ମାୟାରେ ବାୟା ହେଲେ ଟାଇଗର : ଓଡ଼ିଆ ଗୀତରେ କଲେ ଧମାକାଦାର ଡ଼୍ୟାନ୍ସମୁଭ୍

tiger mayare bayaଭୁବନେଶ୍ବର : ଓଲିଉଡ଼ରେ ରିଲିଜ୍ ଅପେକ୍ଷାରେ ଥିବା ଟୋକାଟା ଫସିଗଲା ଚଳଚ୍ଚିତ୍ରର ପ୍ରମୋସନ୍ ଫୁଲ୍ ଦମରେ ଚାଲିଛି। ସବ୍ୟସାଚୀଙ୍କ ଅଭିନିତ ଟୋକାଟା ଫସିଗଲା ଚଳଚ୍ଚିତ୍ରର ମାୟାରେ ବାୟା ଗୀତଟି ପୁରା ମାର୍କେଟ ନେଉଛି। ଏହି ଗୀତରେ ଡ଼୍ୟାନ୍ସ କରୁଥିବାର ଅନେକ ପ୍ରକାରର ଭିଡ଼ିଓ  ସୋସିଆଲ ମିଡ଼ିଆରେ ସେୟାର ହୋଇଥିବା ବେଳେ ନିକଟରେ ଗୋଟେ ଭିଡ଼ିଓ ଭାଇରାଲ ହେଉଛି। ଭିଡ଼ିଓଟି ଭାଇରାଲ ହେବାର କାରଣ ହେଉଛି ବଲିଉଡ଼ର ଫ୍ଳାଇଙ୍ଗ୍ ଜଟ୍ ଟାଇଗର। ଅଭିନେତା ଟାଇଗର ଏହି ଗୀତରେ ତାଙ୍କର ନୃତ୍ୟ ଶୈଳୀରେ ସମସ୍ତଙ୍କୁ ଆର୍କଷିତ କରିଛନ୍ତି। ଖାଲି ସେତିକି ନୁହଁ  ଭିଡ଼ିଓର ଆରମ୍ଭରେ ଚଳଚ୍ଚିତ୍ରକୁ ପ୍ରମୋସନ କରିବାକୁ ଯାଇ ଟାଇଗର ଚଳଚ୍ଚିତ୍ରକୁ ଦେଖିଯିବା ପାଇଁ ଦର୍ଶକଙ୍କୁ ଅନୁରୋଧ କରିଥିଲେ ।

ଟୋକାଟା ଫସିଗଲା ଚଳଚ୍ଚିତ୍ରରେ ମୁଖ୍ୟ କଳାକାର ଭାବେ ନଜର ଅସୁଛନ୍ତି ସବ୍ୟସାଚ୍ଚୀ, ପପୁ ଏବଂ ଏଲିନା । ଚଳଚ୍ଚିତ୍ରଟି ରଥଯାତ୍ରା ଅବସରରେ ଜୁଲାଇ ୧୨ ତାରିଖରେ ରିଲିଜ ହେବାକୁ ଯାଉଛି। ଏହାର ନିର୍ଦ୍ଦେଶନା ଦାୟିତ୍ବରେ ରମେଶ ରାଉତ ଥିବା ବେଳେ ଏହା ସାର୍ଥକର ୨୩ତମ ଚଳଚ୍ଚିତ୍ର ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.