ରିଲିଜ୍ ହେଲା ଟୋଟାଲ ଧମାଲର ଡାଇଲଗ ପ୍ରମୋ , ଏଥିରେ ଦେଖିବାକୁ ମିଳିଛି ଅନୀଲ କପୁର ଓ ମାଧୁରୀ ଦିକ୍ଷୀତଙ୍କ ନୋକଝୋକ

ରିଲିଜ୍ ହୋଇଛି ଅପକମିଙ୍ଗ ଫିଲ୍ମ ଟୋଟାଲ ଧମାଲର ଡାଇଲଗ ପ୍ରମୋ। ପ୍ରମୋରେ ଅନୀଲ କପୁର ଓ ମାଧୁରୀ ଦିକ୍ଷୀତଙ୍କ ନୋକଝୋକ ଦେଖିବାକୁ ମିଳିଛି। ଉଭୟଙ୍କ ପାରିବାରିକ ଝଗଡା ପହଞ୍ଚିଛି କୋର୍ଟରେ। କୋର୍ଟରେ ଜଜ୍ଙ୍କ ସମ୍ମୁଖରେ ଅନୀଲଙ୍କୁ ବିଭିନ୍ନ ପଶୁମାନଙ୍କ ସହ ତୂଳନା କରୁଛନ୍ତି ମାଧୁରୀ। ଏହା ସହ ଦେହ ଖରାପ ହେଲେ ମାଧୁରୀ ପଶୁ ଡାକ୍ତରଙ୍କୁ ଡାକୁଥିବା ଜଜ୍ଙ୍କ ଆଗରେ ଅଭିଯୋଗ କରୁଛନ୍ତି ଅନୀଲ ।
୨୦୦୭ରେ ରିଲିଜ ହୋଇଥିବା ଇନ୍ଦ୍ର କୁମାରଙ୍କ ସୁପରହିଟ୍ ଫିଲ୍ମ ସିରିଜ ଧମାଲ ଓ ଡବଲ ଧମାଲର ଥାର୍ଡ ପାର୍ଟ ହେଉଛି ଟୋଟାଲ ଧମାଲ। ଫିଲ୍ମରେ ଅଭିନୟ କରିଛନ୍ତି ଅଜୟ ଦେବଗନ୍, ମାଧୁରୀ ଦିକ୍ଷୀତ, ଅନୀଲ କପୁର, ରିତେଶ ଦେଶମୁଖ, ଜାଭେଦ ଜାଫରୀ, ସଞ୍ଜୟ ମିଶ୍ରା, ଅର୍ସଦ ୱାରସୀ,ଇଶା ଗୁପ୍ତା ଓ ବୋମନ ଇରାନୀ । ଇନ୍ଦ୍ର କୁମାର ଫିଲ୍ମର ନିର୍ଦ୍ଦେଶନା ଦେଈଛନ୍ତି । ଫିଲ୍ମରେ ଗେଷ୍ଟ ଆପିଏରାନ୍ସରେ ନଜର ଆସିବେ ଆମୀର ଖାନ୍ ଓ ସୋନାକ୍ଷୀ ସିହ୍ନା। ଫେବ୍ରୁଆରୀ ୨୨ରେ ବଡ ପରଦାକୁ ଆସିବ ଟୋଟାଲ ଧମାଲ।