ବରୁଣ ଧଓ୍ଵନଙ୍କ ପାଇଁ ଆଇନା ସାମ୍ନାରେ ଏମିତି ପ୍ରସ୍ତୁତ ହୋଇଥିଲେ ନତାଶା ଦଲାଲ୍‌, ଖୁବ୍‌ ଭାଇରାଲ ହେଉଛି VIDEO

୨୪ ଜାନୁଆରୀରେ ବରୁଣ ଧଓ୍ଵନ ଓ ନତାଶା ଦଲାଲ୍‌ ଅଲିବାଗରେ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ଉଭୟଙ୍କ ବିବାହର ଭିଡିଓ ଏବଂ ଫଟୋ ଖୁବ୍‌ ଭାଇରାଲ ହେଉଛି। କିନ୍ତୁ ଏହାରି ଭିତରେ ଏକ ଭିଡିଓ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଭିଡିଓଟି ନବବଧୂ ନତାଶାଙ୍କର, ଯେଉଁଥିରେ ସେ ନିଜ ସାଜନ୍‌ଙ୍କ ପାଇଁ ଆଇନା ସାମ୍ନାରେ ବସି ବିବାହ ପାଇଁ ସଜବାଜ ହେଉଛନ୍ତି।

ଭିଡିଓକୁ ଜଣାଶୁଣା ଫଟୋଗ୍ରାଫର ଭାଇରଲ ଭୟାନୀ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି କି, ନତାଶା ଆଇନା ସାମ୍ନାରେ ବସିଛନ୍ତି ଏବଂ ମେକ୍‌ଅପ ଆର୍ଟିଷ୍ଟ ତାଙ୍କର ମେକ୍‌ଅପ କରୁଛନ୍ତି। ଭିଡିଓରେ ଆପଣ ଦେଖିପାରିବେ, ନତାଶାଙ୍କ ମୁଣ୍ଡରେ ଓଢ଼ଣୀ ଲଗାଯାଉଛି। ସେ ନିଜେ ନିଜକୁ ଆଇନାରେ ଦେଖୁଛନ୍ତି। ବିବାହ ଯୋଡ଼ାରେ ନତାଶା ବହୁତ ଗର୍ଜିୟସ୍‌ ଦେଖାଯାଉଛନ୍ତି।

ତାଙ୍କ ବ୍ରାଇଡଲ୍‌ ଲୁକ୍‌ ବହୁତ ସୋବର ଥିଲା। ସେ ହେଭି େଓ୍ଵଟ୍‌ର ଅଫ୍‌ ହ୍ଵାଇଟ୍‌ ଲେହେଙ୍ଗା କ୍ୟାରୀ କରିଥିଲେ। ଏହାସହିତ ହୀରା ଅଳଙ୍କାର ପିନ୍ଧିଥିଲେ। ରିପୋର୍ଟ ମୁତାବକ, ପେସାରେ ଫ୍ୟାଶନ ଡିଜାଇନର୍‌ ଥିବା ନତାଶା ଦଲାଲ୍‌ ଆଉ କାହାର ନୁହେଁ, ବରଂ ନିଜେ ଡିଜାଇନ୍‌ କରିଥିବା ‘ନତାଶା ଦଲାଲ୍‌ ଲେବଲ୍‌’ର ଲେହେଙ୍ଗା ପିନ୍ଧିଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.