Categories: ମନୋରଂଜନ

ଏ ହେଉଛନ୍ତି ଉଦିତ୍‌ ନାରାୟଣଙ୍କ ପ୍ରଥମ ସ୍ତ୍ରୀ, ପରେ ମୁମ୍ବାଇ ଆସି ଉଦିତ୍‌ କରିଥିଲେ ଦ୍ୱିତୀୟ ବିବାହ

୮୦ ଦଶକରେ ବଲିଉଡ୍‌ର ସବୁ ଫିଲ୍ମରେ ନିଜର କଣ୍ଠ ଦେଇଥିବା ଉଦିତ୍‌ ନାରାୟଣ ନିଜର ୬୪ତମ ଜନ୍ମଦିନ ପାଳନ କରିଛନ୍ତି। ସେ ଅନେକ ଷ୍ଟାର୍‌ଙ୍କ ପାଇଁ କଣ୍ଠଦାନ କରିଛନ୍ତି, କିନ୍ତୁ ସଫଳତା ପାଇବା ପାଇଁ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଛି।

ପାଖାପାଖି ୧୦ ବର୍ଷ ସଂଘର୍ଷ କରିବା ପରେ ସେ ପ୍ରଥମ ସୁପରହିଟ୍‌ ଗୀତ ଦେଇଥିଲେ, ଯାହାକି ତାଙ୍କର ଭାଗ୍ୟକୁ ପୂରା ବଦଳାଇ ଦେଇଥିଲା। ଏହା ଥିଲା ଫିଲ୍ମ ‘କୟାମତ୍‌ ସେ କୟାମତ୍‌ ତକ’ର ଗୀତ ‘ପାପା କେହେତେଁ ହେଁ ବଡ଼ା ନାମ୍‌ କରେଗା’। ଏହି ଗୀତରେ ଅମୀର ଖାନ୍‌ ନଜର ଆସିଥିଲେ। ଏହାପରେ ଉଦିତ୍‌ ନାରାୟଣଙ୍କ ପାଖକୁ ବହୁତ ଅଫର ଆସିବାରେ ଲାଗିଥିଲା।

ଏହାସହ ପଢ଼ନ୍ତୁ: ବିବାଦରେ ଫିଲ୍ମ ‘କମାଣ୍ଡୋ ୩’, ଫିଲ୍ମର ଏହି ସିନ୍‌କୁ ନେଇ ସୋସିଆଲ ମିଡିଆରେ ଝଡ଼

ଉଦିତ୍‌ଙ୍କ ପୂରା ନାଁ ଉଦିତ୍‌ ନାରାୟଣ ଝା। ତାଙ୍କର ଜନ୍ମ ବିହାରର ସୁପୌଲ ଜିଲାରେ ହୋଇଥିଲା। ନେପାଳ ସହ ତାଙ୍କର ନିବିଡ଼ ସମ୍ପର୍କ ଥିଲା। ସେ ନିଜର ଫିଲ୍ମ କ୍ୟାରିୟର୍‌ ହିନ୍ଦୀ ନୁହେଁ, ବରଂ ଏକ ନେପାଳୀ ଫିଲ୍ମରୁ ଆରମ୍ଭ କରିଥିଲେ। ଏହି ଫିଲ୍ମର ନାଁ ଥିଲା ‘ସିନ୍ଦୂର’।

ତେବେ ଉଦିତ୍‌ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ଥିଲେ। ସେ ଦୁଇଟି ବିବାହ କରିଥିଲେ। ପ୍ରଥମେ ରଞ୍ଜନା ଝାଙ୍କୁ ବିବାହ କରିଥିଲେ। ପରେ  ଦୀପା ନାରାୟଣଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସିଙ୍ଗର ଆଦିତ୍ୟ ନାରାୟଣ ଦୀପା ଓ ଉଦିତ୍‌ଙ୍କ ପୁଅ। ସେତେବେଳେ ଉଦିତ୍‌ଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ସେ ପ୍ରଥମ ସ୍ତ୍ରୀଙ୍କୁ ନ କହି ଏବଂ ତଲାକ୍‌ ନ ଦେଇ ଦ୍ୱିତୀୟ ବିବାହ କରିଥିଲେ।

ଏହାସହ ପଢ଼ନ୍ତୁ: ମହିଳା ଡାକ୍ତରଙ୍କ ସହିତ ହୋଇଥିବା ପାଶବିକତାରେ ବଲିଉଡ୍‌ କାଳକାର ବି ସ୍ତବ୍ଧ ! ଅନେକ କଳାକାର ଦେଲେ ଏଭଳି ପ୍ରତିକ୍ରିୟା

ପ୍ରଥମେ ସେ ନିଜ ପ୍ରଥମ ସ୍ତ୍ରୀକୁ ମିଛେଇ ବୋଲି କହୁଥିଲେ। ଏହାକୁ ନେଇ ପ୍ରଥମ ସ୍ତ୍ରୀ ରଞ୍ଜନା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ କୋର୍ଟରେ ବିବାହ ସହ ଜଡ଼ିତ ଫଟୋ ଏବଂ ଦସ୍ତାବିଜ୍‌ ଦେଖାଇଥିଲେ। ଏହାପରେ ଉଦିତ୍‌ ବିବାହ କଥା ମାନିଥିଲେ। କୋର୍ଟ ଦୁଇଜଣ ସ୍ତ୍ରୀଙ୍କୁ ସାଥୀରେ ରଖିବା ପାଇଁ ଆଦେଶ ଦେଇଥିଲେ।

Roshni

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

20 seconds ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

1 min ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

45 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

48 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago