Categories: ମନୋରଂଜନ

ଏପରି ଭାବେ ଲତା ମଙ୍ଗେସକରଙ୍କୁ ଜୀବନରୁ ମାରିଦେବାକୁ କରାଯାଇଥିଲା ଷଡଯନ୍ତ୍ର, ୯୦ତମ ଜନ୍ମଦିନରେ ଜାଣନ୍ତୁ କିଛି ଅଜଣା କଥା

ଆଜି ଲତା ମଙ୍ଗେସକରଙ୍କ ଜନ୍ମଦିନ । ୨୮ ସେପ୍ଟେମ୍ବରରେ ଜନ୍ମଗ୍ରହଣ କରିଥିବା ଲତା ନିଜ ଜୀବନରେ ବହୁତ କିଛି ଉପଲବ୍ଧି କରିସାରିଛନ୍ତି । କିନ୍ତୁ ସଫଳତା ପାଇବାର ରାସ୍ତା ଏତେ ସହଜ ହୋଇନଥାଏ । ଲତା ମଧ୍‌ଯ ନିଜକୁ ସୁରର ମହାରାଣୀ କରାଇବା ପାଇଁ ବହୁ କିଛି ସମସ୍ୟା ଦେଇ ଗତି କରିଛନ୍ତି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଲତା ଜୀ କେଉଁ କେଉଁ ସମସ୍ୟା ଦେଇ ଗତି କରିଛନ୍ତି ।

ଲତା ମଙ୍ଗେସକରଙ୍କ ଜନ୍ମ ଇନ୍ଦୋରର ମରାଠି ପରିବାରରେ ପଣ୍ଡିତ ଦିନଦୟାଲ ମଙ୍ଗେସକରଙ୍କ ଘରେ ହୋଇଥିଲା । ତାଙ୍କ ପିତା ରଙ୍ଗମଞ୍ଚର କଳାକାର ଏବଂ ଗାୟକ ଥିଲେ । ଏଥିପାଇଁ ସଙ୍ଗୀତ ଏମାନଙ୍କ ବଂଶରେ ହିଁ ଥିଲା । ଲତା ମଙ୍ଗେସକରଙ୍କ ପ୍ରଥମ ନାମ ହେମା ଥିଲା । କିନ୍ତୁ ଜନ୍ମର ୫ବର୍ଷ ପରେ ମାତା ପିତା ତାଙ୍କର ନାକୁ ପରିବର୍ତ୍ତନ କରି ଲତା ରଖିଥିଲେ ।

ବାପା ଦିନଦୟାଲ ଲତାକୁ ୫ବର୍ଷ ବୟସରୁ ସଙ୍ଗୀତ ଶିଖାଇବା ଆରମ୍ଭ କରିଥିଲେ । ତାଙ୍କ ସହିତ ଭଉଣୀ ଆଶା ଏବଂ ଉଷା ମଧ୍ୟ ସଙ୍ଗୀତ ଶିଖୁଥିଲେ । ଲତା ଅମାନ ଅଲ୍ଲୀ ଖାନ୍‌ ସାହେବ ଏବଂ ପରେ ଅମାନତ ଖାନ୍‌ ଙ୍କ ସହିତ ପାଠ ପଢିଥିଲେ । ଲତା ୫ବର୍ଷ ବୟସରେ ହିଁ ଏକ ନାଟକରେ ଅଭିନୟ କରିଥିଲେ । ତାଙ୍କର ଆରମ୍ଭ ପ୍ରଥମେ ଅଭିନୟରୁ ହୋଥିଲା ସତ କିନ୍ତୁ ଲତାଙ୍କ ଆଗ୍ରହ ସଙ୍ଗୀତ ପ୍ରତି ରହିଥିଲା ।

୧୪ବର୍ଷ ବୟସରେ ଲତା ଫିଲ୍ମରେ ହିରୋ କିମ୍ବା ହିରୋଇନଙ୍କ ଭଉଣୀ ଭୂମିକାରେ ଅଭିନୟ କରୁଥିଲେ । ଏହାସହିତ ସେ ସଙ୍ଗୀତ ଶିକ୍ଷା ମଧ୍ୟ ଗ୍ରହଣ କରୁଥିଲେ । ଲତା ମାତ୍ର ଗୋଟିଏ ଦିନ ସ୍କୁଲ ଯାଇଛନ୍ତି । କାରଣ ଯେବେ ସେ ପ୍ରଥମ ଦିନ ନିଜ ସାନା ଭଉଣୀ ଆଶା ଭୋସଲେଙ୍କୁ ସ୍କୁଲ୍‌ ନେଇକି ଯାଇଥିଲେ ସେତେବେଳେ ଅଧ୍ୟାପକ ଆଶାଙ୍କୁ ଏହା କହି ସ୍କୁଲରୁ ବାହାର କରିଦେଇଥିଲେ କି, ତାଙ୍କୁ ମଧ୍ୟ ସ୍କୁଲର ଫିସ୍‌ ଦେବାକୁ ପଡିବ ।

