କ୍ରିସ୍‌ମାସ ଲଞ୍ଚରେ ଏକାଠି ନଜର ଆସିଲେ କପୁର ପରିବାରର ତିନି ପିଢ଼ି, ଭାଇରାଲ ହେଉଛି ଫଟୋ

ଆପଣମାନେ ତା ଜାଣିଥିବେ ଗତକାଲି କ୍ରିସ୍‌ମାସକୁ ନେଇ ସାରା ଦେଶରେ ଖୁସିର ମାହୋଲ ରହିଥିଲା । ତେବେ ବଲିଉଡ ସେଲିବ୍ରେଟିମାନେ ମଧ୍ୟ ବହୁତ ଧୁମ ଧାମରେ କ୍ରିସ୍‌ମାସ ସେଲିବ୍ରେସନ କରିଛନ୍ତି, ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । କପୁର ଫ୍ୟାମିଲି ମଧ୍ୟ କ୍ରିସ୍‌ମାସ ସେଲିବ୍ରେସନ ପାଇଁ ସବୁବେଳେ ସମ୍ବାଦରେ ଥାଆନ୍ତି । ଏହି ଉତ୍ସବର ଏକ ସୁନ୍ଦର ଫଟୋ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । କ୍ରିସ୍‌ମାସ ଲଞ୍ଚ ପାଇଁ ପୁରା ପରିବାର ପୁଣି ଥରେ ଏକାଠି ହୋଇଛନ୍ତି । ଡିସେମ୍ବର ୨୫ ରେ ବୁଧବାର ଦିନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିତୁ କପୁର ଏବଂ ନବ୍ୟା ନନ୍ଦା ଏହି ଉତ୍ସବର ଝଲକ ସେୟାର କରିଛନ୍ତି । ଏହି ଉତ୍ସବର କିଛି ଭିଡିଓ ମଧ୍ୟ ଲାଇମ୍ ଲାଇଟ୍ ରେ ଅଛି, ଯେଉଁଥିରେ ଆଲିଆ-ରଣବୀର ନିଜ ଝିଅ ରାହାଙ୍କ ସହ ନଜର ଆସିଛନ୍ତି ।

ନିତୁ କପୁର ଏକ ଗ୍ରୁପ୍ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ କପୁର ପରିବାରର ତିନି ପିଢ଼ି ସହିତ ଖୁସି ହେଉଥିବାର ଦେଖିବାକୁ ମିଳିଛି । ସେ ଏହାର କ୍ୟାପସନ୍ ଦେଇଛନ୍ତି, ‘ଫ୍ୟାମିଲି କ୍ରିସ୍‌ମାସ ସେଲିବ୍ରେସନ’ ଫଟୋରେ ରାହା ତାଙ୍କ ମାଆ ଆଲିଆ ଭଟ୍ଟଙ୍କ କୋଳରେ ଥିବାବେଳେ ତାଙ୍କ ପିତା ରଣବୀର କପୁର ମଜା କରୁଥିବା ଦେଖିବାକୁ ମିଳିଛି । ବିଶେଷ ଦିନରେ ଅଗସ୍ତ୍ୟ ନନ୍ଦା ଏବଂ ନବ୍ୟାଙ୍କୁ ଦେଖିବାକୁ ମିଳିଥିବାବେଳେ ରାଧିକା କପୁର ଏବଂ ବବିତାଙ୍କୁ ନିତୁଙ୍କ ସହ କ୍ରିସ୍‌ମାସ ଲଞ୍ଚରେ ଦେଖିବାକୁ ମିଳିଥିଲା । ତେବେ କରୀନା କପୁର, ସୈଫ୍‌ ଅଲ୍ଲୀ ଖାନ ଏବଂ ସେମାନଙ୍କ ପିଲାଙ୍କ ସହ ଛୁଟିଦିନରେ ଥିବାରୁ କ୍ରିସ୍‌ମାସ ଲଞ୍ଚରେ ଯୋଗ ଦେଇନଥିଲେ । ଏହି କାର୍ଯ୍ୟକ୍ରମରେ କରିସ୍ମା କପୁର ଏବଂ ରିଦ୍ଧିମା କପୁର ମଧ୍ୟ ଉପସ୍ଥିତ ନଥିଲେ ।