ଟିଭି ଜଗତରେ ଅଧିକ ଟଙ୍କା ରୋଜଗାର କରୁଥିବା ୭ ଅଭିନେତ୍ରୀ, ଜାଣନ୍ତୁ ସେମାନେ କିଏ…

ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରି ଅନେକ ବର୍ଷ ଧରି ଲୋକଙ୍କ ମନୋରଞ୍ଜନର ଖୋରାକ ଯୋଗାଉଛି । ଏହାର ଆକର୍ଷଣୀୟ କାହାଣୀ ଏବଂ ଅବିସ୍ମରଣୀୟ ଚରିତ୍ର ଆଣିଥାଏ ଯାହା ପ୍ରତିଦିନ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଆକର୍ଷିତ କରେ । ଯେଉଁଥିପାଇଁ ଅନେକ ଟିଭି ଅଭିନେତ୍ରୀ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଆଜିର ସମୟରେ ସେମାନେ କେବଳ କଳାକାର ନୁହଁନ୍ତି ବରଂ ଯୁବପିଢିଙ୍କ ପାଇଁ ସାଜିଛନ୍ତି ଟ୍ରେଣ୍ଡସେଟର୍ ତଥା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଉଥିବା ଆଇକନ୍ ।

କେବଳ ଯେ ବଲିଉଡ ତା ନୁହେଁ ବରଂ ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ବେଶ ଚର୍ଚ୍ଚାରେ ରହିଥାନ୍ତି । ଏହି ସୁନ୍ଦରୀମାନଙ୍କ ମଧ୍ୟରୁ ଅନେକ ଏହି ଅଭିନୟ ତଥା ସୋସିଆଲ ମିଡିଆରୁ ପ୍ରଚୁର ଟଙ୍କା ରୋଜଗାର କରନ୍ତି । ଏମିତିକି ରୋଜଗାର କ୍ଷେତ୍ରରେ ଅନେକ ବଲିଉଡ୍ ସେଲିବ୍ରିଟିଙ୍କୁ ମଧ୍ୟ ପଛରେ ପକାଇ ଦିଅନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ଟିଭି ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀମାନଙ୍କ ବିଷୟରେ ଜଣାଇବୁ । ତେବେ ଆସନ୍ତୁ ଜାଣିବା ଦେଶର ସବୁଠାରୁ ଧନୀ ଟିଭି ଅଭିନେତ୍ରୀ କିଏ ।

-ଧନୀ ଅଭିନେତ୍ରୀଙ୍କ ତାଲିକାରେ ଆସୁଥିବା ପ୍ରଥମ ନାମ ହେଉଛି ହିନା ଖାନ । ଯାହାକୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ଅଭିନେତ୍ରୀଙ୍କ ଦମଦାର ଅଭିନୟ ଏବଂ ଅନ୍ଦାଜ ବିଷୟରେ ସମସ୍ତେ ଜାଣନ୍ତି । ତେବେ ହିନା ଖାନଙ୍କ ନେଟୱର୍ଥ ୫୨ କୋଟି ଟଙ୍କା । ଯାହା ତାଙ୍କୁ ଭାରତର ସବୁଠାରୁ ଧନୀ ଟେଲିଭିଜନ ଅଭିନେତ୍ରୀ କରିଛି । ରିପୋର୍ଟ ଅନୁଯାୟୀ, ହିନା ଗୋଟିଏ ଏପିସୋଡ୍ ପାଇଁ ୨ ଲକ୍ଷ ଟଙ୍କା ନିଅନ୍ତି । ‘ୟେ ରିସ୍ତା କ୍ୟା କେହଲାତା ହେ’ରେ ଅକ୍ଷରା ଚରିତ୍ର ପରେ ଏହି ଅଭିନେତ୍ରୀ ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

-ଧନୀ ଅଭିନେତ୍ରୀଙ୍କ ତାଲିକାରେ ଜେନିଫର ୱିଙ୍ଗେଟଙ୍କ ନାମ ଦ୍ୱିତୀୟ ସ୍ଥାନରେ ଅଛି । ଅଭିନେତ୍ରୀଙ୍କ ନେଟୱର୍ଥ ହେଉଛି ୪୯ କୋଟି ଟଙ୍କା । ଟିଭି ଅଭିନେତ୍ରୀ ଜେନିଫରଙ୍କୁ ଫ୍ୟାନ୍ସମାନେ ବହୁତ ପସନ୍ଦ କରନ୍ତି । ଅଭିନେତ୍ରୀଙ୍କ ସୁନ୍ଦରତାଠାରୁ ଆରମ୍ଭ କରି ତାଙ୍କ ଷ୍ଟାଇଲ୍ ପର୍ଯ୍ୟନ୍ତ ସବୁକିଛି ବହୁତ ଖାସ । ଯେଉଁଥିପାଇଁ ଆଜି ସମସ୍ତେ ତାଙ୍କ ଦିୱାନା । ‘ବେହଦ’ ତାଙ୍କ ଲାଇଫର ଗେମଚେଞ୍ଜର ଥିଲା ଯେଉଁଥିରୁ ସେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।

