ଏହି ସବୁ ମାରାତ୍ମକ ରୋଗ ସହିତ ସଂଘର୍ଷ କରୁଛନ୍ତି ବଲିଉଡ ର ୧୪ ସୁପରଷ୍ଟାର, ଜଣେ ପିଲାବେଳୁ ଆକ୍ରାନ୍ତ

ବଲିଉଡ ପାଇଁ ସମସ୍ତେ ପାଗଳ । ସେଥିପାଇଁ ତ ନିଜର ମନ ପସନ୍ଦ ର ସୁପର ଷ୍ଟାରଙ୍କ ଫିଲ୍ମ ଯେତେବେଳେ ରିଲିିଜ ହେବାର ଥାଏ, ସେହି ଫିଲ୍ମ ପାଇଁ ଆଗରୁ ହିଁ ଟିକେଟ ବୁକ କରନ୍ତି ଫ୍ୟାନ୍ସ । ଏମିତିକି ସେମାନଙ୍କୁ କିଏ ନିଜର ଭଗବାନ ମଧ୍ୟ ମାନି ନିଅନ୍ତି କିନ୍ତୁ ଏହି ବଲିଉଡ ଷ୍ଟାରମାନଙ୍କ ଜୀବନ ବାହାରୁ ଦେଖିବାକୁ ଯେତେ ସୁନ୍ଦର, ନିଜ ଭିତରେ ସେମାନେ କୌଣସି ନା କୌଣସି ଅସୁବିଧାର ସାମ୍ନା କରୁଥାଆନ୍ତି । ଯାହା କି ଆମ ଭଳି ସାଧାରଣ ଲୋକେ ଜାଣି ପାରନ୍ତି ନାହିଁ । ସବୁ ମଣିଷଙ୍କ ପରି ସେମାନେ ମଧ୍ୟ ତାଙ୍କ ଜୀବନରେ ଅନେକ ଅସୁବିଧା ର ସାମ୍ନା କରି ଥାଆନ୍ତି । ଏମିତିକି ତାଙ୍କ ଜୀବନରେ ମଧ୍ୟ ପାହାଡ ଭଳି ଦୁଃଖ ଆସିଥାଏ କିନ୍ତୁ ଅନେକ ଜଟିଳ ସମୟ ଦେଇ ସେମାନେ ନିଜ ଜୀବନରେ ଗତି କରୁଥିଲେ ବି ଏତେ ସହଜରେ କାହାକୁ ଜଣାନ୍ତିନି ଓ ସବୁ ଅସୁବିଧା ର ସାମ୍ନା କରନ୍ତି । ଏମିତିକି କିଛି କଥା ଡେରିରେ ମିଡିଆ ସାମ୍ନାକୁ ଆସିଥାଏ । ଯେମିତିକି ୟାମୀ ଗୌତମୀଙ୍କୁ ଥିବା ଚର୍ମ ରୋଗ ବିଷୟରେ ଡେରିରେ ଜଣା ପଡିଥିଲା । ଆପଣ ଏଇଥିରୁ ଜାଣି ପାରୁଥିବେ ବଡ ବଡ ସେଲିବ୍ରିଟିଙ୍କୁ ମଧ୍ୟ ରୋଗ ଛାଡୁନି । ଏମିତିକି ବଲିଉଡ ର ଅନେକ ବଡ ବଡ କଳାକାର ମାରାତ୍ମକ ରୋଗରେ ପିଡିତ ଅଛନ୍ତି ।

ତେବେ ଆଜି ଜାଣିବା ବଲିଉଡ ର ଏମିତି କିଛି ସୁପରଷ୍ଟାରଙ୍କ ବିଷୟରେ ଯେଉଁମାନେ କି ସଂଘର୍ଷ କରୁଛନ୍ତି ବଡ ବଡ ରୋଗ ସହ
୧.ଶାହରୁଖ ଖାନ

ବଲିଉଡ ର ବାଦଶାହ ଓ ରୋମାଣ୍ଟିକ ସୁପରଷ୍ଟାର ଶାହରୁଖ ଖାନ, ତାଙ୍କର ସବୁ ଫିଲ୍ମରେ ନିଜ ଫାନ୍ସଙ୍କୁ ମନୋରଞ୍ଜନ ଯୋଗାଇ ଆସିଛନ୍ତି । କିଙ୍ଗ୍ ଖାନଙ୍କ ଫ୍ୟାନ୍ସ ଫୋଲୋଇଙ୍ଗ ମଧ୍ୟ ଅଧିକ । ତାଙ୍କୁ ନିଜର ଆକ୍ଟିଙ୍ଗ ଓ ପର୍ସନାଲିଟି ପାଇଁ ସମସ୍ତେ ପସନ୍ଦ କରନ୍ତି । ତେବେ କିଙ୍ଗ ଖାନ ମଧ୍ୟ ରୋଗ ରେ ପିଡିତ ଅଛନ୍ତି, ସେ ପୁଣି ପାଞ୍ଜ ଥର ତାଙ୍କର କାନ୍ଧ ସର୍ଜରି କରିଛନ୍ତି ନିଜର କ୍ରନିକ ଆର୍ମ ଓ ବ୍ୟାକ ପେନ ପାଇଁ । ଯେଉଁଥି ପାଇଁ ପରମାନେଣ୍ଟ ଡାକ୍ତର ତାଙ୍କ ପାଇଁ ନିଯୁକ୍ତି ହୋଇଛନ୍ତି ତାଙ୍କର ତତ୍କ୍ଷଣାତ ହେଉଥିବା ଅପରେସନ ପେନ ପାଇଁ ।
୨.ହ୍ରିତିକ ରୋଶନ

ବଲିଉଡ ଇଣ୍ଡଷ୍ଟ୍ରିର ଚକ୍ଲେଟ ଓ ହ୍ୟାଣ୍ଡସମ ହିରୋ କୁହାଯାଉଥିବା ହ୍ରିତିକ ରୋଶନ ମଧ୍ୟ ସିଭିୟର ମସ୍ତିଷ୍କ ଜନିତ ରୋଗରେ ଆକ୍ରନ୍ତ ଅଛନ୍ତି । ଏମିତିକି ସେ ଅନେକ ଥର ସିଟି ସ୍କାନ ଓ ଏମଆରଆଇ ମଧ୍ୟ କରିସାରିଛନ୍ତି ତାଙ୍କ ମୁଣ୍ଡ ରୋଗ ପାଇଁ। ତାଙ୍କର ଅନେକ ସମୟରେ ମୁଣ୍ଡ ବିନ୍ଧା ହୋଇଥାଏ । ଯାହାପାଇଁ ତାଙ୍କୁ ବେଳେବେଳେ ସୁଟିଙ୍ଗ ମଧ୍ୟ ବନ୍ଦ କରିବା ପାଇଁ ପଡେ । ତାଙ୍କର ବ୍ରେନ ରେ ଆଘାତ ଲାଗିଥିବାରୁ ସେ ପୂର୍ବରୁ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଥିଲେ । ଏବେ ସେ ସୁସ୍ଥ ଅଛନ୍ତି ଓ ନିଜ ଫିଟନେସ କୁ ନେଇ ଅନେକ ପ୍ରକାର ଏକ୍ସରସାଇଜ ମଧ୍ୟ କରୁଛନ୍ତି । ଏହା ସହିତ ସେ ମଧ୍ୟ ନିଜ ମୁଣ୍ଡ ରୋଗ ପାଇଁ ନିଜ ତାରିଖ ହିସାବରେ ଡାକ୍ତରଙ୍କ ପାଖକୁ ଯାଆନ୍ତି।
୩.ସଲମାନ ଖାନ

ବଲିଉଡର ଅନ୍ୟତମ ପରିଚିତ ଚେହେରା, ଯାହାକୁ ତାଙ୍କ ଫ୍ୟାନ୍ସମାନେ ଶ୍ରଦ୍ଧାରେ ଡାକନ୍ତି ଭାଇଜାନ । ସେ ମଧ୍ୟ ଟ୍ରାଇଗେମିନାଲ୍ ନ୍ୟୁରାଲଜିଆ ରୋଗ ସହିତ କିଛି ସମୟ ପାଇଁ ଲଢୁଥିଲେ । ଯାହାକି ଏକ ସ୍ନାୟୁ ଓ ଚର୍ମ ଜନିତ ରୋଗ । ଯାହା ପାଇଁ ତାଙ୍କ ଫେସ ର ଜ ଲାଇନ ଓ ଗାଲ ପ୍ରଭାବିତ ହୋଇଥିଲା । କିନ୍ତୁ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଅବଲମ୍ବନ କରିବା ପରେ ସେ ବହୁତ ଭଲ ଅଛନ୍ତି ଓ ତାଙ୍କର ମଧ୍ୟ ବେଳେବେଳେ ଟ୍ରିଟମେଣ୍ଟ ହେଉଛି ।
