ରିଲିଜ ହେଲା ମଲ୍ଟିଷ୍ଟାରର ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନ

ଆଜି ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ଠଗସ୍‌ ଅଫ ହିନ୍ଦୋସ୍ତାନ । ଫ୍ୟୁରିଅସ୍‌, ରୋମାଣ୍ଟିକ୍‌, କମେଡି ଓ ଆକ୍ସନ ପ୍ୟାକ୍‌ରେ ଭର୍ତ୍ତି ଠଗ୍ସ ଅଫ୍‌ ହିନ୍ଦୋସ୍ତାନ । ସମୁଦ୍ର ଲୁଟେରାଙ୍କ ଉପରେ ଫିଲ୍ମର କାହାଣୀ। ମଲ୍ଟିଷ୍ଟାରର ଫିଲ୍ମ ଠଗ୍ସ  ଅଫ ହିନ୍ଦୋସ୍ତାନରେ ଅମିତାଭ ବଚ୍ଚନ ଓ ଆମିର ଖାନ୍‌ଙ୍କ ଦମଦାର କେମେଷ୍ଟ୍ରୀ ଦେଖିବାକୁ ମିଳିଛି। ଫିଲ୍ମରେ ଅମିତାଭ ଆଜାଦ ଭୂମିକାରେ ନଜର ଆସୁଛନ୍ତି । ଆମିରଙ୍କୁ ଫିରଙ୍ଗୀ ମଲ୍ଲାହ ଭୂମିକାରେ ନେଗେଟିଭ କ୍ୟାରେକ୍ଟରରେ ଦେଖିବାକୁ ମିଳିବ।

mohan-babuଟ୍ରେଲରରେ ସୂରିଆ ଚରିତ୍ରରେ ନଜର ଆସୁଥିବା କ୍ୟାଟ୍ରିନା କୈଫଙ୍କ ଗ୍ଲାମରସ ଅନ୍ଦାଜ ସହ ଫତିମା ଶେଖ୍‌ଙ୍କ ଯୋଦ୍ଧା ଅବତାର ଦେଖିବାକୁ ମିଳୁଛି। ୧୮୯୩ରେ ଫିଲିପ୍‌ ମେଡୋଜ୍‌ ଟେଲର୍‌ଙ୍କ ରଚିତ ଉପନ୍ୟାସ ‘କନଫେସନ୍‌ ଅଫ୍‌ ଏ ଠଗ୍‌’ ଉପରେ ଆଧାରିତ ହୋଇଛି ଫିଲ୍ମର କାହାଣୀ । ପରାଧୀନ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ ଓ ଲୋକଙ୍କ ନିର୍ଯ୍ଯାତନା କାହାଣୀକୁ ସିନେମାଟିକ୍‌ ୱେରେ ପ୍ରେଜେଣ୍ଟ କରାଯାଇଛି । ଗୋରା ସରକାରଙ୍କ ଜାହାଜ ଲୁଟ୍‌ ଘଟଣାକୁ କେନ୍ଦ୍ର କରି ନିର୍ମାଣ ହୋଇଛି ଫିଲ୍ମ । ୟଶରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ କୃଷ୍ଣ ଆଚାର୍ଯ୍ଯ ।