ଆସନ୍ତାକାଲି ରିଲିଜ ହେବ ସିକନ୍ଦର ଫିଲ୍ମ, ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ଆଡଭାନ୍ସ ବୁକିଂ

ଚର୍ଚ୍ଚାରେ ରହିଥିବା ସିକନ୍ଦର ଫିଲ୍ମ କାଲି ଅର୍ଥାତ ରବିବାର ଦିନ ରିଲିଜ ହେବାକୁ ଯାଉଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ରେକର୍ଡ ଭାଙ୍ଗୁଛି ଆଡଭାନ୍ସ ବୁକିଂ । ସିକନ୍ଦର ଫିଲ୍ମର ଆଡଭାନ୍ସ ବୁକିଂର ପ୍ରଥମ ଦିନର ବକ୍ସ ଅଫିସରେ ୧୨କୋଟିରୁ ଅଧିକ କଲେକ୍ସନ କରିଛି । ଦ୍ବିତୀୟ ଦିନର ଆଡଭାନ୍ସ କଲେକ୍ସନ ପାଇଁ ଆଶାବାଦୀ ରହିଛି ପୁରା ଟିମ୍ । ଆଡଭାନ୍ସ ବୁକିଂକୁ ନଜରରେ ରଖି ଫିଲ୍ମଟି ସୁପରହିଟ ହେବାର ସଙ୍କେତ ଦେଉଛି । ସିକନ୍ଦର ଫିଲ୍ମ 2D ଏବଂ IMX2D ଶୋରୁ ପ୍ରାୟ ୫.୬୬ କୋଟି ଟଙ୍କାରୁ ଊର୍ଦ୍ଧ୍ବ କଲେକ୍ସନ କରିଛି । ସେହିପରି ୧୨.୫୩ କୋଟି ଟଙ୍କା ବକ୍ସଅଫିସରେ କଲେକ୍ସନ ହେବ ବୋଲି ଅନୁମାନ କରାଯାଉଛି । ସିକନ୍ଦର ଫିଲ୍ମ ରିଲିଜ ପାଇଁ ସିନେମାହଲରେ ଜୋରସୋର ପ୍ରସ୍ତୁତି ଚାଲିଛି ।

ସେହିପରି ଫିଲ୍ମକୁ ନେଇ ସଲମାନ କହିଛନ୍ତି, ସାଢ଼େ ୩ ମିନିଟର ଟ୍ରେଲରରେ କିଛି ନାହିଁ । ୨ ଘଣ୍ଟା ୨୫ ମିନିଟର ଫିଲ୍ମ ଦେଖିବା ପରେ କାହାଣୀ ଜଣାପଡିବ । ଆକ୍ସନ ଫିଲ୍ମରେ ଇମୋସନ ଅତ୍ୟନ୍ତ ଜରୁରୀ ବୋଲି ସଲମାନ କହିଛନ୍ତି । ଫିଲ୍ମର ମୁଖ୍ୟ ଭୂମିକାରେ ରହିଛନ୍ତି ଦବଙ୍ଗ ଖାନ ଓ ରଶ୍ମିକା ମନ୍ଦାନା। ସାଜିଦ୍ ନାଡିୱାଡାୱାଲା ପ୍ରଯୋଜକ ଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଏ.ଆର୍. ମୁରଗାଡୋସ୍ ।

ଅନ୍ୟପଟେ ସାଉଥ ଫିଲ୍ମ ‘L2 ଏମିପୁରାନ ’ ଫିଲ୍ମ ବର୍ତ୍ତମାନ ହଲରେ ଚର୍ଚ୍ଚାରେ ରହିଛି । ଯାହାକୁ ନେଇ ଟକ୍କର ଦେବାକୁ ଯାଉଛି ସିକନ୍ଦର ଫିଲ୍ମ । ଏହାକୁ ନେଇ ସଲମାନ କହିଛନ୍ତି ଯେ, ସାଉଥ ଫିଲ୍ମର ଆକ୍ଟର ଭଲ ଥିଲେ ମଧ୍ୟ ଦର୍ଶକ ଥିଏଟରରେ ଏହାକୁ ଦେଖନ୍ତି ନାହିଁ । କିନ୍ତୁ ଫିଲ୍ମ ରିଲିଜ ହେଲେ ଭିଡ ରହିବ ବୋଲି ସଲମାନ ଖାନ ଜୋର ଦେଇ କହିଛନ୍ତି ।

ସିକନ୍ଦର ଫିଲ୍ମ ପାଇଁ ଅପେକ୍ଷା କରିଥିବା ଦର୍ଶକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଭାରତୀୟ ସିନେମା ହଲ ଗୁଡିକରେ ୭୦୦ରୁ ୨୧୦୦ ଟଙ୍କା ପର୍ଯ୍ୟନ୍ତ ଟିକେଟର ମୂଲ୍ୟ ରଖାଯାଇଛି । ଆଡଭାନ୍ସ ବୁକିଂ ମଧ୍ଯ ହୋଇସାରିଛି । ଫିଲ୍ମ ରିଲିଜକୁ ନେଇ ଅପେକ୍ଷା କରିଛନ୍ତି ଦର୍ଶକ ।

Also Read : ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ୍, ମୁଖ୍ୟ ଭୂମିକାରେ ନଜର ଆସିଲେ ଅନନ୍ତ ଯୋଶୀ