ସ୍କୁଲର ଶେଷଦିନରେ ଏମିତି ମସ୍ତି କଲେ ପିଲା, ଟିକଟକ୍‌ରେ ଭିଡ଼ିଓ ହେଉଛି ଭାଇରାଲ

ସବୁବେଳେ ଟିକ୍‌ଟକ୍‌ରେ ଲକ୍ଷାଧିକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦର୍ଶକମାନେ ମଧ୍ୟ ଖୁବ୍‌ ପସନ୍ଦ କରୁଛନ୍ତି। ଏବେ ଟିକ୍‌ଟକ୍‌ରେ ସ୍କୁଲ ପିଲାଙ୍କର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ସ୍କୁଲର ଶେଷ ଦିନର। ଶେଷ ଦିନରେ ପିଲାମାନେ ବହିଖାତା ଉପରକୁ ଫିଙ୍ଗି ମଜା କରୁଥିବା ଦେଖିବାକୁ ମିଳିଛି।

ଏହି ଟିକଟକ୍‌ ଭିଡିଓରେ ସିଡ଼ି ଉପରେ କିଛିି ପିଲା ଠିଆ ହୋଇଥିବା ବେଳେ ଆଉ କିଛି ପିଲା ତଳେ ମୋବାଇଲ୍‌ରେ ସୁଟିଂ କରୁଥିବା ଦେଖିବାକୁ ମିଳିଛି। ସିଡି ଉପରେ ଥିବା ପିଲା ବହିଖାତା ଉପରକୁ ଫିଙ୍ଗୁଥିବା ବେଳେ ତା’ଉପରେ ଥିବା ପିଲା ମଧ୍ୟ ତଳକୁ ଖାତା ଓ ପେପର ଫୋପାଡ଼ୁଥିବା ନଜର ଆସିଛି। ମାତ୍ର କିଛି ମିନିଟ୍‌ ମଧ୍ୟରେ ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଲାଇକ୍‌, ୧୯୦ କମେଣ୍ଟ ଓ ୨୧୫୬ ଥର ସେୟାର କରାଯାଇଛି।

ଏହାସହ ପଢ଼ନ୍ତୁ: ଡ୍ୟାନ୍ସରଙ୍କୁ କାଚ ପ୍ଲେଟ୍‌ ଫିଙ୍ଗିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ଭାଇରାଲ ହେଉଛି ଭିଡିଓ