ରିଲିଜ ହେବାପରେ ହିଁ ଇଣ୍ଟରନେଟରେ ଲିକ୍ ହୋଇଗଲା ଆମିରଙ୍କ ଠଗ୍ସ ଅଫ ହିନ୍ଦୁସ୍ଥାନ

ଆମିର ଖାନଙ୍କ ଠଗ୍ସ ଅଫ୍ ହିନ୍ଦୁସ୍ଥାନ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ୮ ନଭେମ୍ବରରେ ରିଲିଜ ହୋଇଥିଲା। ମଲ୍ଟିଷ୍ଟାରର ଜଡିତ ଥିବା ଏହି ଫିଲ୍ମକୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସିଛି। ଠଗ୍ସ ରିଲିଜର କିଛି ଘଣ୍ଟା ପରେ ଅନଲାଇନ ଲିକ ହୋଇଯାଇଛି।
ଲୋକପ୍ରିୟ ୱେବସାଇଟ୍ ତାମିଲ ରକର୍ସରେ ଏହାକୁ ଲିକ କରାଯାଇଛି। ୱେବସାଇଟରେ ଠଗ୍ସ ଫିଲ୍ମକୁ ତିନୋଟି ଭାଷାରେ ଏଚଡି କ୍ବାଲିଟୀରେ ଅପଲୋଡ୍ କରାଯାଇଛି। ଲିକ୍ କାରଣରୁ ପ୍ରଶଂସକ ମାନେ ବିରୋଧ କରି ତାମିଲ ଫିଲ୍ମ ପ୍ରଡ୍ୟୁସର୍ସ କାଉନସିଲରେ ଲିକ୍ ହେବାକୁ ବିରୋଧ କରି ଆକ୍ସନ ନେବା ପାଇଁ ଦାବି କରିଛନ୍ତି।
ଠଗ୍ସ ପୂର୍ବରୁ ଏହି ମାସ ରିଲିଜ ହୋଇଥିବା ଦକ୍ଷିଣର ସୁପରଷ୍ଟାର ବିଜୟଙ୍କ ଫିଲ୍ମ ‘ସରକାର’କୁ ଲିକ କରାଯାଇଥିଲା। ଅଭିଯୋଗ ପରେ କାଉନସିଲ ଥିଏଟର ମାଲିକଙ୍କୁ ହଲ ଭିତରକୁ କ୍ୟାମେରା ଏବଂ ମୋବାଇଲ ଫୋନ ଆଣିବା ପାଇଁ ବ୍ୟାନ କରାଇବା ପାଇଁ କଥା କୁହାଯାଉଛି।
ଦ୍ବିତୀୟରେ ଠଗ୍ସ ରିଲିଜ ହେବା ସହିତ ମିଡିଆ ଟ୍ରୋଲିଙ୍ଗ ହେହାଇଯାଇଛି ଫିଲ୍ମ କ୍ରିଟିକ୍ସ ଏବଂ ଦର୍ଶକ ଏହି ଫିଲ୍ମକୁ ବାଜ୍ୟ ଏବଂ ନିରାଶଜନକ କହୁଛନ୍ତି। ସୋସିଆଲ ମିଡିଆରେ ଆମିରଙ୍କ ଫିଲ୍ମକୁ ମଜାକ କହି ମିମ୍ସ ଭାଇରାଲ ହେଉଛି। ନେଗେଟିଭ କମେଣ୍ଟସ ପରେ ଅନଲାଇନ ଲିକର ପ୍ରଭାବ ଠଗ୍ସ ଉପରେ ପଡିବ ନିଶ୍ଚିତ।
ସବୁଠୁ ଦାମୀ ହିନ୍ଦୀ ଫିଲ୍ମ ହେଉଛି ଠଗ୍ସ
ଠଗ୍ସ ଅଫ ହିନ୍ଦୁସ୍ଥାନ ପ୍ରାୟ ୨୪୦ କୋଟି ବଜେଟରେ ନିର୍ମାଣ ହୋଇଛି। ଏହା ୟଶ ରାଜ ବ୍ୟାନର ଏବଂ ବଲିଉଡର ସବୁଠୁ ଅଧିକ ବଜେଟ ଫିଲ୍ମ କୁହାଯାଉଛି। ଏହା ପୂର୍ବରୁ ଏହି ରେକର୍ଡ ‘ପଦ୍ମାବତ’ ନାମରେ ଥିଲା। ‘ପଦ୍ମାବତ’ର ବଜେଟ ୨୧୦ କୋଟି ଟଙ୍କା କୁହାଯାଉଥିଲା।