ସାମ୍ନାକୁ ଆସିଲା ଫିଲ୍ମ ‘ସାବି’ର ଟ୍ରେଲର, ଦେଖିବାକୁ ମିଳିଲା ଅନିଲ କପୁରଙ୍କ ଦମ୍‌ଦାର ଲୁକ୍‌

‘ସାବି’ ଫିଲ୍ମ୍ରଟି ଥ୍ରୀଲର-ଆକ୍ସନରେ ପରିପୂର୍ଣ୍ଣ, ଯେଉଁଥିପ।ଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ସମୟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ତେବେ ଏହି ଟ୍ରେଲରକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି । ଏହି ଟ୍ରେଲରରେ ଦିବ୍ୟା ଖୋସଲା ଏବଂ ଅନିଲ କପୁରଙ୍କ ଦମଦାର ଲୁକରେ ନଜର ଆସିବାକୁ ଯାଉଛନ୍ତି ।

ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାବି’ ପାଇଁ ବଲିଉଡର ଭେଟେରାନ ଅଭିନେତା ଅନିଲ କପୁର ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ରରେ ଦିବ୍ୟା ଖୋସଲା ଏବଂ ହର୍ଷବର୍ଦ୍ଧନ ରାଣେ ମଧ୍ୟ ତାଙ୍କ ସହ ନଜର ଆସିବେ । ଏହି ଫିଲ୍ମ୍ରଟି ଥ୍ରୀଲର-ଆକ୍ସନରେ ପରିପୂର୍ଣ୍ଣ, ଯେଉଁଥିପ।ଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ସମୟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ତେବେ ଏହି ଟ୍ରେଲରକୁ ଦର୍ଶକ ବହୁତ ପସନ୍ଦ କରୁଛନ୍ତି । ଏହି ଟ୍ରେଲରରେ ଦିବ୍ୟା ଖୋସଲା ଏବଂ ଅନିଲ କପୁରଙ୍କ ଦମଦାର ଲୁକରେ ନଜର ଆସିବାକୁ ଯାଉଛନ୍ତି ।

ଫିଲ୍ମ ‘ସାବି’ର ଏହି ୧ ମିନିଟ୍ ୫୨ ସେକେଣ୍ଡର ଟ୍ରେଲର ଦିବ୍ୟା ଖୋସଲା ଠାରୁ ଆରମ୍ଭ ହେଉଛି । ଯେଉଁଠାରେ ସେ ଏକ ଭିଡିଓ ରେକର୍ଡ କରନ୍ତି ଏବଂ କୁହନ୍ତି ଯେ ଯଦି ଆପଣ ସମସ୍ତେ ଏହି ଭିଡିଓ ଦେଖୁଛନ୍ତି, ତେବେ ଆପଣ ଜାଣନ୍ତି ଯେ ମୁଁ ଜଣେ ଅପରାଧୀ, କିନ୍ତୁ ତାହା ସମ୍ପୂର୍ଣ୍ଣ କାହାଣୀ ନୁହେଁ । ଏହା ପରେ ଟ୍ରେଲରରେ ଦେଖାଯାଇଛି ଯେ ସାବି ଅର୍ଥାତ୍ ଦିବ୍ୟା ତାଙ୍କ ପରିବାର ସହିତ ଖୁସିରେ ରୁହନ୍ତି, କିନ୍ତୁ ପରେ ଏହି ଫିଲ୍ମରେ ତାଙ୍କ ସ୍ୱାମୀଙ୍କ ଭୂମିକାରେ ଅଭିନୟ କରୁଥିବା ହର୍ଷବର୍ଦ୍ଧନ ର।ଣେ ହତ୍ୟା ଏବଂ ଡ୍ରଗ୍ସ ଅଭିଯୋଗରେ ପୋଲିସ ଦ୍ୱାରା ଧରାପଡିଛି । ଏହା ପରେ ସାବିଙ୍କ ପୁରା ଷ୍ଟୋରି ଆରମ୍ଭ ହେଉଛି । ତେବେ ସେ ନିଜର ନିରୀହ ସ୍ୱାମୀକୁ ମୁକ୍ତ କରିବାକୁ ବହୁ ପରିଶ୍ରମ କରୁଛନ୍ତି । ସେମାନଙ୍କୁ ବ।ହ।ରକୁ ଆଣିବା ପ।ଇଁ ସେ ଲକ୍ଅପ୍ ଭ।ଙ୍ଗିବାକୁ ଯୋଜନା କରିଛନ୍ତି । ଯେଉଁଥିରେ ଅନିଲ କପୁର ତ।ଙ୍କୁ ସାହାଯ୍ୟ କରୁଛନ୍ତି ।

