ସାମ୍ନାକୁ ଆସିଲା ଟାଇଗର ଏବଂ ଦିଶାଙ୍କ ବ୍ରେକ୍ଅପ୍ ପଛର କାରଣ, ଲିଭ୍-ଇନରେ ରହିବା ପରେ ବାହା ହେବାକୁ ମନା କଲେ ଟାଇଗର

ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ବ୍ରେକ୍ଅପ୍ ଖବର ତାଙ୍କ ଫ୍ୟାନ୍ସଙ୍କ ମନକୁ ଭାଙ୍ଗି ଦେଇଛି। ଦୀର୍ଘ ୬ ବର୍ଷ ଧରି ଡେଟ୍ କରିବା ପରେ ହଠାତ୍ ଅଲଗା ହେବାର ନିଷ୍ପତ୍ତି କାହିଁକି ନେଲେ । ଏହାର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି ତାଙ୍କ ପ୍ରଶଂସକ । ବର୍ତ୍ତମାନ ସେମାନଙ୍କର ବ୍ରେକଅପ୍ ହେବାର କାରଣ ମଧ୍ୟ ସାମ୍ନାକୁ ଆସିଛି । କୁହାଯାଉଛି ଯେ ଉଭୟଙ୍କ ବ୍ରେକଅପ୍ ବିବାହ ଯୋଗୁଁ ହୋଇଛି । ଦିଶା କିମ୍ବା ଟାଇଗର ନୁହେଁ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁୁ ବ୍ରେକଅପ୍ ହେବାର କାରଣ କହିଛନ୍ତି।
ଟାଇଗର ଏବଂ ଦିଶାଙ୍କ ମଧ୍ୟରେ ଥିବା ସମ୍ପର୍କ ମଧ୍ୟରେ ମନମାଳିନ୍ୟ ହୋଇଛି। ୬ ବର୍ଷର ଧରି ସମ୍ପର୍କରେ ରହିବା ପରେ ଉଭୟ ଅଲଗା ହୋଇଯାଇଛନ୍ତି । ହେଲେ ଉଭୟେ ସେମାନଙ୍କ ବ୍ରେକଅପ୍ ଖବର ଉପରେ ଚୁପ୍ ରହିଛନ୍ତି। ରିପୋର୍ଟ ମୁତାବକ, ଟାଇଗର ଏବଂ ଦିଶା ଦୁହେଁ ୬ ବର୍ଷର ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ଦୁଇ ବର୍ଷ ହେଲାଣି ଏମାନଙ୍କ ଭିତରେ ମତଭେଦ ଦେଖାଦେଇଥିଲା। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଖବର ଭାଇରାଲ୍ ହେବାରେ ଲାଗିଛି । ହେଲେ ଦୁଇ ଜଣଙ୍କ ପକ୍ଷରୁ କୌଣସି ସୂଚନା ମିଳି ନାହିଁ । ଶୁଣିବାକୁ ମିଳିଛି କି ଗତ ଏକ ବର୍ଷ ଧରି ସେମାନଙ୍କ ସମ୍ପର୍କରେ ଉତ୍ଥାନ-ପତନ ଘଟିଥିଲା । ଯାହା ଧିରେ ଧିରେ ବଢିବାରେ ଲାଗିଲା।
View this post on Instagram
ତାଙ୍କ ବନ୍ଧୁଙ୍କ କହିବାନୁସାରେ, ଟାଇଗର ତାଙ୍କ ପିତା ଜ୍ୟାକି ଶ୍ରଫ ଏବଂ ମାଆ ଆୟେଶାଙ୍କ ଠାରୁ ଅଲଗା ରହିବା ଆରମ୍ଭ କରିବା ଦିନଠାରୁ ଦିଶାଙ୍କ ସହ ଲିଭ-ଇନରେ ରହୁଥିଲେ। ଉଭୟଙ୍କ ସମ୍ପର୍କ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଥିଲା । ଦୀର୍ଘ ବର୍ଷ ପରେ ଲିଭ୍ ଇନରେ ରହିବା ପରେ ଦିଶା ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଏଥିପାଇଁ ଟାଇଗର ପ୍ରସ୍ତୁତ ନଥିଲେ। ଦିଶା ମଧ୍ୟ ଟାଇଗରଙ୍କ ସହ ଏ ବିଷୟରେ କଥା ହୋଇଥିଲେ କିନ୍ତୁ ଟାଇଗର ଏହାପାଇଁ ମନା କରିଦେଇଥିଲେ। ଯାହାକୁ ନେଇ ଦୁହିଁଙ୍କ ସଂପର୍କରେ ଫାଟ ଆସିଥିବା କୁହାଯାଉଛି।
View this post on Instagram
ଟାଇଗର ଶ୍ରଫଙ୍କର ଜଣେ ବନ୍ଧୁ ଏହାକୁ କନଫର୍ମ କରିଛନ୍ତି। ସେ କହିଛନ୍ତି, ସେମାନଙ୍କର ବ୍ରେକଅପ୍ ବହୁତ ପୂର୍ବରୁ ହୋଇସାରିଛି। ଦୁହିଁଙ୍କ ମଧ୍ୟରେ କିଛିଦିନ ଧରି ମନମାଳିନ୍ୟ ହୋଇଥିଲା। କିନ୍ତୁ କେବେ ସେମାନେ ମିଡିଆ ସାମ୍ନାରେ ଏହାକୁ ଜଣାଇନଥିଲେ। ଟାଇଗର ଏବେ ନିଜ କାମ ଉପରେ ଫୋକସ କରୁଛନ୍ତି । ସେ ଲଣ୍ଡନରେ ସୁଟିଂ କରୁଛନ୍ତି। ତେଣୁ ବ୍ରେକଅପ୍ ତାଙ୍କ ଉପରେ କୌଣସି ପ୍ରଭାବ ପକାଉ ନାହିଁ।