୪.ସୋନମ କପୁର
ବଲିଉଡ ର ୟଙ୍ଗ ଲୁକିଙ୍ଗ ହିରୋ ଓ ଅନ୍ତର୍ଯାତୀୟ ସ୍ତରରେ ଭଲ ଭାବେ ଜଣା ଶୁଣା ଅଭିନେତାଙ୍କ ଝିଅ ସୋନମ କପୁର ତାଙ୍କ ଟିନ୍ ଏଜ ରୁ ଡାଇବେଟିସ ରୋଗ ରେ ପିଡିତ । ଫ୍ୟାସନ ପାଇଁ ଜଣାଶୁଣା ଥିବା ସୋନମ ନିଜର ଡାଏଟ ଓ ଏକ୍ସରସାଇଜ ପାଇଁ ଏବେ ମଧୁମେହ ରୋଗରୁ ଦୂରେଇ ରହିଛନ୍ତି । କିନ୍ତୁ ଏହା ପରେ ବି ଡାକ୍ତର ତାଙ୍କୁ ନିଜର ସ୍ୱାସ୍ଥ୍ୟ ର ଧ୍ୟାନ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ସେ ଏବେ ସୁସ୍ଥ ଅଛନ୍ତି ।
୫.ଅମିତାଭ ବଚ୍ଚନ

ହିନ୍ଦୀ ସିନେମା ଜଗତର ମେଗାଷ୍ଟାର ଅମିତାଭ ବଚ୍ଚନ ନିଜ ଅଭିନୟ ଏବଂ ଚଳଚ୍ଚିତ୍ରର ପାଇଁ ସବୁବେଳେ ଚର୍ଚାରେ ରହିଥାଆନ୍ତି । ତାଙ୍କୁ କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ପ୍ରତି ଘରେ ସମସ୍ତେ ଜାଣନ୍ତି । ତାଙ୍କର କୌଣସି ପରିଚୟ ମଧ୍ୟ ଦେବାକୁ ପଡେନି । ଅନେକ ଲୋକ ଜାଣନ୍ତି ନାହିଁ ଯେ ସେ ମଧ୍ୟ ଏକ ଗୁରୁତର ରୋଗ ସହିତ ସଂଘର୍ଷ କରୁଛନ୍ତି । ଯାହାର ନାମ ହେଉଛି ଅଟୋ-ଇମ୍ୟୁନ ନ୍ୟୁରୋମସ୍କୁଲାର ରୋଗ, ଯାହାକି ମଣିଷକୁ ରୋଗଣା ଓ ଦୁର୍ବଳ କରିଦିଏ । ହେଲେ ଏହା ପରେ ବି ସେ ନିଜର ଖାଦ୍ୟ ପେୟ ଉପରେ ଧ୍ୟାନ ଦେଇଛନ୍ତି ଓ ଏତେ ବୟସ ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଜ କାମ କରି ଆସୁଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିରେ । ସେଥି ପାଇଁ ତ ତାଙ୍କ ଫ୍ୟାନ୍ସ କୁହନ୍ତି ବିଗ ବି ଙ୍କ ଜୋସ, କୁ ମଧ୍ୟ ମାନିବାକୁ ପଡିବ ।
