ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ଏହି କାମ କରୁଥିଲେ ସିଦ୍ଧାର୍ଥ ମାଲହୋତ୍ରା, ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

୨୦୧୨ ମସିହାରେ ବଲିଉଡ୍‌ର ପାଦ ଥାପିଥିବା ସିଦ୍ଧାର୍ଥ ମାଲହୋତ୍ରା ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। ସେ ହସି ତୋ ଫସି, ଏକ ଭିଲେନ୍‌, କପୁର ଆଣ୍ଡ୍‌ ସନ୍ସ, ବାର ବାର ଦେଖୋ, ଏ ଜେଣ୍ଟେଲମ୍ୟାନ୍‌, ଇତ୍ତେଫାକ୍‌, ଅୟୋରେ, ଜବରିଆ ଯୋଡ଼ି ଓ ମରଜାଓ୍ଵା ଭଳି ଫିଲ୍ମରେ କାମ କରିଛନ୍ତି ଓ ନିଜ ଦମ୍‌ଦାର ଅଭିନୟରେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।

ଆଜି ତାଙ୍କର ଜବରଦସ୍ତ ଫ୍ୟାନ୍‌ ଫଲୋଇଂ ରହିଛନ୍ତି। କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ ଡେବ୍ୟୁ କରିବା ପୂର୍ବରୁ ସିଦ୍ଧାର୍ଥ ଟ୍ରେନି ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରୁଥିଲେ। ସେ ୨୦୧୦ରେ କରଣ ଜୋହରଙ୍କ ଫିଲ୍ମ ମାଇଁ ନେମ୍‌ ଇଜ୍‌ ଖାନ୍‌ରେ ସହ-ନିର୍ଦ୍ଦେଶକ ଭାବେ କାମ କରିଥିଲେ।

୧୯୮୫ ମସିହା ଜାନୁଆରୀ ୧୬ ତାରିଖ ଆଜିର ଦିନରେ ସିଦ୍ଧାର୍ଥ ମାଲହୋତ୍ରା ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ସେ ସେଠାରେ ହିଁ ପଢ଼ା ଶେଷ କରିଥିଲେ। ୧୮ ବର୍ଷ ବୟସରେ ସେ ମଡେଲିଂରେ ପାଦ ରଖିଥିଲେ। ଏହି କ୍ଷେତ୍ରରେ ସଫଳତା ପାଇବା ପରେ ବି କାମରେ ସନ୍ତୁଷ୍ଟ ନଥିବାରୁ ସେ ମଡେଲିଂ ଛାଡ଼ି ଦେଇଥିଲେ।

ତେବେ ଆଜି ଜନ୍ମ ଦିନରେ ବଲିଉଡ୍‌ର ବହୁ ବଡ଼ ବଡ଼ ସେଲିବ୍ରିଟି ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

akshaya rakul

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.