ଟିକ୍‌ଟକ୍‌ ଷ୍ଟାର ମେଘା ଠାକୁରଙ୍କ ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ

ଟିକ୍‌ଟକ୍‌ ଷ୍ଟାର ମେଘା ଠାକୁରଙ୍କ ମୃତ୍ୟୁ ହୋଇଛି । ମାତ୍ର ୨୧ ବର୍ଷରେ ମେଘା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପିତାମାତା କିଛି ଦିନ ପରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିବା ସୋସିଆଲ ମିଡିଆରେ ଜଣାଇଛନ୍ତି । ଟିକଟକରେ ତାଙ୍କର ୯୩୦ ହଜାରରୁ ଅଧିକ ଫଲୋୟର୍ସ ଥିଲେ । ସେ ଟିକଟକରେ ସବୁବେଳେ ଡ୍ୟାନ୍ସ ଭିଡିଓ ସେୟାର କରିଥାନ୍ତି । ମେଘା ଭାରତୀୟ ମୂଳ କାନାଡାର ନାଗରିକ ଥିଲେ ।

ତାଙ୍କ ପିତାମାତା ମେଘାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ତାଙ୍କ ମୃତ୍ୟୁ ଖବର ଦେଇଛନ୍ତି। ମେଘାଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ପିତାମାତା ଖବର ସେୟାର କରି ଲେଖିଛନ୍ତି, ସେ ୨୪ ନଭେମ୍ଵରର ଆମକୁ ଛାଡି ଚାଲିଯାଇଛନ୍ତି। ଦୁଃଖର ସହିତ କହୁଛୁ କି, ଆମ ଜୀବନର ଆଲୋକ, ଆମର ପ୍ରିୟ, ଯତ୍ନଶୀଳ ତଥା ସୁନ୍ଦର ଝିଅ ମେଘା ୨୪ ନଭେମ୍ବର ୨୦୨୨ ଦିନ ସକାଳେ ହଠାତ୍ ଛାଡି ଚାଲିଗଲା ।

 

View this post on Instagram

 

A post shared by Megha (@meghaminnd)

ଏହି ଦୁଃଖଦ ଖବର ପାଇବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଅନେକ ପ୍ରଶଂସକ ମେଘାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। କହିବାକୁ ଗଲେ ମେଘାଙ୍କୁ ୪ ବର୍ଷ ପୂର୍ବରୁ ହୃଦ୍‌ଘାତ ହୋଇଥିଲା। ସୋସିଆଲ ମିଡିଆରେ ସେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଥିଲେ। ଏବେ ଅନୁମାନ କରାଯାଉଛି କି ତାଙ୍କର ହୃଦଘାତ ହେତୁ ମୃତ୍ୟୁ ହୋଇଛି।

 

View this post on Instagram

 

A post shared by Megha (@meghaminnd)