ବିରୁସ୍କାଙ୍କ ବଙ୍ଗଳା ଠାରୁ ୮ ଗୁଣା ଅଧିକ ଦାମୀ ଏହି ଷ୍ଟାର ଦମ୍ପତିଙ୍କ ବଙ୍ଗଳା, କିଏ ସେ ଜାଣନ୍ତୁ

ହଲିଉଡ ଆକ୍ଟ୍ରେସ ଜେନିଫର ଲୋପେଜ ଓ ତାଙ୍କ ଭାବି ସ୍ୱାମୀ ଏଲେକ୍ସ ରୋଡ଼ରିଗଜ ମିଆମୀ ସ୍ଥିତ ଷ୍ଟାରଦ୍ବୀପରେ ଏକ ବଙ୍ଗଳା କିଣିଛନ୍ତି । ବିଶ୍ୱର ଏହି ଷ୍ଟାର ଦମ୍ପତ୍ତି କିଣିଥିବା ବଙ୍ଗଳାରେ ୧୦ଟି ବେଡରୁମ ଓ ୧୨ଟି ବାଥରୁମ ଅଛି । ଆଉ ଏହି ଆଳିସାନ ବଙ୍ଗଳାଟିର ମୂଲ୍ୟ ୪ କୋଟି ଡ଼ଲାର କିମ୍ବା ଭାରତୀୟ ମୁଦ୍ରା ଅନୁସାରେ ୩୦୦ କୋଟି ହେବ । ଏହି ବଙ୍ଗଳାଟି ୪୦,୦୦୦ ବର୍ଗ ଫୁଟର ବିଶାଳକାୟ ଏରିଆରେ ପରିବେଷ୍ଟିତ । କହିବାକୁ ଗଲେ ଜେନିଫର ଦମ୍ପତ୍ତିଙ୍କ ବଙ୍ଗଳା ବିରୁସ୍କାଙ୍କ ବଙ୍ଗଳାଠାରୁ ୮ ଗୁଣା ଅଧିକ ଦାମୀ । ମିଡ଼ିଆ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ମୁମ୍ବାଇ ସ୍ଥିତ ବଙ୍ଗଳାର ମୂଲ୍ୟ ପାଖାପାଖି ୩୫ କୋଟି ଟଙ୍କା ହେବ । ଜେନିଫର ଓ ଏଲେକ୍ସଙ୍କ କିଣିଥିବା ଏହି ନୂଆ ବଙ୍ଗଳାରେ ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରାଯାଉଥିବା ବେଳେ ଏକ ବଡ ଆକାରର ସ୍ଵିମିଙ୍ଗ ପୁଲ ବି ଅଛି । ଖାଲି ସେତିକି ନୁହେଁ ଏହି ଠାରୁ ମିଆମୀ ଶହରର ସ୍କାଇଲାଇନର ଦୃଶ୍ୟକୁ ଖୁବ ସୁନ୍ଦର ଭାବେ ଉପଭୋଗ କରା ଯାଇପାରିବ ।

biruska 2

୫୧ ବର୍ଷୀୟ ଜେନିଫର ଓ ୪୫ ବର୍ଷୀୟ ଏଲେକ୍ସ ଖୁବଶୀଘ୍ର ଏପରି ଏକ ଭିଆଇପି ଏରିଆରେ ରହୁଥିବା କ୍ଲବରେ ସାମିଲ ହେବାକୁ ଯାଉଛନ୍ତି । କହିରଖିବା ଉଚିତ ହେବକି, ଏହି ଭିଆଇପି ଇରିଆରେ ବିଶିଷ୍ଟ ଶିଳ୍ପପତି ଓ କୋଟିପତି ମାନେ ହିଁ ରହିଥାନ୍ତି । ମିଡିଆରେ ଲିକ ହୋଇଥିବା ତଥ୍ୟ ଅନୁଯାୟୀ ଏହି ବଙ୍ଗଳାରେ ଏକ ମେନିକ୍ୱିୟର ଗାର୍ଡେନର ମଧ୍ୟ ସୁବିଧା ରହିଛି । ବଙ୍ଗଳାର ଚତୁର୍ପାର୍ଶ୍ୱରେ ଉତ୍କୃଷ୍ଟ ଧରଣର ପଥର ଖଞ୍ଜା ଯାଇଥିବା ବେଳେ ଏହାର କାନ୍ଥ ଗୁଡିକରେ ସ୍ୱତନ୍ତ୍ର ଧରଣର ପ୍ଳାଷ୍ଟର ବି କରାଯାଇଛି । ଉପରୁ ତଳକୁ ଯିବା ଆସିବା କରିବା ପାଇଁ ଏକ ଲିଫ୍ଟର ସୁବିଧା ମଧ୍ୟ ଅଛି । ଏହାବାଦ ଲିଭିଂଗ ରୁମକୁ ଲାଗିକି ଏକ ଡ଼ାଇନିଙ୍ଗ ରୁମ ବି ଅଛି । ପଞ୍ଚତାରକା ହୋଟେଲ ଷ୍ଟାଇଲର ରୋଷେଇ ଘର, ପୁସ୍ତକାଳୟ, ଡ୍ରଇଂ ରୁମ ବି ଅଛି ଯାହା ପୁଲ କ୍ଷେତ୍ରରେ ହିଁ କେବଳ ଖୋଲିଥାଏ । ବଙ୍ଗଳାର ଦ୍ଵିତୀୟ ସ୍ତରରେ ଏକ ବସିବା ଘର , ଏକ ଅଫିସ ରୁମ ସମେତ ଦୁଇଟି ବଡ ବଡ ଟେରେଷ୍ଟ ବି ଅଛି ।

biruska

କହିରଖିବା ଉଚିତ ହେବକି, ଜେନିଫର ଲୋପେଜ ହଲିଉଡ ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେବା ସହ ଜଣେ ଭଲ ଗାୟିକା ମଧ୍ୟ । ଖାଲି ସେତିକି ନୁହେଁ, ଡ୍ୟାନ୍ସର, ଫେସନ ଡିଜାଇନର, ପ୍ରଡ୍ୟୁସର, ବ୍ୟବସାୟୀ ଭାବରେ ବି ତାଙ୍କର ଏକ ସ୍ୱତନ୍ତ୍ର ଖ୍ୟାତି ରହିଛି । ୨୦୧୭ ରୁ ସେ ଏଲେକ୍ସ ରୋଦୃଗ୍ଯଙ୍କ ସହ ରିଲେସନରେ ଥିବା ବେଳେ ଖୁବ ଶୀଘ୍ର ଏଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.