୬.ଧର୍ମେନ୍ଦ୍ର

ସୁପରଷ୍ଟାର ଧର୍ମେନ୍ଦ୍ର, ଶୋଲେରେ ଭିରୁ ଭାବରେ ତାଙ୍କର ଉଚ୍ଚକୋଟୀର ଅଭିନୟ ଦେଖାଇ ଦର୍ଶକଙ୍କ ମନ ଜିଣିଥିଲେ । ତାଙ୍କର ଅନେକ ଫିଲ୍ମ ଲୋକଙ୍କ ମନରେ ଆଜି ପର୍ଯ୍ୟନ୍ତ ରହିଛି । ହେଲେ ସେ ମଧ୍ୟ ଗତ କୋଡିଏ ବର୍ଷ ଧରି ଡିପ୍ରେସନର ଚିକିତ୍ସା କରିଆସୁଛନ୍ତି । ଏମିତିକି ଡିପ୍ରେସନ ରେ ଥିବା ବେଳେ ସେ ଅଧିକ ମଦ ପିଉଥିଲେ । ନିଜ ଡିପ୍ରେସନ ପାଇଁ ଆଣ୍ଟି ଡିପ୍ରେସନ ମେଡିସନ ନେଉଥିଲେ ସେ । କିନ୍ତୁ ଡାକ୍ତରଙ୍କ ଉଚିତ ପରାମର୍ଶ କ୍ରମେ ଆଜି ସେ କିଛିମାତ୍ରାରେ ଠିକ ଅଛନ୍ତି ।
୭. ସୈଫଅଲ୍ଲୀ ଖାନ
ସବୁବେଳେ ନିଜ ଜୀବନରେ ପରଫେକ୍ଟ ଥିବା ସୈଫଲି ଖାନ ମଧ୍ୟ ଜୀବନ ନେଇ ଜିବା ଭଳି ରୋଗ ହାର୍ଟ ଆଟାକ ର ଶୀକାର ହୋଇଥିଲେ ୨୦୦୭ ମସିହାରେ । ପରବର୍ତ୍ତୀ ସମୟରେ ତାଙ୍କ ରିପୋର୍ଟରୁ ତାଙ୍କୁ ମାୟୋକାର୍ଡିଆଲ୍ ଇନଫ୍ରାକ୍ସନ୍, ଏକ ବଂଶାନୁକ୍ରମିକ ରୋଗ ଥିବା ଜଣା ପଡିଥିଲା। କିନ୍ତୁ ବର୍ତ୍ତମାନ ଉପଯୁକ୍ତ ଚିକିତ୍ସା ପାଇ ସେ ସୁସ୍ଥ ଅଛନ୍ତି ଓ ବଲିଉଡ ରେ କାମ ମଧ୍ୟ କରୁଛନ୍ତି । ଆଗକୁ ମଧ୍ୟ ତାଙ୍କର ଅନେକ ଫିଲ୍ମ ଆସିବାରେ ଅଛି ।
୮.ଲିସା ରୟ

ଦିନେ ଟିଭି ସୋ ଓ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜ ଯାଦୁ ଦେଖାଇଥିବା ଅଭିନେତ୍ରୀ ଲିସା, ଆଜି କିନ୍ତୁ କର୍କଟ ରୋଗରେ ଆକ୍ରାନ୍ତ । ଏମିତିକି ତାଙ୍କର ଅବସ୍ଥା ଅତି ମାରାତ୍ମକ ରୂପ ଧାରଣ କରିଥିଲା । ନିଜ ରୋଗ ପାଇଁ ତାଙ୍କୁ ନିଜର କାମ ଛାଡିବାକୁ ପଡିଥିଲା । ପୂର୍ବତନ ଫ୍ୟାଶନ୍ ଷ୍ଟାଇଲିଷ୍ଟ ଏବଂ ଡିଭା, ଯିଏ ମଧ୍ୟ ଜଣେ ମଡେଲ୍ ଥିଲେ, ସେ ଏକାଧିକ ମାଇଲୋମା ନାମକ ଏକ ଭୟଙ୍କର କର୍କଟ ରୋଗରେ ପୀଡିତ ଥିଲେ ଏବଂ ସେ ଏହାର ଚିକିତ୍ସା ୨୦୦୯ ମସିହାରେ ଆରମ୍ଭ କରିଥିଲେ। ଟ୍ରିଟମେଣ୍ଟ ପରେ ସେ ବର୍ତ୍ତମାନ ନିଜର ଏହି ରୋଗରୁ ଶୀଘ୍ର ରିକୋଭରି ହେଉଛନ୍ତି ଏବଂ ବର୍ତ୍ତମାନ ସୁସ୍ଥ ଅବସ୍ଥାରେ ଅଛନ୍ତି।
