ଆଜି ବଲିଉଡ୍ ବାଦସାହା କିଙ୍ଗ୍ ଖାନ୍ଙ୍କ ଜନ୍ମଦିନ

ମୁମ୍ବାଇ(କେନ୍ଯୁଜ୍) : ଆଜି ବଲିଉଡ୍ର କିଙ୍ଗ୍ ଖାନ୍ଙ୍କ ଜନ୍ମଦିନ। ୫୩ ବର୍ଷ ବୟସରେ ଶାହାରୁଖ । ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରି ଅନେକ ସମ୍ମାନର ଅଧିକାରୀ ହେବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶାହାରୁଖ୍ ।
ନିଜ ପ୍ରିୟ ଅଭିନେତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ପାଇଁ ରାତି ୧୨ଟାରୁ ମନ୍ନତ ଆଗରେ ଫ୍ୟାନଙ୍କ ଭିଡ ଜମିଥିଲା। ଶାହାରୁଖ୍ ମଧ୍ୟ ଛାତ ଉପରକୁ ଆସି ପ୍ରଶଂସକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ।