ଆଜି ଫିଟନେସ ଆଇକନଙ୍କ ଜନ୍ମଦିନ, ୪୮ ବର୍ଷରେ ପାଦ ଥାପିଲେ ବଲିଉଡ ସୁନ୍ଦରୀ ଶିଳ୍ପା

ବଲିଉଡର ଫିଟନେସ କୁଇନ ଶିଳ୍ପା ସେଠୀ । ଯୁବକଙ୍କ ଦିଲର ଧଡ଼କନ । ଫିଟନେସକୁ ନେଇ ଆଜିବି ସବୁଠି ଚର୍ଚ୍ଚା । ସୁନ୍ଦରୀଙ୍କ ଉଦାହରଣ ସାଜିଥାନ୍ତି ସେ । ଏପର୍ଯ୍ୟନ୍ତ ପହଁଞ୍ଚିବା ପାଇଁ ଶିଳ୍ପାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି ।

କେନ୍ୟୁଜ୍(ବ୍ୟୁରୋ): ବଲିଉଡର ଫିଟନେସ କୁଇନ ଶିଳ୍ପା ସେଠୀ । ନବେ ଦଶକର ଯୁବକଙ୍କ ଦିଲର ଧଡ଼କନ । ନିଜ ଅଭିନୟର ଯାଦୁରେ ସମସ୍ତଙ୍କ ଦିଲର ବାଜିକୁ ଜିତିଛନ୍ତି ଶିଳ୍ପା । ଭାରତୀୟ ସିନେପ୍ରେମୀଙ୍କୁ ନିଜର ଦିୱାନା ବନେଇଛନ୍ତି ସେ । ଏହାସହ ତାଙ୍କର ଫିଟନେସକୁ ନେଇ ଆଜିବି ସବୁଠି ଚର୍ଚ୍ଚା । ସୁନ୍ଦରୀଙ୍କ ଉଦାହରଣ ସାଜିଥାନ୍ତି ସେ । ଆଜି ତାଙ୍କ ଜନ୍ମଦିନରେ ଟିକିଏ ନଜର ପକାଇବା ଶିଳ୍ପାଙ୍କ କିଛି କଥା ଉପରେ ।

ଶିଳ୍ପା ସେଠୀ କୁନ୍ଦ୍ରା ୮ ଜୁନ ୧୯୭୫ରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମ ନେଇଥିଲେ । ରାଜ କୁନ୍ଦ୍ରାଙ୍କୁ ବିବାହ କରିଛନ୍ତି ଶିଳ୍ପା । ଶିଳ୍ପାଙ୍କ ଦୁଇଟି ସନ୍ତାନ ରହିଛନ୍ତି । ବିଆନ ଓ ସମିଶା । ଏହି ବୟସରେ ବି ଶିଳ୍ପାଙ୍କ ଫିଟନେସ କମ ହୋଇନାହିଁ । ଆଜିବି ସେ ସେପରି ସୁନ୍ଦରୀ । ଆଜି ନିଜ ଫ୍ୟାନ୍ସଙ୍କ ଦିଲର ଧଡ଼କନ ହୋଇ ରହିଛନ୍ତି । ଏପର୍ଯ୍ୟନ୍ତ ପହଁଞ୍ଚିବା ପାଇଁ ଶିଳ୍ପାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି ।

ଏକ ଛୋଟ ବିଜ୍ଞାପନରୁ ଶିଳ୍ପା ନିଜ କ୍ୟାରିଅରର ଆରମ୍ଭ କରିଥିଲେ । ଏହାପରେ ସେକେଣ୍ଡ ଲିଡ ଅଭିନେତ୍ରୀ ଭାବେ ବଲିଉଡରେ ପାଦ ରଖିଥିଲେ । ଏହି ସମୟରେ ଶିଳ୍ପାଙ୍କୁ ହେଉଥିଲା ମାତ୍ର ୧୬ ବର୍ଷ । ଅର୍ଥାତ ୧୬ ବର୍ଷରୁ ବଲିଉଡରେ ପାଦ ଥାପିଥିଲେ ଶିଳ୍ପା । ଏହାପରେ ସେ ଅନେକ ମଡେଲିଂ ପ୍ରଜେକ୍ଟରେ କାମ କରିଥିଲେ । ପରେ ୧୯୯୩ରେ ସାହାରୁଖ ଖାନଙ୍କ ସହ ବଲିଉଡ ସିନେମା ବାଜିଗରରେ ଅଭିନୟ ଆରମ୍ଭ କରିଥିଲେ । ଏହି ସିନେମାରେ ତାଙ୍କୁ ଏକ ଛୋଟିଆ ଭୂମିକା ମିଳିଥିଲେ ବି ସେ ସମସ୍ତଙ୍କର ମନ କିଣି ପାରିଥିଲେ । ଏହି ସିନେମାରୁ ଆରମ୍ଭ ହୋଇଥିଲା ତାଙ୍କ ବଲିଉଡର ଯାତ୍ରା ।

ଏହାପରେ ଅକ୍ଷୟକୁମାରଙ୍କ ସହ ମେ ଖିଲାଡ଼ି ତୁ ଅନାଡିରେ ନଜର ଆସିଥିଲେ ଶିଳ୍ପା । ଏଥିରେ ଶିଳ୍ପା ଡବଲ ରୋଲରେ ଅଭିନୟ କରିଥିଲେ । ୨୦୦୦ରେ ରିଲିଜ ହୋଇଥିବା ଧଡ଼କନ ସିନେମାରେ ପୁଣିଥରେ ଅକ୍ଷୟ କୁମାରଙ୍କ ସହ ଧଡ଼କନରେ ନଜର ଆସିଥିଲେ ଶିଳ୍ପା । ଏହି ସିନେମା ତାଙ୍କୁ ଅନେକ ପରିଚିତ କରାଇ ଦେଇଥିଲା । ଏଥିରେ ଶିଳ୍ପାଙ୍କ ଅଭିନୟ ସମସ୍ତଙ୍କ ମନକୁ କିଣି ନେଇଥିଲା । ଏହାପରେ ଶିଳ୍ପା ଆଗକୁ ବଢି ଚାଲିଥିଲେ ।

ଅଭିନୟ ପରେ ଫିଟନେସକୁ ନେଇ ବେଶ ପରିଚିତ ଶିଳ୍ପା । ସୋସିଆଲ ମିଡିଆରେ ସୁବୁବେଳେ ଯୋଗ କରୁଥିବାର ଭିଡିଓ ଛାଡ଼ିଥାନ୍ତି ଶିଳ୍ପା । ଏହାସହ ସେ ଫୁଡ଼ ଚ୍ୟାନେଲ ଚଲାଇଥାନ୍ତି । ସେହିପରି ସୋସିଆଲ ମିଡିଆରେ ସେ ଖୁବ ଆକ୍ଟିଭ । ଆଜି ତାଙ୍କ ଜନ୍ମ ଦିନରେ ଶିଳ୍ପାଙ୍କୁ ଆମତରଫରୁ ଅନେକ ଶୁଭେଚ୍ଛା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.