିଲେଶନକୁ ଅଫିସିଆଲ କରି ସାରିଛନ୍ତି। ସୁସ୍ମିତା ବର୍ତ୍ତମାନ ନିଜର ଦୁଇ ଝିଅ ଓ ରୋହମନଙ୍କ ସହିତ ଏକାଠି ଏକ ପରିବାର ଭଳି ରହୁଛନ୍ତି। ୪୫ ବର୍ଷୀୟା ସୁସ୍ମିତା ଓ ରୋହମନ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି।

ନର୍ଗିସ୍‌-ଜଷ୍ଟିନ୍‌ ସେଣ୍ଟୋସ୍‌: ୪୨ ବର୍ଷୀୟା ଅଭିନେତ୍ରୀ ନର୍ଗିସ୍‌ ଫଖରୀ ବିଦେଶୀ ବୟଫ୍ରେଣ୍ଡ ଜଷ୍ଟିନ୍‌ ସେଣ୍ଟୋସ୍‌ଙ୍କ ସହିତ ନିଜର ରିଲେଶନକୁ କନଫର୍ମ କରିଥିଲେ ଏବଂ ଲିଭ୍‌ ଇନ୍‌ ରିଲେଶନରେ ଥିଲେ। ଯଦିଓ କିଛିଦିନ ପୂର୍ବେ ନର୍ଗିସ୍‌ଙ୍କ ବ୍ରେକ୍‌ଅପର ଖବର ସାମ୍ନାକୁ ଆସିଥିଲା।

ଶିବାନୀ ଦାଣ୍ଡେକର-ଫରହାନ: ଅଭିନେତ୍ରୀ ଶିବାନୀ ଦାଣ୍ଡେକର ୪୧ ବର୍ଷର ଏବଂ ଅଭିନେତା ଫରହାନ ଅଖତରଙ୍କ ସହିତ ନିଜର ଲିଭ୍‌ ଇନ ରିଲେଶନ ଏନଜୟ କରୁଛନ୍ତି। ଶିବାନୀ ଓ ଫରହାନ ଏବେ ଏକାଠି ରହୁଛନ୍ତି। ଏବେ ସେମାନଙ୍କର ବିବାହ କରିବାର କିଛି ପ୍ଲାନ ନାହିଁ। ଫ୍ୟାନ୍‌ମାନଙ୍କୁ ଏହି ଯୋଡ଼ି ଖୁବ୍‌ ପସନ୍ଦ ଆସିଛି।

Leave A Reply

Your email address will not be published.