‘ଡ଼ବୁ ଅଙ୍କଲ’ଙ୍କୁ ଭାରି ପଡ଼ିଲେ ଏହି ନୂଆ ଅଙ୍କଲ୍ : ଡ୍ୟାନ୍ସ ଦେଖି ମାଧୁରୀ ମଧ୍ୟ କଲେ ପ୍ରଶଂସା

ମୁମ୍ବାଇ : ସୋସିଆଲ ମିଡ଼ିଆରେ ଏବେ କିଛି ଦିନ ହେବା ଅଙ୍କଲ୍ ମାନଙ୍କର ନାଚ ଭାଇରାଲ ହେବାରେ ଲାଗିଛି।ରାତାରାତି ସୋସିଆଲ ମିଡ଼ିଆ ସେନ୍ସସନାଲ୍ ପାଲଟିଥିବା ସଂଞ୍ଜୟ ଶ୍ରୀବାସ୍ତବ ଓରଫ ଡ଼ବୁ ଅଙ୍କଲଙ୍କ ପରେ ବର୍ତ୍ତମାନ କଲର୍ସରେ ପ୍ରସାରିତ ଡ୍ୟାନ୍ସ ଡ଼ିୱାନେ ରିଆଲିଟି ସୋ ବେଦପ୍ରକାଶଙ୍କ ନାଚର ଜଲୱା ଦେଖିବାକୁ ମିଳିଛି। ବୟସର ବାଡ଼କୁ ଡ଼େଇଁ ଯୁବପିଢ଼ିଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବେଦପ୍ରକାଶ ।

ବେଦପ୍ରକାଶଙ୍କ ନାଚ ଦେଖି ସୋରେ ବିଚାରକ ଭାବେ ଉପସ୍ଥିତ ଥିବା ଅଭିନେତ୍ରୀ ମାଧୁରୀ ଦିକ୍ଷିତ୍ ,କୋରିଓଗ୍ରାଫର ତୁଷାର କାଲିଆ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶସାଙ୍କ ଖେତନ୍ ଆଦି ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ବେଦଙ୍କ ବୟସରେ ଏପରି ଉର୍ଜ୍ବାର ସହ ନାଚ କରିବା ସାଧାରଣତଃ ସମ୍ବବପର ହୋଇନଥାଏ । ତେବେ ଅଙ୍କଲଙ୍କ ନାଚର ଏହି ଏପିସୋଡ଼ ଟେଲିଭିଜନରେ ପ୍ରସାରିତ ହୋଇନଥିବା ବେଳେ ବେଦଙ୍କ ନାଚର ଏକ ଛୋଟ ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁ ସଂଖ୍ୟାକ ଭାଇରାଲ ହୋଇଛି।