ଭିଡିଓ କଲ୍ ରେ କଥା ହେଉଥିବା ବେଳେ ଅଚାନକ ଫ୍ୟାନରେ ଦଉଡି ଦେଇ ଦେଲେ ଅଭିନେତ୍ରୀ

ଗତକାଲି କନ୍ନଡ଼ ଅଭିନେତ୍ରୀ ଚେତନା ରାଜଙ୍କର ସର୍ଜରୀ ସମୟରେ ମୃତ୍ୟୁ ହୋଇଥିଲା ବେଳେ ଆଜି ଆଉ ସାଉଥ ଇଣ୍ଡିଆନ୍ ସିନେମା ଅଭିନେତ୍ରୀଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି । କେରଳର ଏର୍ନାକୁଲମ ଜିଲ୍ଲାର କୋଚ୍ଚି ଅଞ୍ଚଳରେ ରହୁଥିବା ଟ୍ରାନ୍ସୱିମ୍ୟାନ୍ ମଡେଲ ମୃତଦେହ ଭଡ଼ାଘରୁ ଉଦ୍ଧାର ହୋଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମାଲାୟାଲମ୍ ଅଭିନେତ୍ରୀ ଶେରିନ୍ ସେଲିନ୍ ମୈଥ୍ୟୁ ତାଙ୍କ ସାଙ୍କ ସହ ଏକ ଭିଡିଓ କଲରେ କଥା ହେଉଥିଲେ । ୨୬ ବର୍ଷୀୟା ଅଭିନେତ୍ରୀ ଯେଉଁ ବ୍ୟକ୍ତିଙ୍କ ସହ ଭିଡିଓ ଚାଟ୍ କରୁଥିଲେ, ସେହି ବ୍ୟକ୍ତିଜଣକ ପୋଲିସଙ୍କୁ ଶେରିନଙ୍କ ଏପରି କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ । କିନ୍ତୁ ଅଭିନେତ୍ରୀଙ୍କୁ ପୋଲିସ ଅଧିକାରୀମାନେ ବଞ୍ଚାଇ ପାରିନଥିଲେ, କାରଣ ସେ ଘରେ ପହଞ୍ଚିବା ବେଳକୁ ଶେରିନ ଫ୍ୟାନରେ ଫାଶୀ ଦେଇ ଆତ୍ମହତ୍ୟା କରିସାରିଥିଲେ ।

ପୋଲିସ ଅଧିକାରୀଙ୍କ କହିବାନୁସାରେ ଶେରିନ ଡିପ୍ରେସନର ଶିକାର ହୋଇଥିଲେ। ଶେରିନଙ୍କ ନିକଟବର୍ତ୍ତୀ ଲୋକମାନେ ସୂଚନା ଦେଇଛନ୍ତି ଯେ ଅଭିନେତ୍ରୀ ଗତ କିଛି ଦିନ ହେବ ଡିପ୍ରେସନରେ ପୀଡ଼ିତ ଥିଲେ ଏବଂ ଉଦାସୀନ ହେବାର ଦେଖା ଯାଉଥିଲେ। ଏହି ଘଟଣାରେ ଶେରିନଙ୍କ ଘନିଷ୍ଠ ବନ୍ଧୁଙ୍କ ବିବୃତ୍ତି ପୋଲିସ ରେକର୍ଡ କରୁଛି। ଅନୁସନ୍ଧାନ ପ୍ରକ୍ରିୟା ଶେଷ ହେବା ପରେ ମୃତଦେହକୁ କଲାମାସେରି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବ। ତେବେ ଶେରିନ୍ କିଛି ମାଲାୟାଲମ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ମଡେଲିଂରେ ମଧ୍ୟ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.