୯.ମନିଶା କୋଇରାଲା
ଓଭାରି କ୍ୟାନସର ରୋଗରେ ଆକ୍ରାନ୍ତ ହେବା ପରେ ଅଭିନେତ୍ରୀଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟ ଏବଂ କ୍ୟାରିଅରକୁ ସ୍ଥଗିତ ରଖିବାକୁ ପଡିଥିଲା। ତଥାପି ନିଜ ରୋଗର ଚିକିତ୍ସା ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିଥିଲେ । ସେ ନିଜର ଚିକିତ୍ସା ପାଇଁ ଅନେକ ଥର ଆମେରିକା ଯାଇଛନ୍ତି । ଏବେ ସେ ସମ୍ପୂର୍ଣ୍ଣ ରୂପେ ଠିକ ଅଛନ୍ତି ।
୧୦.ଅନୁରାଗ ବାସୁ
ଲୋକପ୍ରିୟ ଓ ପପ୍ୟୁଲାର ଡିରେକ୍ଟର ଅନୁରାଗ ବାସୁ ଆକ୍ୟୁଟ୍ ଲ୍ୟୁକେମିଆରେ ପୀଡିତ ଥିଲେ। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ସେ ଡିକ୍ଟାଫୋନ୍ ବ୍ୟବହାର କରି ଏକ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଚଳଚ୍ଚିତ୍ରଟି ସଫଳତାର ସହିତ ସମାପ୍ତ ହୋଇଥିଲା,ତେବେ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବା କୁହାଯାଉଛି।
୧୧.ସୋନାଲି ବିନ୍ଦ୍ରେ

ଲୋକପ୍ରିୟ ପାନ୍-ଇଣ୍ଡିଆନ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ମଧ୍ୟ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ସେ ତାଙ୍କ ରୋଗ ପାଇଁ ନ୍ୟୁୟର୍କରେ ଚିକିତ୍ସିତ ହେଉଥିଲେ ।ବର୍ତ୍ତମାନ ସେ ମଧ୍ୟ ନିଜ ରୋରରୁ ଧିରେ ଧିରେ ସୁସ୍ଥ ହେଉଛନ୍ତି ।
୧୨.ପ୍ରିୟଙ୍କା ଚୋପ୍ରା