ଏହି ସମୟରେ ଅନିଲ କପୁରଙ୍କୁ ବେଳେବେଳେ ଜୋକର ଭୂମିକାରେ ଏବଂ ବେଳେବେଳେ ଜଣେ ବୃଦ୍ଧଙ୍କ ଭୂମିକାରେ ଦେଖିବାକୁ ମିଳୁଛନ୍ତି । ଏହା ସହ ସେମାନେ ସେମାନଙ୍କର ପରିଚୟ ଲୁଚାଇବାକୁ ଚେଷ୍ଟା କରନ୍ତି । ସେ ତାଙ୍କ ଚରିତ୍ର ସହିତ ହର୍ଷବର୍ଦ୍ଧନ ଏବଂ ଦିବ୍ୟାଙ୍କୁ ସାହାର୍ଯ୍ୟ କରୁଥିବାର ନଜର ଆସିଛନ୍ତି । ତେବେ ସାବି ତାଙ୍କ ଏହି ବିପଜ୍ଜନକ ଷଡଯନ୍ତ୍ରକୁ କାର୍ଯ୍ୟକାରୀ କରୁଥିବାର ଦେଖିବାକୁ ମିଳିଛି । ଏହି କାର୍ଯ୍ୟରେ ତାଙ୍କୁ ଅନିଲ କପୁରଙ୍କ ସାହାଯ୍ୟ ମିଳୁଛି । ଏହି ଟ୍ରେଲରରେ ପ୍ରତ୍ୟେକ ଲକର ଚ।ବି ତାଙ୍କ ପାଖରେ ଅଛି ବୋଲି ସେ କହିଛନ୍ତି । ଅନିଲ ସାବିଙ୍କୁ ଅପର।ଧ ଦୁନିଆକୁ ଆଣି ଏକ ବିପଜ୍ଜନକ ଯୋଜନା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଶେଷରେ ଯାହା ଘଟୁଛି ସେଥିରେ ସାବି ନିଜେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଉଛନ୍ତି । ଏବେ ପରେ କଣ ହେବ ତ।ହ। ଫିଲ୍ମ ରିଲିଜ ହେବା ପରେ ହିଁ ଜଣାପଡ଼ିବ । ଲୋକମାନେ ଥ୍ରୀଲର ଆକ୍ସନ୍ ପ୍ୟ।କ୍ ଫିଲ୍ମ ‘ସ।ବି’ର ଟ୍ରେଲରକୁ ପସନ୍ଦ କରୁଛନ୍ତି ।

ତେବେ ଫିଲ୍ମ ‘ସାବି’ ଚଳିତ ମାସ ୩୧ ରେ ସିନେମା ହଲକୁ ଆସିବାକୁ ଯାଉଛି । ଏହା ସହ ଅଭିନୟ ଦେବଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମୁକେଶ ଭଟ୍ଟ, ଭୂଷଣ କୁମାର ଏବଂ କୃଷ୍ଣ କୁମାରଙ୍କ ଦ୍ୱାରା ନିର୍ମିତ । ତେବେ ଏହି ଫିଲ୍ମଟି ଦର୍ଶକଙ୍କ କେତେ ପସନ୍ଦ ଆସିଛି ତାହା ଦେଖିବାରେ ଅଛି ।

Leave A Reply

Your email address will not be published.