ଏହା ପରେ ଲତା ନିଷ୍ପତ୍ତି ନେଇଥିଲେ କି ସେ କେବେ ସ୍କୁଲ୍‌ ଯିବେନାହିଁ । କିନ୍ତୁ ପରେ ତାଙ୍କୁ ନ୍ୟୁୟର୍କ ୟୁନିଭର୍ସିଟି ସମେତ ୬ଟି ବିଶ୍ୱବିଦ୍ୟାଳୟରୁ ଡ଼ିଗ୍ରୀ ପାଇଛନ୍ତି । ୧୯୭୪ରେ ଲଣ୍ଡନ୍‌ ର ସୁପ୍ରସିଦ୍ଧ ରୟାଲ ଅଲ୍ଵର୍ଟ ହଲରେ ତାଙ୍କୁ ପ୍ରଥମ ଭାରତୀୟ ଗାୟିକା ରୂପେ ଗାଇବା ପାଇଁ ସୁଯୋଗ ମିଳିଲା । ୧୯୭୪ରେ ଦୁନିଆରେ ସବୁଠାରୁ ଅଧିକ ଗୀତ ଗାଉଥିବା ଗିନିଜ୍‌ ଓ୍ଵାଲ୍ଡ ରେକର୍ଡ ତାଙ୍କ ନାମରେ ନାମିତ ହୋଇଥିଲା । ଭାରତର କୋକିଳ ସ୍ୱର ଲତା ମଙ୍ଗେସକର ୨୦ଟି ଭାଷାରେ ୩୦ହଜାର ଗୀତ ଗାଇଛନ୍ତି । ଲତା ସିନେ କ୍ୟାରିୟରରେ ବହୁତ ମାନ ସମ୍ମାନ ପାଇଛନ୍ତି । ସେ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରଥମ ମହିଳା ଯାହାଙ୍କୁ ଭାରତ ରତ୍ନ ଏବଂ ଦାଦା ସହେବ ଫାଲକେ ପୁରସ୍କାର ମିଳିଛି ।

ଏହାସହ ପଢନ୍ତୁ:

ଲତା ମଙ୍ଗେସକରଙ୍କୁ କରାଯାଇଥିଲା ହତ୍ୟାର ଯୋଜନା, ୩ ମାସ ପର୍ଯ୍ଯନ୍ତ ଗାଇ ପାରିଲେନି ଗୀତ

ଲତା ମୋହମ୍ମଦ ରଫିଙ୍କ ସହିତ ବହୁତ ଗୀତ ଗାଇଛନ୍ତି କିନ୍ତୁ ଗୋଟେ ସମୟ ଏମିତି ବି ଆସିଥିଲା ଯେତେବେଳେ ସେ ରଫିଙ୍କ ସହିତ କଥାବର୍ତ୍ତା ବନ୍ଦ କରିଦେଇଥିଲେ । ଦୁହେଁ ଦୁହିଁଙ୍କ ସହିତ ଗୀତ ଗାଇବାକୁ ମନା କରିଦେଇଥିଲେ । କିନ୍ତୁ ୪ବର୍ଷ ପରେ ଅଭିନେତ୍ରୀ ନରଗିସଙ୍କ ପ୍ରୟାସରେ ଦୁହେଁ ଏକା ସହିତ ପୁଣି କାର୍ଯ୍ୟକ୍ରମରେ ଗୀତ ଗାଇବା ଆରମ୍ଭ କରିଥିଲେ ।

୧୯୬୨ରେ ଲତାଙ୍କୁ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର କରାଯାଇଥିଲା । ସେତେବେଳେ ତାଙ୍କୁ ସ୍ଳୋ ପଏଜନ୍‌ ଦିଆଯାଇଥିଲା । ଲତାଙ୍କ ବହୁତ ପାଖ ଲୋକ ପଦମା ସଚଦେବ ଏହି କଥାର ଖୁଲାସା ତାଙ୍କ ବହି ଐସା କାହାଁସେ ଲାୟୁଁ ରେ କରିଥିଲେ । କିନ୍ତୁ ତାଙ୍କୁ ମାରିବାକୁ କିଏ ଚାହିଁଥିଲା ସେ ନେଇ ଆଜି ଯାଏଁ ଜଣାପଡିନାହିଁ । ଲତା ସେତେବେଳେ ବହୁତ ନିରାଶ ହୋଇଯାଇଥିଲେ ଯେବେ ଗୀତ ଏବଂ ମ୍ୟୁଜିକ୍‌ କପୋଜର ସ୍ୱର୍ଗୀୟ ଭୂପେନ୍‌ ହଜାରିୟାଙ୍କ ପତ୍ନୀ ପ୍ରିୟମ୍ବଦା, ଭୂପେନ ଏବଂ ଲତାଙ୍କ ଭିତରେ ପ୍ରେମ ସମ୍ବନ୍ଧ ଥିବା ନେଇ ଦାବି କରିଥିଲେ ।

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

6 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

10 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

10 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

10 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

10 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

10 hours ago