ବଲିଉଡ ଡିଭା ପ୍ରିୟଙ୍କା ଚୋପ୍ରା ନିଜର ଅଭିନୟ ଓ ପର୍ସନାଲିଟି ପାଇଁ ସବୁବେଳେ ଚର୍ଚ୍ଚା ରେ ରହିଥାଆନ୍ତି । ହିନ୍ଦୀ ସିନେମା ଜଗତକୁ ସେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନେକ ଭଲ ଫିଲ୍ମ ଦେଇ ଆସିଛନ୍ତି ।ହେଲେଏହି ଅଭିନେତ୍ରୀ ମଧ୍ୟ ଛୋଟ ବେଳୁ ମାନେ ୫ ବର୍ଷ ବୟସରୁ ଆସ୍ଥ୍ମା ରୋଗରେ ପିଡିତ ଅଛନ୍ତି । ଯାହାପାଇଁ ସେଆଜି ପର୍ଯ୍ୟନ୍ତ ମେଡିସିନ ଖାଉଛନ୍ତି ।
୧୩.ଅଜୟ ଦେବଗନ
ଆକ୍ସନ୍ ହିରୋ ଅଜୟ ଦେବଗନ୍ ଟେନିସ୍ ଏଲବୋ ରୋଗରେ ପୀଡିତ । ଅନେକ ଥର ଅଭିନେତାଙ୍କୁ ସୁଟିଂ ସମୟରେ ହଠାତ୍ ଯନ୍ତ୍ରଣା ଭୋଗିବାକୁ ପଡେ । ଏହି ଯନ୍ତ୍ରଣା ହେତୁ ଅଜୟ ଦେବଗନଙ୍କ ଅବସ୍ଥା ଏତେ ଖରାପ ହୋଇଥିଲା ଯେ ଅଭିନେତା ଅନେକ ଥର ସୁଟିଂ କରିବାରେ ମଧ୍ୟ ଅସମର୍ଥ ହୋଇଛନ୍ତି , ସେ ଆଜି ପର୍ଯ୍ୟନ୍ତ ନିଜ ରୋଗ ପାଇଁ ମେଡିସିନ ଖାଉଛନ୍ତି ।
୧୪ . ଅନୁଷ୍କା ଶର୍ମା

ଅଭିନେତ୍ରୀ ଅନୁଷ୍କା ଶର୍ମା ବଲ୍ଜିଙ୍ଗ ଡିସ୍କ ରୋଗରେ ପୀଡିତ। ଏହା ହାଡ ସ୍ନାୟୁ ସହିତ ଜଡିତ ଏକ ରୋଗ । ଏଥିରେ ମେରୁଦଣ୍ଡରେ ଯନ୍ତ୍ରଣା ଅନୁଭବ ହୁଏ ଏବଂ ଧୀରେ ଧୀରେ ଶରୀରର ଅନ୍ୟ ଅଂଶରେ ଯନ୍ତ୍ରଣା ଆରମ୍ଭ ହୁଏ କିନ୍ତୁ ଅନୁଷ୍କା ଶର୍ମା ସବୁବେଳେ ନିଜ ଡାଏଟ ର ଧ୍ୟାନ ରଖନ୍ତି ଓ ସବୁଦିନେ ଯୋଗ କରିଥାଆନ୍ତି ନିଜକୁ ସୁସ୍ଥ ରଖିବା ପାଇଁ ।
ଏମାନେ ଏତେ ବଡ ବଡ ରୋଗ ସହ ବର୍ତ୍ତମା ଲଢୁଛନ୍ତି । ଏହା ପରେ ବି ନିଜ ଦର୍ଶକମାନଙ୍କୁ ଏଣ୍ଟରଟେନ କରାଇବା ପାଇଁ ପରିଶ୍ରମ କରୁଛନ୍ତି । ନିଜ ଫ୍ୟାନ୍ସଙ୍କୁ ଯୋଗାଉଛନ୍ତି ଭରପୁର ମନୋରଞ୍ଜନ । ନିଜ ଖାଦ୍ୟ ଶୈଳୀରେ ଓ ନିଜ ଲାଇଫ ଷ୍ଟାଇଲ ରେ ଅନେକ ପରିବର୍ତ୍ତନ ଆଣିଛନ୍ତି ଏହି ସବୁ କଳାକାର । ପ୍ରତି ଦିନ ଯୋଗ କରି ଓ ନିଜ ଡାକ୍ତରଙ୍କ ପରାମର୍ଶ ନେଇ ନିଜ ନୀଜ ଶରୀରକୁ ସୁସ୍ଥ ରଖୁଛନ୍ତି ।