ସୋନୁ ନିଗମଙ୍କ କନସର୍ଟରେ ହେଲା ପଥର ମାଡ, ଅନୁରୋଧ କରି କହିଲେ କିଛି ଏମିତି

ବଲିଉଡର ଚର୍ଚ୍ଚିତ ସିଙ୍ଗର ସୋନୁ ନିଗମ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସୋନୁ ନିଗମ ଦିଲ୍ଲୀ ଟେକ୍ନୋଲୋଜିକଲ ୟୁନିଭର୍ସସିଟିରେ ୨୪ ମାର୍ଚ୍ଚ (ରବିବାର) ଦିନ ଏକ ଷ୍ଟେଜ ଶୋ ପାଇଁ ପହଞ୍ଚିଥିଲେ । କିନ୍ତୁ ସେଦିନ ଶୋ ଏକ ଭିନ୍ନ ମୋଡ ନେଇଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଶୋ ସମୟରେ ତାଙ୍କ ଉପରକୁ ପଥର ଏବଂ ବୋତଲ ମାଡ ହେବା ଭିଡିଓରେ ଦେଖିବାକୁ ମିଳୁଛି ।

ସୂଚନାଥାଉକି, ଦିଲ୍ଲୀ ଟେକ୍ନୋଲୋଜି ବିଶ୍ବବିଦ୍ୟାଳୟରେ ଏଙ୍ଗିଫେଷ୍ଚ ୨୦୨୫ କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ତେବେ ସୋନୁ ନିଗମ ଏହି କାର୍ଯ୍ୟକ୍ରମରେ ସେଲିବ୍ରିଟି ଅତିଥି ଭାବେ ଆସି ଗୀତ ଗାଇଥିଲେ । ସେ ଗାଉଥିବା ସମୟରେ କିଛି ଛାତ୍ରମାନେ ତାଙ୍କ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ ।

ଅନ୍ୟପଟେ ଫଥର ମାଡ ହେବା ପରେ ଏମିତି ନ କରିବାକୁ ଅନୁରୋଧ କରିଥିଲେ ସୋନୁ ନିଗମ । ଗୀତକୁ ଉପଭୋଗ ନ କଲେ ନାହିଁ କିନ୍ତୁ ଏପରି କରନାହିଁ ବୋଲି କହିଥିଲେ । ଭଲରେ ସମୟ ବିତାଇବା ପାଇଁ ଏହି ଶୋରେ ସାମିଲ ହୋଇଛି । ‘ମୁଁ ଆପଣଙ୍କ ପାଇଁ ଏଠାକୁ ଆସିଛି’ ବୋଲି ମଧ୍ୟ କହିଛନ୍ତି ସିଙ୍ଗର ସୋନୁ ନିଗମ । ଲକ୍ଷାଧିକ ପିଲାଙ୍କ ପଥର ମାଡରେ ସୋନୁଙ୍କ ଟିମର କିଛି ପିଲା ମଧ୍ୟ ଏଥିରେ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି ।

ଏପରି ପରିସ୍ଥିତି ଉପୁଜିଥିବା ଦେଖି ସୋନୁ ନିଗମ ଅନୁରୋଧ କରିବା ସହିତ ବିରକ୍ତ ମଧ୍ୟ ହୋଇଯାଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସୋନୁ ନିଗମଙ୍କ ସୋସିଆଲ ମିଡିଆ ପେଜରେ ସେମିତି କିଛି ଉତ୍ତେଜନାମୂଳକ ଦୃଶ୍ୟ ଦେଖିବାକୁ ମିଳିନାହିଁ । ତାଙ୍କ ଲାଇଭ କନସର୍ଟ ଭିଡିଓରେ ତାଙ୍କ ପ୍ରଶଂସକମାନଙ୍କ ଖୁସିର ମୁହୁର୍ତ୍ତକୁ ଦେଖିବାକୁ ମିଳିଛି ।

 

Also Read : ସୋନୁ ସୁଦଙ୍କ ପତ୍ନୀଙ୍କ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଭାଉଜ ଓ ନଣନ୍ଦ