ଦିଶାଙ୍କ ସହିତ ବ୍ରେକ ଅପ୍‌ ପରେ ଡେଟ୍‌ ପାଇଁ ନୂଆ ସାଥି ଖୋଜୁଛନ୍ତି ଟାଇଗର ଶ୍ରଫ, କଫି ଓ୍ଵିଥ କରନ ଶୋ’ରେ କଲେ ଖୁଲାସା

ଟାଇଗର ଏବଂ ଦିଶାଙ୍କ ବ୍ରେକଅପ୍‌ ନେଇ ଇଣ୍ଡଷ୍ଟ୍ରୀରେ ଏବେ ବେଶ୍‌ ଚର୍ଚ୍ଚା ଲାଗି ରହିଛି। ୬ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ବ୍ରେକ ଅପ୍‌ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଟାଇଗର ଏମିତି କିଛି କହିଛନ୍ତି, ଯାହା ଦିଶାଙ୍କୁ ଦୁଃଖିତ କରିପାରେ ବୋଲି ଫ୍ୟାନ୍ସ କହିଛନ୍ତି।

ପ୍ରଥମରୁ କଫି ୱିଥ୍ କରନର ସମସ୍ତ ଏପିସୋଡ୍ ଏପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଆସିଛି । ଅନେକ ପପୁଲାର ଷ୍ଟାର ଏହି ଏପିସୋଡରେ ଆସି ନିଜର ପର୍ସନାଲ ପ୍ରୋଫେସନାଲ ଜୀବନ ବିଷୟରେ ଅନେକ କଛି ସେୟାର କରିଛନ୍ତି। ନିକଟରେ କ୍ରିତି ସାନନ୍ ଏବଂ ଟାଇଗର ଶ୍ରଫ୍ କରନଙ୍କ ଶୋକୁ ଯାଇଥିଲେ। ଏହି ଶୋରେ ଟାଇଗର ଶ୍ରଫ୍ ଏବଂ ଦିଶା ପାଟାନୀଙ୍କ ବ୍ରେକଅପ୍ ନେଇ ଅନେକ ଆଲୋଚନା କରାଯାଇଥିଲା। ଏଭଳି ପରିସ୍ଥିତିରେ ଅଭିନେତା ଅଭିନେତ୍ରୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ।

କରନ ଜୋହର ଟାଇଗର ଶ୍ରଫଙ୍କୁ ପଚାରିଛନ୍ତି ତାଙ୍କର ରିଲେସନ୍ସିପ୍ ଷ୍ଟାଷ୍ଟସ କ’ଣ ଏବଂ ସେ ଦିଶା ପାଟାନୀଙ୍କୁ ଡେଟ କରୁଛନ୍ତି କି? ଏହାର ଉତ୍ତରରେ ଟାଇଗର କହିଛନ୍ତି, ମୁଁ ସିଙ୍ଗଲ ଅଛି ଆଉ ଏବେ କାହାକୁ ଡେଟ୍‌ କରିବା ପାଇଁ ଖୋଜୁଛି। ଏହି ସମୟରେ ଶ୍ରଦ୍ଧା କପୁରଙ୍କ ପାଇଁ ନିଜର ଅନୁଭବ ମଧ୍ୟ କହିଛନ୍ତି। ଦିଶା ଆଉ ମୁଁ କେବଳ ଭଲ ବନ୍ଧୁ । ଜଣେ ଭଲ ବନ୍ଧୁ ହିସାବରେ ଆଗରୁ ଯେପରି ଥିଲି ଏବେ ବି ରହିଛି।

କରନ ଏହା ମଧ୍ୟ କହିଥିଲେ କି ଉଭୟଙ୍କ ବ୍ରେକଅପ୍ ବିଷୟରେ ଅନେକ ଗୁଜବ ଚାଲିଛି। ଏହା ଶୁଣିବା ପରେ ଟାଇଗର ହସି କହିଥିଲେ,ଏହା ପ୍ରକୃତରେ… ଠିକ୍, ଦୀର୍ଘ ଦିନ ଧରି ଆମକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ହେଲେ ଆମେ ସବୁବେଳେ ଆମର ବନ୍ଧୁତା ବଜାୟ ରଖିଛୁ ଆଗକୁ ବି ରଖିବୁ।

 

Also read : ସାମନ୍ଥାଙ୍କ ଅପକମିଂ ଫିଲ୍ମ ‘ଯଶୋଦା’ର ନୂଆ ପୋଷ୍ଟର ରିଲିଜ, ସାମନ୍ଥାଙ୍କ ଲୁକ୍‌ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