ଅଜୟ ଦେବଜନଙ୍କ ବଡ଼ ନିର୍ଣ୍ଣୟ, ପାକିସ୍ତାନରେ ରିଲିଜ୍ ହେବ ନାହିଁ ଟୋଟାଲ ଧମାଲ

ମୁମ୍ବାଇ : ପୁଲୱାମା ଆତଙ୍କୀ ଆକ୍ରମଣ ପରେ ବଲିଉଡ଼ରେ ଖୁବ କ୍ରୋଧଭାବ ମାହୋଲ ଦେଖିବାକୁ ମିଳିଛି। ଏନେଇ ବଲିଉଡ଼ର ଜଣାଶୁଣା ଅଭିନେତା ଅଜୟ ଦେବଗନ ଏକ ଅତି ଜରୁରୀ ଘୋଷଣା କରିଛନ୍ତି। ରିଲିଜ୍ ଅପେକ୍ଷାରେ ଥିବା ଟୋଟାଲ ଧମାଲ ଫିଲ୍ମକୁ ପାକିସ୍ତାନରେ ରିଲିଜ୍ କରାଯିବ ନାହିଁ ବୋଲି ଘୋଷଣା କରାଯାଇଛି। ଏହା ବିଷୟରେ ଅଭିନେତା ଅଜୟ ଦେବଗନ ଟ୍ବିଟ କରି କହିଛନ୍ତି, “ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି, ଟୋଟାଲ ଧମାଲର ଟିମ୍ ଫିଲ୍ମକୁ ପାକିସ୍ତାନରେ ରିଲିଜ୍ କରିବ ନାହିଁ ବୋଲି ନିର୍ଣ୍ଣୟ ନିଆଯାଇଛି”।
In light of the current situation the team of Total Dhamaal has decided to not release the film in Pakistan.
— Ajay Devgn (@ajaydevgn) February 18, 2019
ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଖାଲି ଅଜୟ ଦେବଗନ ନୁହଁ ସଲମାନ ଖାନ ମଧ୍ୟ ନିଜ ଆଗାମୀ ଫିଲ୍ମ ଭାରତକୁ ପାକିସ୍ତାନରେ ରିଲିଜ୍ ହେବାକୁ ଦେବେ ନାହିଁ। ସଲମାନଙ୍କ ଏହି ଫିଲ୍ମ ଚଳିତବର୍ଷ ଇଦ ସମୟରେ ରିଲିଜ୍ ହେବାକୁ ରହିଛି। ତେବେ ଭାରତ ଫିଲ୍ମ ପାକିସ୍ତାନରେ ରିଲିଜ୍ ବନ୍ଦ ପଛରେ ପାକିସ୍ତାନ ସରକାରଙ୍କ ହାତ ରହିଛି। ସେଠାକାର ସରକାରଙ୍କ କହିବାନୁଯାୟୀ, ଇଦ ସମୟରେ ପାକିସ୍ତାନରେ ଭାରତ ରିଲିଜ୍ ହେବା ଅସମ୍ଭବ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ପୁଲୱାମା ଆକ୍ରମଣରେ ୪୪ଜଣ ସିଆରପିଏଫ ଯବାନ ସହିଦ ହୋଇଯାଇଛନ୍ତି। ଯାହାପରେ ଅନେକ ଭାରତୀୟ କଳାକାର ପାକିସ୍ତାନରେ ହେବାକୁ ଥିବା ଅନେକ କାର୍ୟ୍ୟକ୍ରମକୁ ରଦ୍ଦ କରିଛନ୍ତି।