ଫିଲ୍ମି ଫ୍ରାଇଡରେ ଆଜି ରିଲିଜ୍ ହେଲା ଫିଲ୍ମ ‘ଜିରୋ’ , ବାମନ ଚରିତ୍ରରେ ନଜର ଆସିଛନ୍ତି କିଙ୍ଗ ଖାନ୍‌ ଶାହରୁଖ

କେନ୍ୟୁଜ୍ : ଫ୍ରାଇଡେ ରିଲିଜରେ ଆଜି ସିଲଭର ସ୍କ୍ରିନକୁ ଆସିଲା ବହୁ ପ୍ରତୀକ୍ଷିତ ଫିଲ୍ମ ଜିରୋ । ବାମନ ଚରିତ୍ରରେ ନଜର ଆସିଛନ୍ତି କିଙ୍ଗ ଖାନ୍‌ ଶାହରୁଖ । ତାଙ୍କ ଅପୋଜିଟରେ ନାୟିକା ସାଜିଛନ୍ତି ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ୍‌ । ଫିଲ୍ମରେ ଅନୁଷ୍କା ଜଣେ ଦିବ୍ୟାଙ୍ଗ ଚରିତ୍ରରେ ଅଭିନୟ କରିଛନ୍ତି । ସେହିପରି କ୍ୟାଟ୍ରିନା କୈଫ୍‌ଙ୍କୁ ଫିଲ୍ମ ଷ୍ଟାର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଦୁଇ ନାୟିକାଙ୍କ ସହ ରୋମାନ୍ସ କରୁଛନ୍ତି ଶାହରୁଖ । ଫିଲ୍ମ ଜିରୋ ମାଧ୍ୟମରେ ପାଖାପାଖି ଦେଢ ବର୍ଷ ପରେ ବଡ ପରଦାକୁ ଫେରିଛନ୍ତି ଶାହରୁଖ । ଏଥିରେ ଏକ ଗୀତରେ ଶାହରୁଖଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି ଦବଙ୍ଗ ଖାନ୍‌ ସଲମାନ ଖାନ୍‌ । ଷ୍ଟାରଙ୍କ ଦମଦାର ଅଭିନୟ, ରୋମାଣ୍ଟିକ୍‌ ଡାଇଲଗ ସାଙ୍ଗକୁ ହୃଦୟସ୍ପର୍ଶୀ ଗୀତ ରହିଛି । ଫିଲ୍ମ ଜିରୋକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି ।

You might also like