-‘ୟେ ହୈ ମୋହବତେଁ’ ଫେମ୍ ଦିବ୍ୟଙ୍କା ତ୍ରିପାଠୀ ତୃତୀୟ ସ୍ଥାନରେ ଅଛନ୍ତି । ଦିବ୍ୟଙ୍କା ତ୍ରିପାଠୀ ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ମହଙ୍ଗା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ମୋଟ ସମ୍ପତ୍ତି ୪୦ କୋଟି ଟଙ୍କା ବୋଲି ଜଣାପଡିଛି । ଏହି ଅଭିନେତ୍ରୀ ଜଣକ ବହୁତ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି ଏବଂ ତାଙ୍କ ସ୍ୱାମୀ ବିବେକଙ୍କ ସହ ଏକ 4 BHK ଫ୍ଲାଟରେ ରୁହନ୍ତି ।

-ଏହାପରେ ଆସୁଛି ଟିଭି ଶୋ’ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ନାୟରା ଚରିତ୍ରରେ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କ ନାମ । ରିପୋର୍ଟ ଅନୁସାରେ ଅଭିନେତ୍ରୀଙ୍କ ନେଟୱର୍ଥ ୩୭ କୋଟି ଟଙ୍କା । ନିଜ ଚୁଲବୁଲି ଅନ୍ଦାଜ ଏବଂ ସୁନ୍ଦର ଅଭିନୟ ଯୋଗୁ ଖୁବ କମ୍ ବୟସରେ ଶିବାଙ୍ଗୀ ଜଣେ ସଫଳ ଟିଭି ଅଭିନେତ୍ରୀଙ୍କ ତାଲିକାରେ ସାମିଲ ହୋଇପାରିଛନ୍ତି ।

-ତାଲିକାରେ ପରବର୍ତ୍ତୀ ସ୍ଥାନରେ ଅଛନ୍ତି ବିଗ୍ ବସ୍‌ 13 ଫେମ୍ ଶେହନାଜ ଗିଲ । ନିଜ ବବଲି ଷ୍ଟାଇଲ୍‌ରେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିବା ଶେହନାଜ୍ ଗିଲ୍‌ଙ୍କୁ ଆଜି ଟିଭି ଇଣ୍ଡଷ୍ଟ୍ରିର ଧନୀ ଅଭିନେତ୍ରୀଙ୍କ ମଧ୍ୟରେ ଗଣନା କରାଯାଏ । ଶେହନାଜ ଗିଲଙ୍କ ନେଟୱର୍ଥ ୩୦ କୋଟି ଟଙ୍କା । ଶେହନାଜ ଗିଲ ରିଆଲିଟି ଶୋ ‘ବିଗ୍ ବସ୍ ୧୩’ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏହା ପରେ ଦିଲଜିତ୍ ଦୋସାଞ୍ଜଙ୍କ ସହିତ ଏକ ଫିଲ୍ମ ଏବଂ ଅନେକ ଆଲବମରେ ନିଜର ପ୍ରତିଭା ଦେଖାଇବା ପରେ ଅଭିନେତ୍ରୀ ପଛକୁ ଫେରି ଚାହିଁନାହାନ୍ତି ।

-ଏହି ତାଲିକାରେ ପରବର୍ତ୍ତୀ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ‘ଛୋଟି ବହୁ’ ଅର୍ଥାତ୍ ରୁବିନା ଦିଲାଇକ୍ । ଅଭିନେତ୍ରୀଙ୍କ ନେଟୱର୍ଥ ପ୍ରାୟ ୨୯ କୋଟି ଟଙ୍କା । ବିଗ୍ ବସ୍ ବ୍ୟତୀତ, ରୁବିନା ଅନେକ ଲୋକପ୍ରିୟ ଟିଭି ଶୋ’ରେ ନଜର ଆସିଛନ୍ତି । ତାଙ୍କ ଷ୍ଟାଇଲିସ ଅନ୍ଦାଜ ଯୋଗୁଁ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରନ୍ତି ।

Also read: ଅକ୍ଷୟ କୁମାରଙ୍କ ଠାରୁ ଆରମ୍ଭ କରି ତିନି ଖାନଙ୍କୁ ପଛରେ ପକାଇଲେ ପ୍ରିୟଙ୍କା, ବ୍ରାଣ୍ଡ ଭ୍ଯାଲୁ ସମସ୍ତଙ୍କ ଠାରୁ ଅଧିକ