ବଡ଼ଘର ବଡ଼ ବାହାଘର, ଆଜି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହ ଉତ୍ସବ

କେନ୍ୟୁଜ୍ : ବଡ଼ଘରର ବାହାଘର । ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶାଙ୍କ ଆଜି ହାଇପ୍ରୋଫାଇଲ୍‌ ୱେଡିଂ ସେରିମୋନୀ । ଆନନ୍ଦ ପରିମଲଙ୍କ ଜୀବନ ସାଥୀ ହେବେ ମୁକେଶ ତନୟା ଇଶା । ଏହି ହାଇପ୍ରୋଫାଇଲ୍‌ ବାହାଘର ମୁମ୍ବାଇ ସ୍ଥିତ ମୁକେଶ ଅମ୍ବାନୀଙ୍ଗ ଘରେ ଅନୁଷ୍ଠିତ ହେବ । ଝିଅ ବାହାଘରକୁ ସ୍ମରଣୀୟ କରିବା ପାଇଁ ସବୁ ପ୍ରକାର ଆୟୋଜନ କରିଛନ୍ତି ମୁକେଶ ଅମ୍ବାନୀ । ଗତ ଶନିବାର ରାଜସ୍ଥାନର ଉଦୟପୁରରେ ଧୁମଧାମରେ ପ୍ରିୱେଡିଂ ସେଲିବ୍ରେସନ ହୋଇଥିଲା ।

1mggggଜମିଥିଲା ନାଚ-ଗୀତ ଆସର । ସାମିଲ ହୋଇଥିଲେ ବିଦେଶର ବହୁ ନାମୀଦାମୀ ସେଲିବ୍ରିଟି, ଶିଳ୍ପପତି, କ୍ରିକେଟ ତାରକା, ରାଜନେତା । ଭାବି ସ୍ୱାମୀ ଆନନ୍ଦ ପିରାମଲଙ୍କ ସହ ଡ୍ୟାନ୍ସ ଫର୍ମରେ ନଜର ଆସିଥିଲେ ଇଶା । ଝୁମିଥିଲେ ସମସ୍ତେ । ଝିଅର ସଙ୍ଗୀତ୍‌ ପାର୍ଟିରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଥିଲେ ନୀତା ଓ ମୁକେଶ ଅମ୍ବାନୀ । ଷ୍ଟେଜରେ ଡ୍ୟାନ୍ସ କରିଥିଲେ । ଜବ୍‌ ତକ୍‌ ହୈ ଜାନ୍‌ ଗୀତରେ ଝିଅର ସଙ୍ଗୀତରେ ଠୁମ୍‌କା ଲଗାଇଥିଲେ ନୀତା-ମୁକେଶ । ଇଶାଙ୍କ ଭାଇମାନେ ବି ଧୁମ୍‌ ନାଚିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.