ବରିଷ୍ଠ ଅଭିନେତା ଟିକୁ ତଲସାନିଆଙ୍କୁ ହାର୍ଟଆଟାକ, ଅବସ୍ଥା ଗୁରୁତର
ଟିଭି ତଥା ବଲିଉଡର ଜଣାଶୁଣା ଅଭିନେତା ଟିକୁ ତଲସାନିଆଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି ଜଣାପଡିଛି । ତାଙ୍କୁ ହାର୍ଟଆଟାକ ଆସିଥିବା ବୋଲି ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି । ସେଠାରେ ଡାକ୍ତରମାନେ ଅଭିନେତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଡାକ୍ତରମାନେ ତାଙ୍କ ଅସୁସ୍ଥତାର କାରଣ ଏଯାଏଁ କହି ନାହାନ୍ତି ।
ଟିକୁଙ୍କ ବୟସ ୭୦ ବର୍ଷ । ଇଣ୍ଟଷ୍ଟ୍ରୀର ବରିଷ୍ଠ କଳାକାର ହେଉଛନ୍ତି ଟିକୁ । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜାଣି ଫ୍ୟାନ୍ସ ଚିନ୍ତିତ ହୋଇପଡିଛନ୍ତି । ତେବେ ତୁରନ୍ତ ଠିକ୍ ହେବା ନେଇ ଫ୍ୟାନ୍ସ ଆଶା କରୁଛନ୍ତି । ଏଯାଏ ତାଙ୍କ ପରିବାର ତରଫରୁ କୌଣସି ସୂଚନା ମିଳିନାହିଁ ।
ଟିକୁଙ୍କ ଜନ୍ମ ୧୯୫୪ରେ ହୋଇଥିଲା । ସେ ୧୯୮୪ରେ ଲୋକପ୍ରିୟ ଶୋ ‘ୟେ ଜୋ ହେ ଜିନ୍ଦେଜୀ’ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ସେହିପରି ୧୯୮୬ରେ ବଲିଉଡ ଫିଲ୍ମ ‘ପ୍ୟାର କେ ଦୋ ପଲ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ବିଭିନ୍ନ ଭୂମିକାରେ ନଜର ଆସିଥିବା ଟିକୁଙ୍କୁ କମେଡି ରୋଲ୍ ପାଇଁ ସବୁଠାରୁ ଅଧିକ ପରିଚୟ ମିଳିଛି । ତାଙ୍କ କମେଡିର ଷ୍ଟାଇଲ ଏବଂ ଟାଇମିଂ ବେଶ୍ କମାଲର ରହିଛି । ତାଙ୍କ ଡାଏଲଗ ଦର୍ଶକଙ୍କୁ ହସାଇଥାଏ ।
ଗତ ୪ ଦଶକ ଧରି ଟିକୁ ତଲସାନିୟାଙ୍କୁ ଅନେକ ଟିଭି ଶୋରେ ଦେଖିବାକୁ ମିଳିଛି । ଟିକୁଙ୍କୁ ଟିଭି ଶୋ ‘ଏକ ସେ ବଢକର ଏକ, ହୁକୁମ ମେରେ ଆକା, ଗୋଲମାଲ ହୈ ଭାଇ ସବ୍ ଗୋଲମାଲ୍ ହୈ, ପ୍ରିତମ ପ୍ୟାରେ ଔର ୱରେ ନଜର ଆସିଛନ୍ତି । ଫିଲ୍ମ କଥା କହିବାକୁ ଗଲେ, ଦିଲ୍ ହୈ କି ମାନତା ନେହିଁ, ବୋଲ ରାଧା ବୋଲ, ଅନ୍ଦାଜ ଅପନା ଅପନା, ଇସ୍କ, ଦେବଦାସ, ଧମାଲ, ପାର୍ଟନର, ସ୍ପେଶାଲ ୨୬ରେ ନଜର ଆସିଛନ୍ତି । ଶେଷ ଥର ପାଇଁ ୨୦୨୪ରେ ବିକ୍କି ବିଦ୍ୟାଙ୍କ ୱ ୱାଲା ଭିଡିଓରେ ଦେଖିବାକୁ ମିଳିଥିଲା ।