କେନ୍ୟୁଜ୍ : ଫିଲ୍ମ ଫ୍ରାଇଡେରେ ହଲ୍କୁ ଆସିଲା ମଣିକର୍ଣ୍ଣିକା । ଫିଲ୍ମରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ବଲିଉଡ କୁଇନ୍ କଙ୍ଗନା। ମଣିକର୍ଣ୍ଣିକାରେ ଦମ୍ଦାର ଲୁକ୍ରେ ନଜର ଆସିଛନ୍ତି ସେ । ଦେଖିବାକୁ ମିଳିଛି ଜବରଦସ୍ତ ଆକ୍ସନ ।
ସାହସୀ, ନିର୍ଭୀକ ରାଣୀ ଓ ଯୋଦ୍ଧା ଭୂମିକାରେ କଙ୍ଗନାଙ୍କୁ ଦେଖିବାକୁ ପାଇଛନ୍ତି ଦର୍ଶକ । ଫିଲ୍ମରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି ଅଙ୍କିତା ଲୋଖଣ୍ଡେ, ଅତୁଲ କୁଲକର୍ଣ୍ଣି ଓ ଡ୍ୟାନି ଡେଞ୍ଜୋପା। ମଣିକର୍ଣ୍ଣିକାରୁ ବଲିଉଡରେ ଡେବ୍ୟୁ କରୁଛନ୍ତି ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଧାକୃଷ୍ଣା ଜଗର୍ଲାମୁଡି ଓ କଙ୍ଗନା ରାନାୱତ୍ ।
ମଣିକର୍ଣ୍ଣିକାକୁ ଟକ୍କର ଦେଉଛି ଫିଲ୍ମ ଠାକ୍ରେ :
ମଣିକର୍ଣ୍ଣିକାକୁ ଟକ୍କର ଦେଉଛି ଫିଲ୍ମ ଠାକ୍ରେ । ପରଦାରେ ବାଲା ସାହେବଙ୍କ ଜୀବନ କାହାଣୀ ଦେଖିବାକୁ ପାଇଛନ୍ତି ଦର୍ଶକ । ଫିଲ୍ମରେ ଶିବସେନାର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟ ସ୍ୱର୍ଗତ ବାଲା ଠାକ୍ରେ ଚରିତ୍ରରେ ଅଭିନୟ କରୁଛନ୍ତି ନବାଜୁଦ୍ଦିନ ସିଦ୍ଦିକି । ବାଲା ସାହେବଙ୍କ ଚରିତ୍ରରେ ନୱାଜୁଦ୍ଦିନଙ୍କ ଦମ୍ଦାର ଅଭିନୟ ଦେଖିବାକୁ ମିଳିଛି । ନଓ୍ୱାଜଦିନଙ୍କ ବିପକ୍ଷରେ ଅମ୍ରିତା ରାଓ ଅଭିନୟ କରିଛନ୍ତି । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ କାଫି ଉତ୍ସାହ ରହିଛି । ସୋସିଆଲ ମିଡିଆରେ ହିଟ୍ ହୋଇଛି ଫିଲ୍ମ ଠାକରେ ଗୀତ ସାହେବ ତୁ ସରକାର ତୁ । ଗୀତଟିକୁ ଗାଇଛନ୍ତି ସୁଖବିନ୍ଦର ସିଂ । ମ୍ୟୁଜିକ ଦେଇଛନ୍ତି ରୋହନ୍ । ଲିରିକ୍ସ ଲେଖିଛନ୍ତି ମନୋଜ ୟାଦବ । ଗୀତରେ ଠାକରେଙ୍କ ସଂଘର୍ଷ ପୂର୍ଣ୍ଣ ଯାତ୍ରା ଦେଖିବାକୁ ମିଳିଛି ।
ସିନେମା ଦେଖିବା ପରେ କେମିତି ଲାଗିଲା ଏଠାରେ ଆପଣଙ୍କ ମତାମତ ଦିଅନ୍ତୁ